ମନୋଜ ଜେନା ହତ୍ୟା ମାମଲାରେ ଆଉ ୫ଜଣଙ୍କୁ ବାନ୍ଧିଲା ପୁଲିସ୍‌

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତା ମନୋଜ ଜେନା ହତ୍ୟା ଘଟଣାରେ ଆଉ ୫ ଜଣ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୁଲିସ୍। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ବାଲୁଗାଁ ଷ୍ଟେସନରୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩ଟି ବାଇକ୍, ୨ଟି ମାଉଜର ଓ ହତ୍ୟାରେ ବ୍ୟବହୃତ ୨ଟି ଛୁରୀ ପୁଲିସ୍ ଜବତ କରିଛି। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭଗବାନ ସାହୁ ନାଁରେ […]

fiveaccused

Jitendra Garnayak
  • Published: Wednesday, 05 June 2019
  • , Updated: 05 June 2019, 02:36 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତା ମନୋଜ ଜେନା ହତ୍ୟା ଘଟଣାରେ ଆଉ ୫ ଜଣ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୁଲିସ୍। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ବାଲୁଗାଁ ଷ୍ଟେସନରୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩ଟି ବାଇକ୍, ୨ଟି ମାଉଜର ଓ ହତ୍ୟାରେ ବ୍ୟବହୃତ ୨ଟି ଛୁରୀ ପୁଲିସ୍ ଜବତ କରିଛି।

ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭଗବାନ ସାହୁ ନାଁରେ ପୁଲିସ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି।

ପୂର୍ବରୁ ଏହି ହତ୍ୟା ମାମଲାରେ ଦୁଇ ଜଣ ଅଭିଯୁକ୍ତ ଗଣେଶ ନାୟକ ଓ ହୃଷି ପାତକୁ ପୁଲିସ ଗିରଫ କରିଥିଲା। ଉଭୟ ପେସାଦାର ଅପରାଧୀ ବୋଲି ପୁଲିସ୍ ସୂଚନା ଦେଇଥିଲା।

ସୂଚନାଯୋଗ୍ୟ, ନିର୍ବାଚନ ଫଳାଫଳ ବାହାରିବାର ପୂର୍ବଦିନ ଅର୍ଥାତ୍ ମେ’ ୨୨ ତାରିଖରେ ୪ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ମନୋଜଙ୍କୁ ଗୁଳି କରିଥିଲେ। ଏହାସହ ତାଙ୍କ ଗଳା କାଟି ଦେଇଥିଲେ। ମନୋଜଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Related story