ସ୍କୁଲରେ କଳାକନା ବୁଲାଇଲେ, ପୁଲିସକୁ ଦେଲେ ଖୋଲା ଚ୍ୟାଲେଞ୍ଜ

ନବରଙ୍ଗପୁର (ନବଘନ ବିଷୋୟୀ): ସ୍କୁଲରେ କଳାକନା ବୁଲାଇଲେ। ପୁଲିସ୍‌କୁ ଦେଲେ ଚ୍ୟାଲେଞ୍ଜ। ଏପରି ଚୋରି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳରେ ଘଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚୋରମାନେ ୩ଟି ମୋବାଇଲ୍‌ ନମ୍ୱର ଲେଖି ଯାଇଛନ୍ତି। ଯେଉଁଥିରେ ଜଣେ ସ୍କୁଲର ଶିକ୍ଷକଙ୍କ ମୋବାଇଲ ନମ୍ୱର ଥିବା ବେଳେ ଅନ୍ୟ ଦୁଇଟି କାହାର ଜଣାପଡ଼ି ନାହିଁ। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ମାଧ୍ୟମରେ ଘଟଣାର ତଦନ୍ତ ଚଳାଇଛି। ଶନିବାର ବିଳମ୍ୱିତ ରାତିରେ ତେନ୍ତୁଳିଖୁଣ୍ଟି ବ୍ଲକ […]

Nabarangpur

Nabarangpur

Manoranjan Sial
  • Published: Sunday, 03 July 2022
  • Updated: 03 July 2022, 07:38 PM IST

Sports

Latest News

ନବରଙ୍ଗପୁର (ନବଘନ ବିଷୋୟୀ): ସ୍କୁଲରେ କଳାକନା ବୁଲାଇଲେ। ପୁଲିସ୍‌କୁ ଦେଲେ ଚ୍ୟାଲେଞ୍ଜ। ଏପରି ଚୋରି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳରେ ଘଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚୋରମାନେ ୩ଟି ମୋବାଇଲ୍‌ ନମ୍ୱର ଲେଖି ଯାଇଛନ୍ତି। ଯେଉଁଥିରେ ଜଣେ ସ୍କୁଲର ଶିକ୍ଷକଙ୍କ ମୋବାଇଲ ନମ୍ୱର ଥିବା ବେଳେ ଅନ୍ୟ ଦୁଇଟି କାହାର ଜଣାପଡ଼ି ନାହିଁ। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ମାଧ୍ୟମରେ ଘଟଣାର ତଦନ୍ତ ଚଳାଇଛି।

ଶନିବାର ବିଳମ୍ୱିତ ରାତିରେ ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରୁ ଚୋରି ହୋଇଛି। ଚୋରମାନେ ପ୍ରଧାନ ଶିକ୍ଷକଙ୍କ କକ୍ଷରେ ଥିବା ଦୁଇଟି ତାଲା ଭାଙ୍ଗି କମ୍ପ୍ୟୁଟର, ପ୍ରିଣ୍ଟର, ଜେରକ୍ସ ମେସିନ, ସାଉଣ୍ଡବକ୍ସ ଇତ୍ୟାଦି ଚୋରି କରି ନେଇଛନ୍ତି। ଚୋରି ହୋଇଥିବା କମ୍ପ୍ୟୁଟରରେ ସ୍କୁଲର ବିଭିନ୍ନ ତଥ୍ୟ ଓ ପରୀକ୍ଷା ସମ୍ବନ୍ଧିୟ ତଥ୍ୟ ଥିବା ପ୍ରଧାନଶିକ୍ଷକ କହିଛନ୍ତି।

ଚୋରମାନେ ସ୍କୁଲରେ କଳାକନା ବୁଲାଇବା ପରେ ପୁଲିସ୍‌କୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ। ବ୍ଲକବୋର୍ଡରେ ଇଂରାଜୀରେ ଲେଖିଥିଲେ- ITS ME DHOOM-4 COMMING SOON। ଆଉ ଓଡ଼ିଆରେ ଲେଖିଥିଲେ- “ଆମେ ପୁଣି ଆସିବୁ... ସ୍କୁଲ ପିଲା ଧରିପାରିଲେ ଧର...”। ଏଥି ସହ ବ୍ଲାକବୋର୍ଡରେ ୩ଟି ମୋବାଇଲ ନମ୍ୱର ଲେଖି ଯାଇଛନ୍ତି। ଯେଉଁଥିରେ ସ୍କୁଲର ଶିକ୍ଷକଙ୍କ ମୋବାଇଲ୍‌ ନମ୍ୱର ରହିଛି। ତେବେ ଅନ୍ୟ ଦୁଇଟି ମୋବାଇଲ୍‌ ନମ୍ୱର କାହାର ଜଣାପଡ଼ି ନାହିଁ।

ବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ ଖାତିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ କରୁଛି। ହେଲେ ବର୍ତ୍ତମାନ ସୁଦ୍ଧା ପୁଲିସ ଚୋରଙ୍କ ପାଖରେ ପହଞ୍ଚି ପାରିନାହିଁ। ଏପରିକି ଚୋରି ହୋଇଥିବା ସାମଗ୍ରୀକୁ ପୁଲିସ ଉଦ୍ଧାର କରିପାରି ନାହିଁ।

ଚୋରମାନେ ଖୋଲା ଚ୍ୟାଲେଞ୍ଜ ଦେଇଥିବାରୁ ପୁଲିସ୍‌ର ପାରିବା ପଣିଆ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଚୋରଙ୍କୁ ଧରିବା ପାଇଁ ପୁଲିସ୍‌ ଜି-ଜାନ୍‌ ଲଗାଇ ଦେଇଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ କରୁଛି। ଏହାଛଡ଼ା ଚୋରମାନେ ଲେଖିଥିବା ଫୋନ୍‌ ନମ୍ୱର ଗୁଡ଼ିକ କାହାର? ସେହି ନମ୍ୱର ଗୁଡ଼ିକ ପୁଲିସ୍‌ ଯାଞ୍ଚ କରୁଛି।

ଅନ୍ୟପକ୍ଷରେ ଚୋରମାନେ ବ୍ଲକବୋର୍ଡରେ ଜଣେ ଶିକ୍ଷକଙ୍କ ମୋବାଇଲ୍‌ ନମ୍ୱର ଲେଖିଥିଲେ। ସମ୍ପୃକ୍ତ ଶିକ୍ଷକ କହିଛନ୍ତି, ମୁଁ ଏ ବିଷୟରେ କିଛି ଜାଣିନାହିଁ।

ସବୁଦିନ ପରି ଆଜି ସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ଗେଟ୍‌ ଖୋଲିବା ପାଇଁ ଆସିଥିଲେ। ହେଲେ ଗେଟ୍‌ ତାଲା ଖୋଲାଥିବା ଦେଖି ପ୍ରଧାନଶିକ୍ଷକ ସର୍ବେଶ୍ୱର ବେହେରାଙ୍କୁ ଜଣାଇଥିଲେ। ଏହା ପରେ ସେ ଥାନାକୁ ଖବୁ ଦେଇଥିଲେ। ପୁଲିସ ସ୍କୁଲରେ ପହଞ୍ଚି ତହନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos