ବାଲିଗୁଡ଼ା(ଅଜିତ୍ ନାୟକ): ୧୪୫ ଏକର ଜମିରେ ହୋଇଥିଲା ଗଞ୍ଜେଇ ଚାଷ। ଯାହାକୁ ପୁଲିସ ପକ୍ଷରୁ ଦୀର୍ଘ ମାସେ ଧରି ଲୋକ ଲଗାଇ କାଟି ନଷ୍ଟ କରାଯାଇଛି। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଅନୁମାନିକ ମୂଲ୍ୟ ପ୍ରାୟ ୧୪ କୋଟି ଟଙ୍କା ହେବ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ମହାସିଙ୍ଗ ପଞ୍ଚାୟତର ବଗଡ଼ା ଓ ଇନ୍ଦିରାଜା ଅଞ୍ଚଳରେ ଏହି ଗଞ୍ଜେଇ ଚାଷ ହୋଇଥିଲା। ବାଲିଗୁଡା ପୁଲିସ ପକ୍ଷରୁ ଗଞ୍ଜେଇ ଚାଷ ନଷ୍ଟ କରିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।
ପୁଲିସ ପକ୍ଷରୁ କୁହାଯାଇଛି, ଏହି ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚୋରାଚାଲାଣ କରାଯାଉଛି। ଏହା ବେଆଇନ ହୋଇଥିଲେ ହେଁ, ରାତାରାତି ଧନୀ ହେବା ନିମନ୍ତେ ଲୋକେ ଲୁଚାଛପାରେ ଏହି ଚାଷ କରୁଛନ୍ତି। ନିଶା ମାଫିଆଙ୍କ କଥାରେ ପଡ଼ି ଲୋକେ ବାଟବଣା ହେଉଛନ୍ତି। ଯାହାକୁ ରୋକିବାକୁ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ଅମାନିଆଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଇଭି ଶୋ' ରୁମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଏକାଧିକ ଗାଡ଼ି
ସର୍ଟସର୍କିଟରୁ ଶୋ' ରୁମରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
Weather
ପଶ୍ଚିମା ଝଡ଼ ପ୍ରଭାବ; କାଲିଠୁ ପୁଣି ଛେଚିବ
ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
Crime
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ସ୍ୱାମୀ ଅଟକ
ଗତକାଲି ତପସ୍ୱିନୀଙ୍କ ଝୁଲନ୍ତା ମୃତଦେହ ଘରୁ ଉଦ୍ଧାର କରାଯାଇଥିଲା।
Accident
ପୋଲର ବାଡ଼ାକୁ ଧକ୍କା ଦେଇ ୨୦ ଫୁଟ୍ ତଳକୁ ଖସିଲେ ବାଇକ୍ ଚାଳକ
ପୋଲ ଉପରେ ବାଇକ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ ଓ ମୋହନା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
Miscellaneous
ଚାଷୀଙ୍କୁ ସରକାରଙ୍କ ପରାମର୍ଶ: ବୀମା ସହାୟତା ପାଇଁ ହେଲପଲାଇନକୁ ଜଣାଅ
ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ, ସମସ୍ତ ବୀମାଭୁକ୍ତ ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ଦେବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନିୟମ ଅନୁସାରେ ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତି ପାଇଁ ମଧ୍ୟ ବୀମା ସହାୟତା ପ୍ରଦାନ କରାଯିବ ।