ମାଲ୍‌ବାହୀ ଟ୍ରେନରୁ ଚୋରି ରାକେଟ୍‌ ଠାବ

ଯାଜପୁର (ଗୋଲାମ ଗସ୍‌): ମାଲ୍‌ବାହୀ ଟ୍ରେନରୁ ଚୋରି ରାକେଟ୍‌ ଠାବ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପୁଲିସ ଆଜି ମୁରାରିପୁର ଗାଁରେ ଚଢ଼ଉ କରି ଜଣକୁ ଗିରଫ କରିବା ସହିତ ଚୋରି ହୋଇଥିବା ୩୯ ବସ୍ତା ମକାମଞ୍ଜି ଜବତ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସୂଚନାରୁ ପ୍ରକାଶ, ଟ୍ରେନ୍‌ ଲାଇନ୍‌ କ୍ଲିଅର୍ ନଥିବାରୁ ଅନେକ ସମୟରେ ମୁରାରିପୁର ଅଞ୍ଚଳରେ ମାଲବାହୀ ଟ୍ରେନ ଗୁଡ଼ିକ ଟ୍ରାକ୍‌ […]

police-bust-a-racket-of-criminals-who-steal-from-goods-trains

Manoranjan Sial
  • Published: Tuesday, 16 July 2019
  • , Updated: 16 July 2019, 05:07 PM IST

ଯାଜପୁର (ଗୋଲାମ ଗସ୍‌): ମାଲ୍‌ବାହୀ ଟ୍ରେନରୁ ଚୋରି ରାକେଟ୍‌ ଠାବ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପୁଲିସ ଆଜି ମୁରାରିପୁର ଗାଁରେ ଚଢ଼ଉ କରି ଜଣକୁ ଗିରଫ କରିବା ସହିତ ଚୋରି ହୋଇଥିବା ୩୯ ବସ୍ତା ମକାମଞ୍ଜି ଜବତ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସୂଚନାରୁ ପ୍ରକାଶ, ଟ୍ରେନ୍‌ ଲାଇନ୍‌ କ୍ଲିଅର୍ ନଥିବାରୁ ଅନେକ ସମୟରେ ମୁରାରିପୁର ଅଞ୍ଚଳରେ ମାଲବାହୀ ଟ୍ରେନ ଗୁଡ଼ିକ ଟ୍ରାକ୍‌ ଉପରେ ଠିଆ ହୋଇଥାଏ। ଏହାର ସୁଯୋଗ ନେଇ ସ୍ଥାନୀୟ ଅଞ୍ଚଳର କେତେକ ଦୁର୍ବୃତ୍ତ ଦୀର୍ଘବର୍ଷ ଧରି ମାଲବାହୀ ଟ୍ରେନ ବଗିରୁ ବିଭିନ୍ନ ପ୍ରକାର ସାମଗ୍ରୀ ଚୋରି କରି ନେଉଥିଲେ। ଏପରି ଅଭିଯୋଗ ବହୁ ଦିନରୁ ହୋଇ ଆସୁଥିଲା। ମାତ୍ର ପ୍ରମାଣ ଅଭାବରୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା।

ତେବେ ଆଜି ସକାଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଉକ୍ତ ଅଞ୍ଚଳରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ସେଠାରେ ଉପସ୍ଥିତ ଥିବା ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ପୁଲିସ ୩୯ ବସ୍ତା ମକା ମଞ୍ଜି ଜବତ କରିବା ସହିତ ରଘୁନାଥପୁର ଗାଁର ମାନସ ମଳିକକୁ ଗିରଫ କରିଛି। ଏସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Related story