ଜଙ୍ଗଲରେ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଗୁରୁତର

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ହରିଡାପୋଷି ଜଙ୍ଗଲରେ ପୋଲିସ ଏନକାଉଣ୍ଟରେ  କୁଖ୍ୟାତ ଅପରାଧୀ ଭାବଗ୍ରାହୀ ପଣ୍ଡା ଗୁରୁତର ଆହତ ହୋଇଛି। ତାର ଦୁଇ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଠଗଡ଼ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ନୂଆପାଟଣାରେ ଏକ ଦୋକାନ ଉପରକୁ ଆକ୍ରମଣ ଓ ଜଣଙ୍କ ଘର ଉପରକୁ ବୋମା ମାଡ ଘଟଣାରେ ଭାବଗ୍ରାହୀ ମୁଖ୍ୟ ଅଭିଯୁକ୍ତ ଥିଲା। ତା’ ନାଁରେ ଅନେକ ମାମଲା ରହିଛି।

ଗତକାଲି କୌଣସି ସୂତ୍ରରୁ ଖବର ପାଇ ତିଗିରିଆ ପୋଲିସ ହରିଡ଼ାପୋଷି ଜଙ୍ଗଲରେ ଭାବଗ୍ରାହୀକୁ ଧରିବା ପାଇଁ ଚେଷ୍ଟା କରିଥିଲା। ଏହି ସମୟରେ ଭାବଗ୍ରାହୀ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପରେ ପୋଲିସ ଭାବଗ୍ରାହୀକୁ ଏନକାଉଣ୍ଟର କରିଥିଲା।