କୁଖ୍ୟାତ ଡ଼କାୟତ ‘ଈଶ୍ୱର’ଙ୍କ ପରିବାରକୁ ଧରିବାକୁ ପୁଲିସ ନାକେଦମ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ରେମୁଣା ଶ୍ୟାମରାଇପୁର ଗାଁର କୁଖ୍ୟାତ ଡ଼କାୟତ ଈଶ୍ୱର ମହାଳିକ ଘରେ ଆଜି ପୁଣି ବଡ଼ ଧରଣର ଚଢ଼ାଉ କରାଯାଛି। ଏକ ଡ଼କାୟତ ମାମଲାରେ ଗତ ରବିବାର ପୁଲିସ ସଦଳବଳେ ତାଙ୍କ ଘର ଉପରେ ଚଢ଼ାଉ କରିଥିଲେ । ତାକୁ ଧରିବା ସମୟରେ ଘର ଭିତରେ ରହି ପୁଲିସକୁ ଈଶ୍ୱର ମଦ ବୋତଲ, ଟେକା ପଥର ସହ ବୋମା ମାଡ଼ କରିଥିଲେ। ସେହିଭଳି ଛାତ ଉପରେ ରହି ପୁଲିସକୁ ଗ୍ୟାସ ଟାଙ୍କି ନିଆଁ ଲଗାଇ […]

bn9o

bn9o

Tapas Behera
  • Published: Sunday, 21 June 2020
  • Updated: 21 June 2020, 09:08 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ରେମୁଣା ଶ୍ୟାମରାଇପୁର ଗାଁର କୁଖ୍ୟାତ ଡ଼କାୟତ ଈଶ୍ୱର ମହାଳିକ ଘରେ ଆଜି ପୁଣି ବଡ଼ ଧରଣର ଚଢ଼ାଉ କରାଯାଛି। ଏକ ଡ଼କାୟତ ମାମଲାରେ ଗତ ରବିବାର ପୁଲିସ ସଦଳବଳେ ତାଙ୍କ ଘର ଉପରେ ଚଢ଼ାଉ କରିଥିଲେ । ତାକୁ ଧରିବା ସମୟରେ ଘର ଭିତରେ ରହି ପୁଲିସକୁ ଈଶ୍ୱର ମଦ ବୋତଲ, ଟେକା ପଥର ସହ ବୋମା ମାଡ଼ କରିଥିଲେ। ସେହିଭଳି ଛାତ ଉପରେ ରହି ପୁଲିସକୁ ଗ୍ୟାସ ଟାଙ୍କି ନିଆଁ ଲଗାଇ ପକାଇ ମାରିଦେବାକୁ ଧମକ ଦେଉଥିଲା। ଦୀର୍ଘ ଚାରି ଘଣ୍ଟା ଉଭୟ ଛକାପଞ୍ଝା ପରେ ପୁଲିସ ଈଶ୍ୱରକୁ ଧରି ନେଇଥିଲା। ସେ ଏବେ ପୁଲିସ କବଜାରେ ଅଛି । ଆଜି ସେହି ମାମଲାରେ ତାଙ୍କ ପୁଅ, ଜ୍ୱାଇଁ ଓ ପରିବାର ଲୋକଙ୍କୁ ଧରିବା ପାଇଁ ଆଜି ଚଢ଼ାଉ ଚାଲିଛି।

ଆଉ ଘରେ ପରିବାର ଲୋକ ରହି ଭିତର ପଟୁ  ଗେଟ ତାଳ ପକାଇ ଖୋଲିନଥିଲେ।  ଦୀର୍ଘ ସମୟ ପରେ  ପୁଲିସ ଘର ଭିତରକୁ ପସିବାରେ ସକ୍ଷମ ହୋଇଥିଲା। ଏହି ଚଢ଼ାଉରେ ରେମୁଣା ଓ ସହଦେଵଖୁଣ୍ଟା ଦୁଇଟି ଥାନାର ଅଧିକାରୀ, କ୍ରାଇମ ସଦର ଡିଏସପି, ଦୁଇ ପ୍ଲାଟୁନ ପୁଲିସ, ସହ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ ।

ତେବେ ତିନି ମହଲା ଘର  ଭିତରୁ ପୁଲିସ ଗାଡ଼ିରେ ଲାଗୁଥିବା ସାଇରନ ଲାଇଟ, ଦୁଇଟି ଅଫୁଟା ହାତ ଵୋମା ସହ ଦୁଇ ବୁରା ବିଭିନ୍ନ ମାରଣାସ୍ତ୍ର ଜବତ କରିଛି। ସେହିଭଳି ମୁଖ୍ୟ ଅଭିଯୁକ୍ତ ଈଶ୍ୱର ଜେଲରେ ଥିବାବେଳେ ସେହି ମାମଲାରେ ତା ପୁଅ, ଜ୍ୱାଇଁକୁ ଧରିବାକୁ ଆସିଥିବାବେଳେ ପୁଲିସ ସେମାନଙ୍କୁ ଧରିପାରି ନଥିବାବେଳେ ଅନ୍ୟ ମାମଲାରେ ଈଶ୍ୱର ସ୍ତ୍ରୀ ଓ ଝିଅକୁ ଧରି ନେଇଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos