ଫୁଲବାଣୀ(ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାଣା କରାଯାଇଥିବା ଅଭିଯୋଗ ହୋଇଛି। ଜଣେ SOG କନଷ୍ଟେବଳ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ଯୁବତୀ । କନ୍ଧମାଳ ଏସ୍ପି ପ୍ରତୀକ ସିଂଙ୍କୁ ଏନେଇ ଲିଖିତ ଅଭିଯୋଗ ଦେଇଛନ୍ତି ଯୁବତୀ ।
ଯୁବତୀଙ୍କ ଲିଖିତ ଅଭିଯୋଗ ଅନୁସାରେ, SOG କନଷ୍ଟେବଳ ଦେବରାଜ କର୍ଣ୍ଣ ପ୍ରାୟ ୮ ମାସ ତଳେ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଆଉ ପ୍ରାୟ ୧୪ ଦିନ ହେଲାଣି ସେ ନିଜ ଗାଁ ରେଙ୍ଗାଲିକୁ ଯାଇଥିବା ବେଳେ, ଆଉ ତାଙ୍କ ସହିତ କୌଣସି ସମ୍ପର୍କ ରଖୁନାହାନ୍ତି କିମ୍ବା ତାଙ୍କ ମୋବାଇଲ କଲ ଗ୍ରହଣ କରୁନାହାନ୍ତି ।
ଏ ବାବଦରେ ସେ କିଛି ଦିନ ତଳେ ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଫିରିଙ୍ଗିଆ ଥାନା ପୁଲିସ ଏ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଶେଷରେ ସେ କନ୍ଧମାଳ ଏସପିଙ୍କ ଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି ।