ପୁଲିସ୍‌ ବାବୁଙ୍କ ହନୁମାନ ପଇସା ମୋହ!

ମାଲକାନଗିରି: ବାଲେଶ୍ୱର ଜିଲ୍ଲା ରେମୁଣାରେ କାର୍ଯ୍ୟରତ ଆଇଆଇସି ସୁରେନ୍ଦ୍ର ନାୟକଙ୍କୁ ହନୁମାନ ପଇସା ନିଶା ଘାରିଛି ବୋଲି ଅଭିଯୋଗ ହୋଇଛି। ସେ ହନୁମାନ ପଇସା ପାଇଁ ତାଙ୍କ ଅନ୍ୟ ୩ ସାଥୀ ଏସ୍‌ଆଇ ଦୀପକ ଖଣ୍ଡାୟତ, ଜିତୁ ମହାନ୍ତି ଓ ଏସ୍‌.କେ ବେହେରାଙ୍କ ସହିତ ମିଶି ମାଲକାନଗିରି ଜିଲ୍ଲା ପଦ୍ମପୁର ଗୋଟିଯୋଡ଼ି ଗାଁର ଇର୍ମା ମାଡ଼ିଙ୍କ ଘରେ ପଶିଥିଲେ। ଏପରିକି ଇର୍ମାକୁ ଧମକ୍‌ଚମକ ଦେଇଥିଲେ। ଗାଁ ଲୋକେ ଡକାୟତ ବୋଲି ଭାବି ଧନୁ ଓ ତୀର ଧରି […]

remuna-iic

Rakesh Mallick
  • Published: Saturday, 13 August 2016
  • , Updated: 13 August 2016, 09:19 PM IST

ମାଲକାନଗିରି: ବାଲେଶ୍ୱର ଜିଲ୍ଲା ରେମୁଣାରେ କାର୍ଯ୍ୟରତ ଆଇଆଇସି ସୁରେନ୍ଦ୍ର ନାୟକଙ୍କୁ ହନୁମାନ ପଇସା ନିଶା ଘାରିଛି ବୋଲି ଅଭିଯୋଗ ହୋଇଛି। ସେ ହନୁମାନ ପଇସା ପାଇଁ ତାଙ୍କ ଅନ୍ୟ ୩ ସାଥୀ ଏସ୍‌ଆଇ ଦୀପକ ଖଣ୍ଡାୟତ, ଜିତୁ ମହାନ୍ତି ଓ ଏସ୍‌.କେ ବେହେରାଙ୍କ ସହିତ ମିଶି ମାଲକାନଗିରି ଜିଲ୍ଲା ପଦ୍ମପୁର ଗୋଟିଯୋଡ଼ି ଗାଁର ଇର୍ମା ମାଡ଼ିଙ୍କ ଘରେ ପଶିଥିଲେ। ଏପରିକି ଇର୍ମାକୁ ଧମକ୍‌ଚମକ ଦେଇଥିଲେ। ଗାଁ ଲୋକେ ଡକାୟତ ବୋଲି ଭାବି ଧନୁ ଓ ତୀର ଧରି ସେମାନଙ୍କୁ ଗୋଡ଼ାଇଥିଲେ। ଜୀବନ ବିକଳରେ ଶ୍ରୀ ନାୟକ ଓ ତାଙ୍କ ସାଥୀମାନେ ବାଇକ୍ ଛାଡ଼ି ପଳାଇ ଯାଇଥିଲେ। ଏଥିପାଇଁ ୧୦ କୋଟି ଟଙ୍କା ମୂଲଚାଲ ହୋଇଥିବା ଜଣାପଡ଼ିଛି।

ପୂର୍ବରୁ ମାଲକାନଗିରି ଜିଲ୍ଲା ମାଥିଲି ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ ଶ୍ରୀ ନାୟକ। ପରେ ତାଙ୍କର ରେମୁଣାକୁ ବଦଳି ହୋଇଥିଲା। ବାଲେଶ୍ୱରରେ ରହଣି ସମୟରେ ପଶ୍ଚିମବଙ୍ଗର ଜଣେ ବେପାରୀ ହନୁମାନ ପଇସା ପାଇଁ ଶ୍ରୀ ନାୟକଙ୍କୁ ୧୦ କୋଟି ଟଙ୍କାର ଅଫର ଦେଇଥିଲେ।

ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ର ଘଟଣାର ତଦନ୍ତ କରି ଆଇଆଇସି ଶ୍ରୀ ନାୟକଙ୍କୁ ଅପସାରଣ ପାଇଁ ବାଲେଶ୍ୱର ଏସପି ନୀତି ଶେଖରଙ୍କୁ କହିଥିଲେ। ଶ୍ରୀ ନାୟକଙ୍କୁ ହେଡ୍‌କ୍ୱାର୍ଟରକୁ ଆଣାଯାଇଥିବା ବେଳେ ଅନ୍ୟମାନଙ୍କୁ ସସ୍‌ପେଣ୍ଡ କରାଯାଇଛି।

Related story