ଲକ୍‌ଡାଉନ୍‌ ନେଇ ଏମିତି ଅପିଲ କଲେ ସିପି

ଭୁବନେଶ୍ୱର(ଓଡ଼଼ିଶା ରିପୋର୍ଟର):ପରିପ୍ରେକ୍ଷୀରେ ଟୁଇନ୍ସିଟି ଲୋକଙ୍କୁ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅପିଲ କରିଛନ୍ତି । ସେ କହିଛନ୍ତି ଯେ, ଲକଡାଉନକୁ ନେଇ ଦ୍ୱୈତ ନଗରୀର ଜନସାଧାରଣ ବ୍ୟସ୍ତ ବିବ୍ରତ ସେ ହେବା ଆବଶ୍ୟକ ନାହିଁ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ନିଷ୍ପତ୍ତି ନେଇଛନ୍ତି ସରକାର । ଆବଶ୍ୟକତା ଠାରୁ ଅଧିକ ଜିନିଷ ନକିଣିବା ଲାଗି ପରାମର୍ଶ ଦେଲେ ସିପି । ଆଜି ଏବଂ କାଲି ମଧ୍ୟରେ ଜିନିଷ କିଣି ମହଜୁଦ ରଖିବାକୁ ବ୍ୟସ୍ତ […]

CP S.K.Priyadarshi

Tapas Behera
  • Published: Monday, 03 May 2021
  • , Updated: 03 May 2021, 05:54 PM IST

ଭୁବନେଶ୍ୱର(ଓଡ଼଼ିଶା ରିପୋର୍ଟର):ପରିପ୍ରେକ୍ଷୀରେ ଟୁଇନ୍ସିଟି ଲୋକଙ୍କୁ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅପିଲ କରିଛନ୍ତି । ସେ କହିଛନ୍ତି ଯେ, ଲକଡାଉନକୁ ନେଇ ଦ୍ୱୈତ ନଗରୀର ଜନସାଧାରଣ ବ୍ୟସ୍ତ ବିବ୍ରତ ସେ ହେବା ଆବଶ୍ୟକ ନାହିଁ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ନିଷ୍ପତ୍ତି ନେଇଛନ୍ତି ସରକାର । ଆବଶ୍ୟକତା ଠାରୁ ଅଧିକ ଜିନିଷ ନକିଣିବା ଲାଗି ପରାମର୍ଶ ଦେଲେ ସିପି । ଆଜି ଏବଂ କାଲି ମଧ୍ୟରେ ଜିନିଷ କିଣି ମହଜୁଦ ରଖିବାକୁ ବ୍ୟସ୍ତ ବିବ୍ରତ ହୁଅନ୍ତୁନି । ଲକ୍ ଡାଉନ୍ ବେଳେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବାର ବନ୍ଦୋବସ୍ତ ହୋଇଛି । ନିୟମ ଅନୁସାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । କୋଭିଡ୍ ନିୟମ ମାନି ସାମଗ୍ରୀ କିଣିବାକୁ ପରାମର୍ଶ ଦେଲେ ସିପି ।

ଲକ୍ ଡାଉନ୍ ପିରିୟଡ଼ରେ ଟିକାକରଣ ଓ ଟେଷ୍ଟିଂ ଲାଗି ପ୍ରତିବନ୍ଧକ ନାହିଁ ବୋଲି ସିପି କହିଛନ୍ତି । ତେବେ ଗତକାଲି ବିଭିନ୍ନ ଜିଲ୍ଲା ଗସ୍ତ କରି ଏସପିମାନଙ୍କ ସହ ଆଲୋଚନା ପରେ ଲକଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରାଯିବା ନେଇ ସୂଚନା ଦେଇ ଥିଲେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ । ୫ରୁ ୧୯ ତାରିଖ ଯାଏଁ ହେବାକୁ ଥିବା ଏହି ଲକଡାଉନ୍ ବେଳେ ପୁଲିସ ଅଧିକ କଠୋର ହେବ ବୋଲି ଡିଜିପି କହିଛନ୍ତି।

ଏଥିପାଇଁ ପୁଲିସ ପ୍ରଶାସନ ମଧ୍ୟ ସବୁ ପ୍ରକାର ପ୍ରସ୍ତୁତ ଥିବା କହିଛନ୍ତି ଅଭୟ । ଡିଜିପି ଗତକାଲିସୁନ୍ଦରଗଡ଼, ରାଉରକେଲା, ସମ୍ବଲପୁର ଓ ଝାରସୁଗୁଡ଼ା ଗସ୍ତରେ ଯାଇ ସେଠାକାର ସ୍ଥିତି ସମୀକ୍ଷା ସାଙ୍ଗକୁ ଏସପିଙ୍କ ସହ ଆଲୋଚନା କରି ଲକ଼ଡାଉନ୍ ନିୟମକୁ ପାଳନ ପାଇଁ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣ ଚେନ୍ରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟ ସରକାର ରାଜ୍ୟରେ ୧୪ ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ମେ’ ୫ ତାରିଖ ସକାଳୁ ଲକ୍ ଡାଉନ୍ କଟକଣା ଆରମ୍ଭ ହେବ ଓ ଏହା ମେ’ ୧୯ ତାରିଖ ସକାଳ ପର‌୍ୟ୍ୟନ୍ତ ବଳବତ୍ତର ରହିବ। ଆଉ ଏହା ମଧ୍ୟରେ ଶନିବାର ଓ ରବିବାର ହେଉଥିବା ସପ୍ତାହାନ୍ତ ଶଟ୍ଡାଉନ୍ ବଳବତ୍ତର ରହିବ।

Related story