ସାବଧାନ! ଆର୍ମିରେ ଚାକିରି ଦେବାକୁ ବୁଲୁଛନ୍ତି ସୁପର ଠକ

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ସେନାରେ ଚାକିରି ଦେବା ନାଁରେ ବେକାର ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅଞ୍ଚଳରୁ। ଚାକିରି ଦେବା ନାଁରେ ଦୁଇ ଜଣ ବ୍ୟକ୍ତି ପ୍ରାୟ ୧୧ ଜଣ ବେକାର ଯୁବକଙ୍କଠାରୁ ୬ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ସେମାନଙ୍କୁ ଗିରଫ କରିଛି। ସେମାନେ ହେଲେ ରେଢାଖୋଲ ଖଣ୍ଡାଢିପର ଦେବେନ୍ଦ୍ର ପ୍ରଧାନ ଓ […]

Rakesh Mallick
  • Published: Wednesday, 27 September 2017
  • , Updated: 27 September 2017, 03:40 PM IST

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ସେନାରେ ଚାକିରି ଦେବା ନାଁରେ ବେକାର ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅଞ୍ଚଳରୁ। ଚାକିରି ଦେବା ନାଁରେ ଦୁଇ ଜଣ ବ୍ୟକ୍ତି ପ୍ରାୟ ୧୧ ଜଣ ବେକାର ଯୁବକଙ୍କଠାରୁ ୬ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ସେମାନଙ୍କୁ ଗିରଫ କରିଛି। ସେମାନେ ହେଲେ ରେଢାଖୋଲ ଖଣ୍ଡାଢିପର ଦେବେନ୍ଦ୍ର ପ୍ରଧାନ ଓ ସୁନ୍ଦରଗଡ଼ ବଡ଼ଗାଁର ଫେଲିକ୍ସ କେର୍କେଟା। ଦେବେନ୍ଦ୍ର ଜଣେ ସରକାରୀ ସ୍କୁଲ ଶିକ୍ଷକ ହୋଇଥିବାବେଳେ ଫେଲିକ୍ସ କେର୍କେଟା ଜଣେ ଅବସରପ୍ରାପ୍ତ ସୈନିକ। ମତ୍ର ଏପରି ଅଭିଯୋଗକୁ ଅବସରପ୍ରାପ୍ତ ସୈନିକ ସ୍ୱୀକାର କରିଥିବାବେଳେ ଗିରଫ ଶିକ୍ଷକ ଅସ୍ୱୀକାର କରିଛନ୍ତି।

Related story