ମା’ର ସ୍ୱପ୍ନକୁ ପୂରଣ କରି ମନ କିଣି ନେଲେ ସିପି, ଟ୍ୱିଟରରେ ପୋଷ୍ଟ କଲେ ଇମୋଶନାଲ ଫଟୋ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମା’ ହେଉଛି  ଦୁନିଆର ସବୁଠାରୁ ମିଠା ଶବ୍ଦ। ସ୍ନେହ , ଶ୍ରଦ୍ଧା ପ୍ରେମ ମମତାର ଅସରନ୍ତି ଭଣ୍ଡାର ହେଉଛି ମା’। ମା‘ ଯାହାର ତୁଳନା ନାହିଁ। ଯିଏ ପିଲା ପାଇଁ ଢ଼ାଲ ସାଜି ସବୁ ଦୁଃଖ କଷ୍ଟ ଯନ୍ତ୍ରଣାକୁ ସହିଯାଏ। ଆଉ ଆଖିର ଲୁହକୁ ପିଇ ଅଖିଆ ଅପିଆ ରହି ପିଲାକୁ ମଣିଷ କରିବା ପାଇଁ ସବୁ କିଛି ଉତ୍ସର୍ଗ କରିଦିଏ। ନିଃସର୍ତ୍ତ ସ୍ନେହ ମମତା ଅଜାଡି ଦେଇ ନିଜ ପିଲା ପାଇଁ ମା’ ଟିଏ କେତେ […]

bvnn

Tapas Behera
  • Published: Wednesday, 29 January 2020
  • , Updated: 29 January 2020, 05:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମା’ ହେଉଛି  ଦୁନିଆର ସବୁଠାରୁ ମିଠା ଶବ୍ଦ। ସ୍ନେହ , ଶ୍ରଦ୍ଧା ପ୍ରେମ ମମତାର ଅସରନ୍ତି ଭଣ୍ଡାର ହେଉଛି ମା’। ମା' ଯାହାର ତୁଳନା ନାହିଁ। ଯିଏ ପିଲା ପାଇଁ ଢ଼ାଲ ସାଜି ସବୁ ଦୁଃଖ କଷ୍ଟ ଯନ୍ତ୍ରଣାକୁ ସହିଯାଏ। ଆଉ ଆଖିର ଲୁହକୁ ପିଇ ଅଖିଆ ଅପିଆ ରହି ପିଲାକୁ ମଣିଷ କରିବା ପାଇଁ ସବୁ କିଛି ଉତ୍ସର୍ଗ କରିଦିଏ। ନିଃସର୍ତ୍ତ ସ୍ନେହ ମମତା ଅଜାଡି ଦେଇ ନିଜ ପିଲା ପାଇଁ ମା’ ଟିଏ କେତେ କ’ଣ ସ୍ୱପ୍ନ ଦେଖେ । ଆଉ ପିଲାଟି ଯେବେ ବଡ଼ ହୋଇ ମା’ର ସେଇ ସ୍ୱପ୍ନକୁ ପୂରଣ କରେ ତାର ଜୀବନ ଯାକର ପରିଶ୍ରମ ଓ ସାଧନା ସାର୍ଥକ ହୋଇଥାଏ। ଆଜି ସେମିତି ଏକ ଅପୂର୍ବ ମୁହୂର୍ତ୍ତ ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କ ଜୀବନରେ ଆସିଛି। ତାଙ୍କ ମା’ଙ୍କର ସ୍ୱପ୍ନ ଥିଲା ପୁଅ ଚାକିରୀ କରୁଥିବା ଅଫିସ୍‌ ଆଡ଼େ ଟିକେ ବୁଲିଆସିବେ।

ଆଉ ଆଜି ଅଫିସ୍‌ ଆସିବା ବେଳେ ତାଙ୍କ ମା’ ତାଙ୍କୁ ଛାଡ଼ିବାକୁ ଆସିଥିବା ବେଳେ ପୁଲିସ କମିଶନରଙ୍କ ପୁଅର ଅଫିସ କାର୍ଯ୍ୟାଳୟ ମଧ୍ୟ ବୁଲି ଯାଇଥିଲେ। ଯାହାର ଫଟୋକୁ ସେ ତାଙ୍କ ଟ୍ୱିଟର ଆକାଣ୍ଟରେ ଶେଆର କରିଛନ୍ତି। ସେଥିରେ ସେ ଗୋଟିଏ ଲାଇନ୍‌ ଲେଖିଛନ୍ତି ଯେ, ତାଙ୍କ ଅଫିସ୍‌ କାର୍ଯ୍ୟାଳୟ ବୁଲିବା ପାଇଁ ତାଙ୍କ ମା’ଙ୍କର ଦୀର୍ଘ ଦିନ ହେଲା ଆଶା ଥିଲା। ଆଜି ସେଇ ଆଶା ପୂରଣ ହୋଇଛି। ମା’ ଓ ପୁଅଙ୍କର ଏକ ଅପୂର୍ବ ମୂହୁର୍ତ୍ତ ବେଳର ଫଟୋକୁ ନେଇ ଅନେକ ରି-ଟ୍ୱିଟ୍‌ କରିଛନ୍ତି। ଏହି ଫଟୋକୁ ନେଇ ୬୦୦୦ରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିଥିବା ବେଳେ ୪୦୮ଟି ରି-ଟ୍ୱିଟ୍‌ ହୋଇଛି।

ଦୁନିଆର ପ୍ରତ୍ୟକ ମଣିଷ ପାଇଁ ମ” ହେଉଛି ସବୁଠାରୁ ସୁନ୍ଦର ଆଉ ମଧୁମୟ । ହେଲେ ଆଜିର ବସ୍ତୁବାଦୀ ଦୁନିଆରେ କେତେକ ପୁଅ ଝିଅ ପରିଣତ ବୟସରେ ବାପା ମା’ଙ୍କୁ ଅଲୋଡ଼ା ଭାବି ହତାଦର କରିବା ସହ ଓ ବୃଦ୍ଧାଶ୍ରମରେ ଛାଡ଼ି ଦେଇ ଆସୁଥିବା ବେଳେ ପୁଲିସ କମିଶନରଙ୍କ ଏହି ଫଟୋ ହିଁ ସେଇମାନଙ୍କୁ ଅନେକ ବାର୍ତ୍ତା ଦେଉଛି।

Related story