ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ):- ମାଲକାନଗିରି ଜିଲ୍ଲାର କରୁକୋଣ୍ଡା ବ୍ଲକର ନାକମାମୁଡ଼ି ପଞ୍ଚାୟତରେ ଚଢ଼ଉ କରାଯାଇ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ମାଲକାନଗିରି ଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ଥାନା ମିଳିତ ଉଦ୍ୟମରେ ଗତକାଲି ଏହି ଚଢ଼ଉ କରାଯାଇଥିଲା।
ଚିତ୍ରକୋଣ୍ଡା ଥାନା ଅଧୀନ ନାକାମାମୁଡ଼ି ପଞ୍ଚାୟତର ଖଡିକାଝାଡୁ,ସିନ୍ଧିଗୁଡା,ଡାଇକ ୨, ଡାଇକ ୩ ଆଦି ଗ୍ରାମରେ ପାଖାପାଖି ୫୦ ଏକର ଜମିରେ ହୋଇଥିବା ୮୪,୦୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏହି ଗଞ୍ଜେଇ ଗଛଗୁଡିକ କାଟି ସଫା କରିବା ସହ କଟା ଗଞ୍ଜେଇ ଗଛକୁ ନିଆଁ ଲଗାଇ ଜାଳି ଦିଆଯାଇଛି। ଉଭୟ ବିଭାଗ ଦ୍ଵାରା ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ଉ କରି ନଷ୍ଟ କରିଯିବା ଲକ୍ଷ୍ୟ ରଖାଯାଇଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଗଲା 'ସୁଭଦ୍ରା' ଟଙ୍କା। ସୁନ୍ଦରଗଡ଼ରେ ଟଙ୍କା ରିଲିଜ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Accident
ଟୋଲଗେଟ୍କୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଡ୍ରାଇଭର ଜୀବନ୍ତଦଗ୍ଧ
ଗତକାଲି ବିଳମ୍ବିତ ରାତିରେ କଣ୍ଟେନରଟି ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।
Miscellaneous
ଆଇଏଏସ ବଦଳି: ଚିତ୍ରାଙ୍କୁ ଶ୍ରମ ଓ ଇଏସଆଇ, ସୁଧାଂଶୁ ଓଡ଼ଶା ଖଣି ନିଗମ ଏମଡି
ଆଇଏଏସ୍ ସ୍ତରରେ ଅଦଳବଦଳ। ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କଲେ ରାଜ୍ୟ ସରକାର।