ଜାହିନ୍‌ଙ୍କ ଘରୁ ମିଳିଲା ୫ଟି ଚୋରା ବନ୍ଧୁକ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁରରେ ଚୋରା ବନ୍ଧୁକ କାରବାରର ପର୍ଦ୍ଦା ଫାସ କରିଛି ପୋଲିସ୍‌। ଏହି ଘଟଣାରେ ଚୋରା ବନ୍ଧୁକ ବେପାରୀ ମହମ୍ମଦ ଜାହିନ୍‌ ଖାନଙ୍କୁ ଗିରଫ କରିଛି। ତାଙ୍କର ଜଳେଇପଡ଼ା ସ୍ଥିତ ଘରୁ  ୫ଟି ଚୋରା ବନ୍ଧୁକ ସହ ୧୨ଟି ଜୀବନ୍ତ ଗୁଳି ଓ ୨ଟି ଖୋକା ଜବତ କରିଛି। ମହମ୍ମଦ ସହରରେ ଦୀର୍ଘ ଦିନ ହେବ ଚୋରା ବନ୍ଧୁକ କାରବାର ଚଳାଇ ଆସୁଥିଲା। ତାଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ […]

re

Rakesh Mallick
  • Published: Monday, 21 May 2018
  • , Updated: 21 May 2018, 02:55 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁରରେ ଚୋରା ବନ୍ଧୁକ କାରବାରର ପର୍ଦ୍ଦା ଫାସ କରିଛି ପୋଲିସ୍‌। ଏହି ଘଟଣାରେ ଚୋରା ବନ୍ଧୁକ ବେପାରୀ ମହମ୍ମଦ ଜାହିନ୍‌ ଖାନଙ୍କୁ ଗିରଫ କରିଛି। ତାଙ୍କର ଜଳେଇପଡ଼ା ସ୍ଥିତ ଘରୁ  ୫ଟି ଚୋରା ବନ୍ଧୁକ ସହ ୧୨ଟି ଜୀବନ୍ତ ଗୁଳି ଓ ୨ଟି ଖୋକା ଜବତ କରିଛି।

ମହମ୍ମଦ ସହରରେ ଦୀର୍ଘ ଦିନ ହେବ ଚୋରା ବନ୍ଧୁକ କାରବାର ଚଳାଇ ଆସୁଥିଲା। ତାଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ପକ୍ଷରୁ କୁହାଯାଇଛି।  କେଉଁ ସ୍ଥାନରୁ ମହମ୍ମଦ ବନ୍ଧୁକ ଆଣୁଥିଲା ଓ କେଉଁମାନଙ୍କୁ ଚୋରାରେ ବିକ୍ରୀ କରୁଥିଲା, ତା’ ଉପରେ ଖୋଳତାଡ଼ କରୁଛି ପୋଲିସ୍‌।  ଏହି ଘଟଣାରେ ଆହୁରି ଗିରଫଦାରୀର  ସମ୍ଭାବନା ରହିଛି ବୋଲି ପୋଲିସ୍‌ କହିଛି।

 

 

Related story