କାଳ ହେଲା ଅସଦାଚରଣ: ଥାନାବାବୁ ଗିରଫ

Ordigital Desk
  • Published: Tuesday, 06 March 2018
  • , Updated: 06 March 2018, 10:14 AM IST
<p>କଟକ(ଓଡ଼ିଶା ରିପୋର୍ଟର): ୮ବର୍ଷର ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ବାଦାମବାଡି ଥାନା ଏଏସ୍&zwnj;ଆଇଙ୍କୁ ଗିରଫ କରାଯାଇଛି। ଗିରଫ ପୋଲିସ୍ ବାବୁଙ୍କ ନାମ ହେଉଛି କୃଷ୍ଣ ଚନ୍ଦ୍ର ଜେନା। ସାଲେପୁର ଚନ୍ଦ୍ରଦେଇପୁରରେ ଥିବା ନିଜ ବାସଭବନରେ ନାବାଳିକାର ପରିବାର ଦୀର୍ଘଦିନ ହେବ ଭଡ଼ାରେ ରହି ଆସୁଥିଲେ। ତେବେ ଘରେ ନାବାଳିକାକୁ ଏକୁଟିଆ ପାଇ ପୋଲିସ ବାବୁ ଜଣଙ୍କ ଅସଦାଚରଣ କରିଥିବା ନାବାଳିକାରର ମାଆ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।</p> <p>ଅଭିଯୋଗକୁ ଭିତ୍ତି କରି ଗତକାଲି ବିଳମ୍ବିତ ରାତିରେ ସାଲେପୁର ପୋଲିସ୍ ସଂପୃକ୍ତ ପୋଲିସ୍&zwnj; ବାବୁଙ୍କୁ ନିଜ ବାସଭବନରୁ ଗିରଫ କରିଛି। ତାଙ୍କ ବିରୋଧରେ ୩୪ ଆଇପିସି ୩୫୪,୫୦୬ ଓ pocsoart ୨୦୧୨ ଦଫା ଲାଗିଛି।</p> <p>&amp;nbsp;</p>

Related story