ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଧରାପଡ଼ିଲେ ‘ଧୁମ୍‌-୪’ ଚୋର

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଧୁମ୍‌-୪ ଚୋରଙ୍କ ଚ୍ୟାଲେଞ୍ଜକୁ ଏକ୍‌ସେପ୍ଟ କଲା ପୁଲିସ୍‌। ଚୋରି ସାମଗ୍ରୀ ଉଦ୍ଧାର କରିବା ସହିତ ଚୋର ଦୁଇ ଭାଇଙ୍କୁ ପୁଲିସ ଗିରଫ କରିଛି। ଗିରଫ ଦୁଇ ଚୋର ହେଲେ ଆଦିତ୍ୟ କୁମାର ଦାଶ ଓ ଆନନ୍ଦ କୁମାର ଦାଶ। ଉଭୟ ଖାତିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ୍‌ ପର୍ଯ୍ୟନ୍ତ ପଢ଼ିଥିଲେ ବୋଲି ନବରଙ୍ଗପୁର ଅତିରିକ୍ତ ଏସ୍‌ପି ଜୟକୃଷ୍ଣ ବେହେରା କହିଛନ୍ତି। ଗତ ଦୁଇ ତାରିଖ ବିଳମ୍ୱିତ ରାତିରେ ଦୁଇ ଭାଇ ନବରଙ୍ଗପୁର […]

Dhoom-Thief

Manoranjan Sial
  • Published: Friday, 08 July 2022
  • , Updated: 08 July 2022, 08:06 PM IST

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଧୁମ୍‌-୪ ଚୋରଙ୍କ ଚ୍ୟାଲେଞ୍ଜକୁ ଏକ୍‌ସେପ୍ଟ କଲା ପୁଲିସ୍‌। ଚୋରି ସାମଗ୍ରୀ ଉଦ୍ଧାର କରିବା ସହିତ ଚୋର ଦୁଇ ଭାଇଙ୍କୁ ପୁଲିସ ଗିରଫ କରିଛି। ଗିରଫ ଦୁଇ ଚୋର ହେଲେ ଆଦିତ୍ୟ କୁମାର ଦାଶ ଓ ଆନନ୍ଦ କୁମାର ଦାଶ। ଉଭୟ ଖାତିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ୍‌ ପର୍ଯ୍ୟନ୍ତ ପଢ଼ିଥିଲେ ବୋଲି ନବରଙ୍ଗପୁର ଅତିରିକ୍ତ ଏସ୍‌ପି ଜୟକୃଷ୍ଣ ବେହେରା କହିଛନ୍ତି।

ଗତ ଦୁଇ ତାରିଖ ବିଳମ୍ୱିତ ରାତିରେ ଦୁଇ ଭାଇ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଖାତିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରୁ ଚୋରି କରିଥିଲେ। ପ୍ରଧାନ ଶିକ୍ଷକଙ୍କ କକ୍ଷରେ ଥିବା ଦୁଇଟି ତାଲା ଭାଙ୍ଗି କମ୍ପ୍ୟୁଟର, ପ୍ରିଣ୍ଟର, ଜେରକ୍ସ ମେସିନ, ସାଉଣ୍ଡବକ୍ସ ଇତ୍ୟାଦି ଚୋରି କରି ନେଇଥିଲେ। ଦୁଇ ଭାଇ ସ୍କୁଲରେ କଳାକନା ବୁଲାଇବା ପରେ ପୁଲିସ୍‌କୁ ଦେଇଥିଲେ ଖୋଲା ଚ୍ୟାଲେଞ୍ଜ। ବ୍ଲାକବୋର୍ଡରେ ଇଂରାଜୀରେ ଲେଖିଥିଲେ- ITS ME DHOOM-4 COMMING SOON। ଆଉ ଓଡ଼ିଆରେ ଲେଖିଥିଲେ- “ଆମେ ପୁଣି ଆସିବୁ… ସ୍କୁଲ ପିଲା ଧରି ପାରିଲେ ଧର…”। ସେହିନ ଏହି ଖବର ରାଜ୍ୟର ଚର୍ଚ୍ଚାର ବିଷୟ ପାଲଟିଥିଲା। ଖୋଲା ଚ୍ୟାଲେଞ୍ଜ ଦେଇ ଏମାନେ ପୁଲିସ୍‌ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଲଗାଇଥିଲେ। ଦୁଇ ଭାଇଙ୍କ ଚ୍ୟାଲେଞ୍ଜକୁ ପୁଲିସ୍‌ ଏକ୍ସସେପ୍ଟ କରିଥିଲା। ଆଉ ଦୁଇ ଭାଇଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ନବରଙ୍ଗପୁର ଅତିରିକ୍ତ ଏସ୍‌ପିଙ୍କ କହିବା ଅନୁସାରେ ପୁଲିସ ବ୍ଲାକ୍‌ବୋର୍ଡରେ ଲେଖାଯାଇଥିବା ହାତ ଲେଖାକୁ ପ୍ରଥମେ ତର୍ଜମା କରିଥିଲା। ସ୍କୁଲରେ ପଢ଼ୁଥିବା ପୁରାତନ ଛାତ୍ରଙ୍କର ଏକ ଡାଟା ପ୍ରସ୍ତୁତ କରାଯାଇଥିଲା। ଏହା ପରେ ସେମାନଙ୍କ ହାତ ଲେଖାକୁ ମ୍ୟାଚ୍‌ କରାଯାଇଥିଲା। ସେହି ସମୟରେ ଆଦିତ୍ୟ କୁମାର ଦାଶ ଓ ଆନନ୍ଦ କୁମାର ଦାଶଙ୍କ ହ୍ୟାଣ୍ଡ ରାଇଟିଂ, ବ୍ଲାକବୋର୍ଡରେ ଲେଖାଯାଇଥିବା ହାତ ଲେଖା ସହିତ ମ୍ୟାଚ୍‌ କରିଥିଲା। ଆଉ ଦୁଇଟି ଯାକ ହ୍ୟାଣ୍ଡ ରାଇଟିଂ ମ୍ୟାଚ କରିଥିଲା। ଏହା ପରେ ପୁଲିସ୍‌ ଦୁଇ ଭାଇଙ୍କୁ ଜେରା କରିଥିଲା। ଜେରା ସମୟରେ ଚୋରି ହୋଇଥିବା ସାମଗ୍ରୀ ସମ୍ପର୍କରେ ସୂଚନା ଦେଇଥିଲେ ଦୁଇ ଭାଇ। ତା’ପରେ ଚୋରି ହୋଇଥିବା ସବୁ ସାମଗ୍ରୀ ଜବତ କରାଯାଇଛି।

Related story