ରୋଗୀ ବେଶରେ ଆସିଲେ, ଦଲାଲଙ୍କୁ ମାଡ଼ି ବସିଲେ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ବେଶ୍‌ରେ ମେଡ଼ିକାଲ୍‌ରେ ବୁଲିଲେ। ଦଲାଲଙ୍କୁ ଧରିଲେ। ବ୍ରହ୍ମପୁର ଏସ୍‌ପିଙ୍କ ନିର୍ଦ୍ଦେଶରେ ଏମ୍‌କେସିଜି ମେଡ଼ିକାଲ୍‌ରେ ହୋଇଥିବା ଅପରେସନ ଦଲାଲ୍‌ରେ ପୁଲିସ୍‌କୁ ସଫଳତା ମିଳିଛି। ଆଜି ୭ ଜଣ ଦଲାଲ ଧରାପଡ଼ିଛନ୍ତି। ଦଲାଲଙ୍କୁ ସାବାଡ଼ କରିବା ପାଇଁ ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍‌ଙ୍କ ନିର୍ଦ୍ଦେଶରେ ହୋଇଥିଲା ସ୍ୱତନ୍ତ୍ର ଅପରେସନ୍‌। ୧୫ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନେଇ ଗଠନ କରାଯାଇଥିଲା ସ୍ୱତନ୍ତ୍ର ଟିମ୍‌। ଗ୍ରାମାଞ୍ଚଳର ରୋଗୀ ଓ ତାଙ୍କ ସମ୍ପର୍କୀୟ ବେଶ୍‌ରେ […]

MKCG

  • Published: Tuesday, 18 October 2022
  • , Updated: 18 October 2022, 08:26 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ବେଶ୍‌ରେ ମେଡ଼ିକାଲ୍‌ରେ ବୁଲିଲେ। ଦଲାଲଙ୍କୁ ଧରିଲେ। ବ୍ରହ୍ମପୁର ଏସ୍‌ପିଙ୍କ ନିର୍ଦ୍ଦେଶରେ ଏମ୍‌କେସିଜି ମେଡ଼ିକାଲ୍‌ରେ ହୋଇଥିବା ଅପରେସନ ଦଲାଲ୍‌ରେ ପୁଲିସ୍‌କୁ ସଫଳତା ମିଳିଛି। ଆଜି ୭ ଜଣ ଦଲାଲ ଧରାପଡ଼ିଛନ୍ତି।

ଦଲାଲଙ୍କୁ ସାବାଡ଼ କରିବା ପାଇଁ ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍‌ଙ୍କ ନିର୍ଦ୍ଦେଶରେ ହୋଇଥିଲା ସ୍ୱତନ୍ତ୍ର ଅପରେସନ୍‌। ୧୫ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନେଇ ଗଠନ କରାଯାଇଥିଲା ସ୍ୱତନ୍ତ୍ର ଟିମ୍‌। ଗ୍ରାମାଞ୍ଚଳର ରୋଗୀ ଓ ତାଙ୍କ ସମ୍ପର୍କୀୟ ବେଶ୍‌ରେ ପୁଲିସ୍‌ କର୍ମଚାରୀଙ୍କୁ ମେଡ଼ିକାଲ୍‌ରେ ଛାଡ଼ି ଦିଆଯାଇଥିଲା। ସେମାନେ ମେଡ଼ିକାଲ୍‌ରେ ଘୂରି ବୁଲୁଥିଲେ। ଦୁଇ ଘଣ୍ଟା ବୁଲିବା ପରେ ସେମାନଙ୍କୁ ଦେଖିଥିଲେ ଦଲାଲ୍‌। ଆଉ ତା’ପରେ ଦଲାଲମାନେ ଆରମ୍ଭ କଲେ ମୂଲଚାଲ୍‌।

କାହାକୁ ଓପିଡିରେ ଆଗୁଆ ଟିକ୍‌ଟ ପାଇଁ ତ ଆଉ କାହାକୁ ପ୍ରାଇଭେଟ୍‌ରେ ଅଟ୍ରାସାଉଣ୍ଡ କରାଇବାକୁ ନେଇଥିଲେ। ଆଉ କାହାକୁ ମେଡିକାଲ୍‌ ବାହାରେ ଥିବା ମେଡିସିନ୍‌ ଦୋକାନରୁ ମେଡିସିନ୍‌ କିଣାଇବାକୁ ନେଉଥିଲେ ଦଲାଲ୍‌। ଏମିତି ୭ ଜଣ ଦଲାଲଙ୍କ ଆଜି ପୁଲିସ୍‌ ହାବୁଡ଼ରେ ପଡ଼ିଥିଲେ। ପରେ ପୁଲିସ୍‌ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା କିଛି ଦଲାଲ ମେଡ଼ିକାଲ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ପୁଲିସ୍‌ର ଏହି ଅପରେସନ୍‌ ସମ୍ପର୍କରେ କେହି କିଛି ଜାଣିନଥିଲେ।

ସେପଟେ ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମଙ୍କ କହିବା ଅନୁସାରେ ଗ୍ରାମାଞ୍ଚଳରୁ ଆସୁଥିବା ରୋଗୀଙ୍କୁ ଦଲାଲମାନେ ଲାବ୍‌ଟେଷ୍ଟ, ଅଲ୍‌ଟ୍ରାସାଉଣ୍ଡ, ଏକ୍ସ୍ରେ, ସିଟି ସ୍କାନ, ମେଡ଼ିସିନ୍‌ ପାଇଁ ବାହାରେ ମେଡିସିନ୍‌ କିଣିବାକୁ ଦଲାଲମାନେ ପ୍ରବର୍ତ୍ତାଉ ଥିଲେ। ଏନେଇ ଅଭିଯୋଗ ହୋଇଥିଲା। ଏହା ପରେ ଦଲାଲଙ୍କୁ ଧରିବା ପାଇଁ ଯୋଜନା କରାଯାଇଥିଲା। ଆଜି ୭ ଜଣଙ୍କୁ ଧରିଛୁ। ନିୟମିତ ଭାବେ ଏପରି ଅପରେସନ୍‌ ଚାଲିବ ବୋଲି ଏସ୍‌ପି କହିଛନ୍ତି।

Related story