ରାଜଧାନୀରୁ ୮ ଜୁଆଡ଼ି ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚାଲିଥିଲା ଜୁଆ ଖେଳ। ଏ ସମ୍ପର୍କରେ କମିଶନରେଟ୍‌ ପୋଲିସ ଜାଣିପାରି ଦୁଇଟି ସ୍ଥାନରେ ଚଢ଼ାଉ କରି ୮ଜଣଙ୍କୁ ଗିରଫ କରିଥିବା ସହିତ ନଗଦ ୧୫,୦୦୦ ରୁ ଅଧିକ ଟଙ୍କା ଜବତ କରିଛି। ଆଜି ୟୁନିଟ-୧ ହାଟ ନିକଟରେ ଜୁଆ ଖେଳ ଚାଲିଥିଲା। ଏ ସମ୍ପର୍କରେ ପୋଲିସ ଜାଣିପାରି ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି। ଗରିଫ ଅଭିଯୁକ୍ତମାନେ ହେଲେ କାକଟପୁର ଅଞ୍ଚଳର ପ୍ରତାପ ସାହୁ, କଟକ ଜିଲ୍ଲା ତିଗିରିଆର ବିଷ୍ଣୁଚରଣ […]

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 10:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚାଲିଥିଲା ଜୁଆ ଖେଳ। ଏ ସମ୍ପର୍କରେ କମିଶନରେଟ୍‌ ପୋଲିସ ଜାଣିପାରି ଦୁଇଟି ସ୍ଥାନରେ ଚଢ଼ାଉ କରି ୮ଜଣଙ୍କୁ ଗିରଫ କରିଥିବା ସହିତ ନଗଦ ୧୫,୦୦୦ ରୁ ଅଧିକ ଟଙ୍କା ଜବତ କରିଛି।

ଆଜି ୟୁନିଟ-୧ ହାଟ ନିକଟରେ ଜୁଆ ଖେଳ ଚାଲିଥିଲା। ଏ ସମ୍ପର୍କରେ ପୋଲିସ ଜାଣିପାରି ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି। ଗରିଫ ଅଭିଯୁକ୍ତମାନେ ହେଲେ କାକଟପୁର ଅଞ୍ଚଳର ପ୍ରତାପ ସାହୁ, କଟକ ଜିଲ୍ଲା ତିଗିରିଆର ବିଷ୍ଣୁଚରଣ ସାହୁ, ବାଙ୍କି ଅଞ୍ଚଳର ଚୈତନ୍ୟ ସ୍ୱାଇଁ ଓ ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜରାନପୁରର ପୂର୍ଣ୍ଣଚନ୍ଦ୍ର ବେହେରା। ପୋଲିସ ସେମାନଙ୍କଠାରୁ ୨ଟି ତାସ୍ ପ୍ୟାକେଟ ଓ ନଗଦ ୧୩,୦୦୦ ଟଙ୍କା ଜବତ କରିଛି।

ସେହିପରି ଖାରବେଳନଗର ଥାନା ପଛପଟେ ହରିଜନ ବସ୍ତିରେ ଜୁଆ ଖେଳ ଚାଲିଥିଲା। ଏ ସମ୍ପର୍କରେ ପୋଲିସ ଜାଣିପାରି ଚଢାଉ କରି ୪ ଜଣଙ୍କୁ ଗିରଫ କରିଥିଲେ। ଜୁଆଡିଙ୍କଠାରୁ ପୋଲିସ ଦୁଇ ହଜାର ଟଙ୍କା ଜବତ କରିଛି।

Related story