ଶାଳୀକୁ ଉଠାଇ ନେଉଥିଲା ଭିଣୋଇ! ମାଡ଼ି ବସିଲେ ଗାଁ ଲୋକ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ରସିକିଆ ଭିଣୋଇ! ସ୍ତ୍ରୀ ଥାଉଁ ଥାଉଁ ସମ୍ପର୍କୀୟ ଶାଳୀଙ୍କୁ କରୁଥିଲା ଏକ ତରଫା ପ୍ରେମ। ଆଉ ସୁଯୋଗ ଦେଖି ଆଜି କାର୍‌ରେ କରୁଥିଲା ଅପହରଣ। ତେବେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଗୋଡ଼ାଇ ଗୋଡ଼ାଇ କାର୍‌କୁ ଅଟକାଇ ଭିଣୋଇକୁ ଧରି ପୁଲିସ୍‌ ଜିମା ଦେଇଛନ୍ତି। ଆଜି ଏପରି ଘଟଣା ନୂଆପଡ଼ା ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଘଟିଛି। ଖଡ଼ିଆଳ ଥାନା ମାଣ୍ଡୁସିଲ ଗାଁର ଶିଶୁପାଲ ଜୁଏଡ଼ ତାଙ୍କ ସମ୍ପର୍କୀୟ ଶାଳୀ ପଦ୍ମା(ଛଦ୍ମନାମ)ଙ୍କୁ ଏକ […]

Student

  • Published: Friday, 16 December 2022
  • , Updated: 16 December 2022, 09:17 PM IST

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ରସିକିଆ ଭିଣୋଇ! ସ୍ତ୍ରୀ ଥାଉଁ ଥାଉଁ ସମ୍ପର୍କୀୟ ଶାଳୀଙ୍କୁ କରୁଥିଲା ଏକ ତରଫା ପ୍ରେମ। ଆଉ ସୁଯୋଗ ଦେଖି ଆଜି କାର୍‌ରେ କରୁଥିଲା ଅପହରଣ। ତେବେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଗୋଡ଼ାଇ ଗୋଡ଼ାଇ କାର୍‌କୁ ଅଟକାଇ ଭିଣୋଇକୁ ଧରି ପୁଲିସ୍‌ ଜିମା ଦେଇଛନ୍ତି। ଆଜି ଏପରି ଘଟଣା ନୂଆପଡ଼ା ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଘଟିଛି।

ଖଡ଼ିଆଳ ଥାନା ମାଣ୍ଡୁସିଲ ଗାଁର ଶିଶୁପାଲ ଜୁଏଡ଼ ତାଙ୍କ ସମ୍ପର୍କୀୟ ଶାଳୀ ପଦ୍ମା(ଛଦ୍ମନାମ)ଙ୍କୁ ଏକ ତରଫା ପ୍ରେମ କରୁଥିଲେ। କିନ୍ତୁ ଭିଣୋଇଙ୍କ ଏପରି କାର୍ଯ୍ୟକୁ ଶାଳୀ ବିରୋଧ କରି ଆସୁଥିଲେ। ସବୁଦିନ ପରି ଆଜି ପଦ୍ମା କଲେଜ ଯାଇଥିଲେ। ଅପରାହ୍ନ ପ୍ରାୟ ୧ଟା ବେଳେ ସେ ସାଇକେଲ୍‌ରେ ଘରକୁ ଫେରୁଥିଲେ। ଅଧା ରାସ୍ତାରେ ଏକ କାର୍‌ରେ ତାଙ୍କୁ ଅପହରଣ କରିଥିଲେ ଶିଶୁପାଲ୍‌। କାର୍‌ଟି ଦ୍ରୁତ ଗତି ପଳାଇ ଯାଉଥିବା ଦେଖି ସ୍ଥାନୀୟ ଲୋକେ ପିଛା କରିଥିଲେ। କିଛି ବାଟ ଗୋଡ଼ାଇବା ପରେ କାର୍‌ଟିକୁ ଅଟକାଇଥିଲେ ଗାଁ ଲୋକେ।

କାର୍‌ ଅଟକିବା ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ଏକ ତରଫା ପ୍ରେମିକ ତଥା ଭିଣୋଇ ଜବରଦସ୍ତ ଅପହରଣ କରିଥିବା ଜଣାପଡ଼ିଥିଲା। ଏହା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସଂଯୋଗ ବସତଃ ସେହି ରାସ୍ତା ଦେଇ ଫେରୁଥିବା ତହସିଲଦାର ଓ ଚାନ୍ଦୋଦରା ପଞ୍ଚାୟତର ସରପଞ୍ଚ। ରାସ୍ତାରେ ଗହଳି ଦେଖି ସେମାନେ ଗାଡ଼ିରୁ ଓହ୍ଲାଇ ଥିଲେ। ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ ହେଉଥିବା ଜାଣିବାକୁ ପାଇଥିଲେ। ଏହା ପରେ ତହସିଲ୍‌ଦାର ଓ ସରପଞ୍ଚ, ରସିକିଆ ଭିଣୋଇ ଏବଂ ତାଙ୍କ କାର୍‌ ଡ୍ରାଇଭରକୁ ନେଇ ପୁଲିସ୍‌ ଜିମା ଦେଇଥିଲେ। ପୁଲିସ୍‌ ଏହି ଘଟଣାର ତଦନ୍ତ ଚଳାଇଛି।

Related story