ଗାର୍ଲଫ୍ରେଣ୍ଡକୁ ମାଧ୍ୟମ କରି ମାମୁଘରୁ ଲୁଟିଲା ଭଣଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାମୁ ଘରେ କଳାକନା ବୁଲାଇଲା ଭଣଜା। ଗାର୍ଲଫ୍ରେଣ୍ଡକୁ ମାଧ୍ୟମ କରି ଭଣଜା ଏପରି କାଣ୍ଡ ଘଟାଇଛି। ଭୁବନେଶ୍ୱର ଚନ୍ଦ୍ରଖେଖରପୁର ଥାନା ଅନ୍ତର୍ଗତ କାନନବିହାର ଫେଜ-୧ରେ ଏହି କୌତୁହଳ ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଭଣଜା ଓ ତା ସାଥୀଙ୍କୁ ଗିରଫ କରିଛି। କାନନବିହାର ଫେଜ-୧ରେ ରୁହନ୍ତି ଅବସରପ୍ରାପ୍ତ ନାଭାଲ ଅଫିସର। ବ୍ୟବସାୟିକ ଉଦ୍ଦେଶ୍ୟରେ ସେ ୧୨ ଲକ୍ଷ ଟଙ୍କା ବ୍ୟାଙ୍କରୁ ଉଠାଇ ଘରେ ରଖିଥିଲେ। ଏ ସମ୍ପର୍କରେ ଭଣଜା […]

Bhanaja

Rakesh Mallick
  • Published: Thursday, 25 January 2018
  • , Updated: 25 January 2018, 08:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାମୁ ଘରେ କଳାକନା ବୁଲାଇଲା ଭଣଜା। ଗାର୍ଲଫ୍ରେଣ୍ଡକୁ ମାଧ୍ୟମ କରି ଭଣଜା ଏପରି କାଣ୍ଡ ଘଟାଇଛି। ଭୁବନେଶ୍ୱର ଚନ୍ଦ୍ରଖେଖରପୁର ଥାନା ଅନ୍ତର୍ଗତ କାନନବିହାର ଫେଜ-୧ରେ ଏହି କୌତୁହଳ ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଭଣଜା ଓ ତା ସାଥୀଙ୍କୁ ଗିରଫ କରିଛି।

କାନନବିହାର ଫେଜ-୧ରେ ରୁହନ୍ତି ଅବସରପ୍ରାପ୍ତ ନାଭାଲ ଅଫିସର। ବ୍ୟବସାୟିକ ଉଦ୍ଦେଶ୍ୟରେ ସେ ୧୨ ଲକ୍ଷ ଟଙ୍କା ବ୍ୟାଙ୍କରୁ ଉଠାଇ ଘରେ ରଖିଥିଲେ। ଏ ସମ୍ପର୍କରେ ଭଣଜା ଜାଣିଥିଲା। ଟଙ୍କା ହଡ୍‌ପ କରିବା ପାଇଁ ଯୋଜନା ପାଞ୍ଚିଥିଲା। ଶେଷରେ ସଫଳ ମଧ୍ୟ ହେଲା। ନିଜର ଗାର୍ଲଫ୍ରେଣ୍ଡକୁ ବ୍ୟବହାର କରି ଭଣଜା ମାମୁକୁ ବାହାରକୁ ଡାକିଥିଲା। ଫୋନ୍‌ ପାଇ ମାମୁ ବାହାରକୁ ଗଲା ପରେ ଘରେ କେହି ନଥିବାର ସୁଯୋଗ ନେଇ ଭଣଜା ଟଙ୍କା ଲୁଟିଥିଲା। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଭଣଜାକୁ ଗିରଫ କରିବା ସହିତ ଚୋରି ଟଙ୍କା ଜବତ କରିଛି। ତେବେ ସେ ରହସ୍ୟ ମୟୀ ଝିଅ କିଏ, ଯିଏ ମାମୁଙ୍କୁ ଫୋନକରି ବାହାରକୁ ଡାକିଥିଲେ ସେନେଇ ଖୋଲତାଡ ଚାଲିଛି।

Related story