ନୂଆ ଟ୍ରାଫିକ ନିୟମକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଜୋରିମାନା କୋହଳ ପାଇଁ ସରକାରଙ୍କ କସରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ୧ରୁ ଦେଶର ଲାଗୁ ହୋଇଥିବା ନୂଆ ଟ୍ରାଫିକ୍ ନିୟମ ଓ ମୋଟା ଅଙ୍କର ଜୋରିମାନା ଆଦାୟକୁ ନେଇ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଟ୍ରାଫିକ୍‌ ଉଲ୍ଲଙ୍ଘନକୁ ରୋକିବା ପାଇଁ ସାରା ରାଜ୍ୟରେ ଧରପଗଡ଼ ଜାରି ରହିଛି। ଏସବୁ ଭିତରେ ଜନଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ବର୍ଦ୍ଧିତ ଜୋରିମାନାକୁ କୋହଳ କରିବାକୁ ପାଇଁ କସରତ ଆରମ୍ଭ କରିଥିବା ଜଣାପଡ଼ିଛି। ଗତକାଲି ରାଜମହଲ ଛକରେ ମୋଟା ଅଙ୍କର ଜୋରିମାନା ଆଦାୟ ଏବଂ ବଡ଼ବଡ଼ିଆଙ୍କ […]

er

Hemant Lenka
  • Published: Sunday, 08 September 2019
  • , Updated: 08 September 2019, 08:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ୧ରୁ ଦେଶର ଲାଗୁ ହୋଇଥିବା ନୂଆ ଟ୍ରାଫିକ୍ ନିୟମ ଓ ମୋଟା ଅଙ୍କର ଜୋରିମାନା ଆଦାୟକୁ ନେଇ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଟ୍ରାଫିକ୍‌ ଉଲ୍ଲଙ୍ଘନକୁ ରୋକିବା ପାଇଁ ସାରା ରାଜ୍ୟରେ ଧରପଗଡ଼ ଜାରି ରହିଛି। ଏସବୁ ଭିତରେ ଜନଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ବର୍ଦ୍ଧିତ ଜୋରିମାନାକୁ କୋହଳ କରିବାକୁ ପାଇଁ କସରତ ଆରମ୍ଭ କରିଥିବା ଜଣାପଡ଼ିଛି।

ଗତକାଲି ରାଜମହଲ ଛକରେ ମୋଟା ଅଙ୍କର ଜୋରିମାନା ଆଦାୟ ଏବଂ ବଡ଼ବଡ଼ିଆଙ୍କ ପାଇଁ ପୁଲିସ୍ ଆଖିବୁଜି ଦେଉଥିବା ଅଭିଯୋଗ କରି ଲୋକେ ତାତିଥିଲେ। ଲୋକଙ୍କୁ ବୁଝାସୁଝା କରିବା ପରିବର୍ତ୍ତେ ପୁଲିସ୍ ସେମାନଙ୍କୁ ଲାଠିମାଡ଼ କରିଥିଲା।

ହେଲେ ଆଜି ନୂଆ ଟ୍ରାଫିକ ନିୟମ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଭୁବନେଶ୍ୱରର ଏଜି ଛକରେ କମିଶନରେଟ ପୁଲିସ୍ ଲୋକଙ୍କୁ ଚକୋଲେଟ ବାଣ୍ଟିଛି। ପୁଲିସ୍ ପକ୍ଷରୁ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଚକୋଲେଟ ସହ ଲିଫଲେଟ୍ ଦେଇଗାଡ଼ି ଚାଳକଙ୍କୁ ସଚେତନ କରାଯାଇଛି। ଏଥିରେ ଖୋଦ୍ ଭୁବନେଶ୍ୱର ଡିସିପି ଓ ଟ୍ରାଫିକ ଡିସିପି ସାମିଲ ହୋଇଥିଲେ।

ଗତକାଲି ଅପେକ୍ଷା ଆଜି ଧରପଗଡ଼ ଅପେକ୍ଷାକୃତ କମ୍ ଥିଲେ ବି ଡ୍ରୋନ ସହାୟତାରେ କିଛି ଆଇନ୍ ଖିଲାପକାରୀଙ୍କୁ ପୁଲିସ୍ ଧରିବା ସହ ଜୋରିମାନା କରିଛି। ସମସ୍ତଙ୍କ ଭଳି ବିଧାୟକ ଅନନ୍ତ ନାରାୟଣ ଜେନା ବି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ଜୋରିମାନା ଦେଇଛନ୍ତି।

ଆଜି ଏଜି ଛକରେ ବେଆଇନ୍ ଭାବେ ଅନନ୍ତ ନାରାୟଣଙ୍କ ଗାଡ଼ି ପାର୍କ ହୋଇଥିଲା। ଏଥିପାଇଁ ପୁଲିସ୍ ତାଙ୍କ ନାଁରେ ୫ଶହ ଟଙ୍କାର ଚାଲାଣ କାଟିଥିଲା। ଶ୍ରୀ ଜେନା ନିଜର ଭୁଲ ସ୍ୱୀକାର କରିବା ସହ ଜୋରିମାନା ଦାଖଲ କରିଛନ୍ତି।

ପୁଲିସ୍ ଓ ସରକାରୀ ଗାଡ଼ି ଗୁଡ଼ିକର ଫିଟନେଶ, ବୀମା ଓ ପଲ୍ୟୁସନ ନଥିବା ଲୋକେ ଅଭିଯୋଗ କରିଛନ୍ତି। ହେଲେ ଆଜି ପୁଲିସ୍ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, “ପୁଲିସ ବିଭାଗର ସମସ୍ତ ଯାନବାହନ ସମ୍ପର୍କିତ ତଥ୍ୟ ଏବେ ୱେବସାଇଟରେ ରହିଛି। ଲୋକମାନେ ସନ୍ଦେହ କଲେ, ସେଠାକୁ ଯାଇ ଦେଖିପାରିବେ। ”

Related story