ନିଶା କବ୍‌ଜାରେ ପୁରୀ ସହର, ମାଧ୍ୟମ ସାଜୁଛନ୍ତି ମହିଳା

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ସିଏ ପୁଣି ଏମିତି ସେମିତି ନିଶା ନୁହେଁ, ବ୍ରାଉନ୍‌ସୁଗାର। ବିଭିନ୍ନ ସାହିରେ ଏହି ନିଶା କାରବାର ଚାଲିଛି। ମାଧ୍ୟମ ସାଜିଛନ୍ତି ମହିଳା। ବ୍ରାଉନ୍‌ସୁଗାର ବେପାରୀମାନେ ମହିଳାଙ୍କୁ ଢ଼ାଲ କରି ବଢ଼ାଇ ଚାଲିଛନ୍ତି ସେମାନଙ୍କ କଳା ସାମ୍ରାଜ୍ୟ। ଏହି କାରବାରରେ ଜଣେ ପରେ ଜଣେ ମହିଳା ଗିରଫ ହେଉଛନ୍ତି। ଆଜି ଏମିତି ମାମଲାରେ ଆଉ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି। ନରେନ୍ଦ୍ରକୋଣ […]

police arrest women from puri

Rakesh Mallick
  • Published: Friday, 12 January 2018
  • , Updated: 12 January 2018, 04:08 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ସିଏ ପୁଣି ଏମିତି ସେମିତି ନିଶା ନୁହେଁ, ବ୍ରାଉନ୍‌ସୁଗାର। ବିଭିନ୍ନ ସାହିରେ ଏହି ନିଶା କାରବାର ଚାଲିଛି। ମାଧ୍ୟମ ସାଜିଛନ୍ତି ମହିଳା। ବ୍ରାଉନ୍‌ସୁଗାର ବେପାରୀମାନେ ମହିଳାଙ୍କୁ ଢ଼ାଲ କରି ବଢ଼ାଇ ଚାଲିଛନ୍ତି ସେମାନଙ୍କ କଳା ସାମ୍ରାଜ୍ୟ। ଏହି କାରବାରରେ ଜଣେ ପରେ ଜଣେ ମହିଳା ଗିରଫ ହେଉଛନ୍ତି। ଆଜି ଏମିତି ମାମଲାରେ ଆଉ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି।

ନରେନ୍ଦ୍ରକୋଣ ଦେବୀଘାଟ ଛକ ନିକଟରେ ବ୍ରାଉନ୍‌ସୁଗାର କାରବାର ଚାଲିଥିବା ଅବକାରୀ ବିଭାଗର ମୋବାଇଲ ସ୍କ୍ୱାଡ଼ ଜାଣିପାରି ଚଢ଼ାଉ କରି ୪୬ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୬୦ ହଜାର ଟଙ୍କା ହେବ। ଏହି ଅଭିଯୋଗରେ ଲତାମଣି ନାୟକ ନାମକ ଜଣେଙ୍କୁ ପୋଲିସ ଗିରଫ କରିଛି। ଏହି ବ୍ରାଉନ୍‌ସୁଗାର ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଶ୍ରୀକ୍ଷେତ୍ର ଆସିଥିବା ଜଣାପଡ଼ିଛି। ତେବେ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ପୋଲସ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।

ଏହା ପୂର୍ବରୁ ଗତବର୍ଷ ଏପ୍ରିଲ ୭ ତାରିଖରେ କୋଣାର୍କରୁ ପୋଲିସ ୩୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଥିଲା। ଏହି ଘଟଣାରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଥିଲା। ସେହିବର୍ଷ ଜୁନ୍‌ ମାସରେ ପୁଣି ଥରେ ପୋଲିସ କୋଣାର୍କରୁ ୪୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା। ଏହି ଘଣଣାରେ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରିଥିଲା। ସେହିପରି ଅଗଷ୍ଟ ୮ ତାରିଖରେ ୫୭ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବା ସହିତ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏଥିରୁ ସ୍ପଷ୍ଟ ହେଉଛି ପ୍ରଚ୍ଛଦପଟରେ ରହି ମହିଳାମାନଙ୍କ ମାଧ୍ୟମରେ ନିଶା ବେପାରୀମାନେ ସେମାନଙ୍କ କାୟା ବିସ୍ତାର କରୁଛନ୍ତି।

Related story