ଅଭିଯୁକ୍ତକୁ ଧରିବାକୁ ଯାଇ ପୁଲିସ୍‌ ହୀନସ୍ତା, ପିଲା ଚୋର ଭାବି ପିଟିଲେ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ତେଲେଙ୍ଗାନା ପୁଲିସ୍‌କୁ ଗଞ୍ଜାମର ସାନଖେମୁଣ୍ଡିରେ ଆକ୍ରମଣ। ପାଟପୁର ଥାନା ଡେଙ୍ଗାଡ଼ି ଗାଁରେ ଜଣେ ଅଭିଯୁକ୍ତକୁ ଧରିବାକୁ ଆସିଥିବା ତେଲେଙ୍ଗାନା ପୁଲିସ୍ ଟିମ୍‌କୁ ଗାଁ ଲୋକ ପିଲା ଚୋର ଭାବି ପିଟିଛନ୍ତି। ସାଦା ପୋଷାକରେ ଆସି ତେଲେଙ୍ଗାନା ପୁଲିସ୍‌ ଅଭିଯୁକ୍ତକୁ ପଚରାଉଚରା କରିବା ବେଳେ ଏହି ଆକ୍ରମଣ ହୋଇଥିଲା।  ତେଲଙ୍ଗାନାର ୧୦ ଜଣିଆ ପୁଲିସ୍‌ ଟିମ୍‌ ଦୁଇଟି ଗାଡ଼ିରେ ଡେଙ୍ଗାଡ଼ି ଗାଁକୁ ଆସିଥିଲେ।  ଅଭିଯୁକ୍ତ ହାଇଦ୍ରାବାଦରେ ଏକ ସୁନା ଦୋକାନରେ କାମ କରୁଥିଲେ। ତାଙ୍କ ନାଁରେ […]

kio

Tapas Behera
  • Published: Thursday, 09 May 2019
  • , Updated: 09 May 2019, 12:38 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ତେଲେଙ୍ଗାନା ପୁଲିସ୍‌କୁ ଗଞ୍ଜାମର ସାନଖେମୁଣ୍ଡିରେ ଆକ୍ରମଣ। ପାଟପୁର ଥାନା ଡେଙ୍ଗାଡ଼ି ଗାଁରେ ଜଣେ ଅଭିଯୁକ୍ତକୁ ଧରିବାକୁ ଆସିଥିବା ତେଲେଙ୍ଗାନା ପୁଲିସ୍ ଟିମ୍‌କୁ ଗାଁ ଲୋକ ପିଲା ଚୋର ଭାବି ପିଟିଛନ୍ତି।

ସାଦା ପୋଷାକରେ ଆସି ତେଲେଙ୍ଗାନା ପୁଲିସ୍‌ ଅଭିଯୁକ୍ତକୁ ପଚରାଉଚରା କରିବା ବେଳେ ଏହି ଆକ୍ରମଣ ହୋଇଥିଲା।  ତେଲଙ୍ଗାନାର ୧୦ ଜଣିଆ ପୁଲିସ୍‌ ଟିମ୍‌ ଦୁଇଟି ଗାଡ଼ିରେ ଡେଙ୍ଗାଡ଼ି ଗାଁକୁ ଆସିଥିଲେ।  ଅଭିଯୁକ୍ତ ହାଇଦ୍ରାବାଦରେ ଏକ ସୁନା ଦୋକାନରେ କାମ କରୁଥିଲେ। ତାଙ୍କ ନାଁରେ ସୁନା ଚୋରି ଅଭିଯୋଗ ଥିଲା।

ଏହି ଅଭିଯୋଗର ତଦନ୍ତ ବେଳେ ହଠାତ୍‌ ଗ୍ରାମବାସୀ ପୁଲିସ୍‌ ଟିମ୍‌ ଉପରେ ଆକ୍ରମଣ କରିଥିଲେ। ଏଥିରେ ୪ ଜଣ ପୁଲିସ୍‌ ଅଧିକାରୀ ଆହତ ହୋଇଛନ୍ତି।  ସେମାନଙ୍କ ଗାଡ଼ିକୁ ମଧ୍ୟ ଲୋକେ ଭଙ୍ଗାରୁଜା କରିଛନ୍ତି।

ପାଟପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତେଲେଙ୍ଗାନା ପୁଲିସ୍‌କୁ ଉଦ୍ଧାର କରି ଆଡ଼ପଡ଼ା ମେଡିକାଲରେ ଭର୍ତ୍ତି କରିଛି।  ଅନ୍ୟପକ୍ଷରେ ଯେଉଁ ଅଭିଯୁକ୍ତକୁ ତେଲେଙ୍ଗାନା ପୁଲିସ୍‌ ପଚରାଉଚରା କରୁଥିଲା, ତାକୁ ପାଟପୁର ଥାନାକୁ ଆଣି ଜେରା କରାଯାଉଛି।

Related story