ମାଲକାନଗିରି(ଜିତେନ୍ଦ୍ର ବେଉରା): ଚୋରି ଅଭିଯୋଗରେ ଅଟକ ୨ ଯୁବକଙ୍କୁ ୩ ଦିନ କାଳ ନିର୍ଧୂମ ପିଟିଲା ପୁଲିସ୍। ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସପିଟାଲ୍ ରେ ଭର୍ତ୍ତି କରାଯାଇଛି । ଯୁବକଦ୍ୱୟ ଏନେଇ ଅଭିଯୋଗ କରିବା ପରେ ଘଟଣା ସାମନାକୁ ଆସିଛି। ଏପରି ସାଂଘାତିକ ଘଟଣା ମାଲକାନଗିରି ଜିଲ୍ଲା ମୋଟୁ ଥାନାରେ ହୋଇଥିବା ଅଭିଯୋଗ ହୋଇଛି।
ପୀଡ଼ିତ ଯୁବକ ବିନୋଦ ବିଶ୍ୱାସ ଓ ବିପ୍ଳବ ହାଲଦାରଙ୍କ ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ଏମଭି-୮୯ ଗାଁରୁ ଜଣଙ୍କ ଘରୁ ସୁନାଗହଣା ଓ ନଗଦ ଟଙ୍କା ଚୋରି ଘଟଣାରେ ଗାଁରେ ଖାପ୍ ପଞ୍ଚାୟତ ବସି ସେମାନଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା । ଏହାପରେ ଥାନାରେ ଅଭିଯୋଗ ପରେ ପୋଲିସ୍ ସେମାନଙ୍କୁ ଉଠାଇ ଆଣି ତିନି ଦିନ କାଳ ନିସ୍ତୁକ ପିଟିଥିଲା ।
ପୋଲିସ୍ କିନ୍ତୁ ଅଭିଯୋଗକୁ ଅସ୍ୱୀକାର କରିଛି । ମାଲକାନିଗିରି ଏସ୍ପି କହିଛନ୍ତି ପୋଲିସ୍ ହେପାଜତରେ ଯୁବକଙ୍କୁ ମାଡ଼ ମରାଯାଇ ନାହିଁ। ଗାଁ ଲୋକେ ଉଭୟଙ୍କୁ ମାଡ଼ ମାରି ପୁଲିସ୍ ଜିମା ଦେଇଥିଲେ । ଏନେଇ ତଦନ୍ତ ଚାଲିଥିବା ଏସ୍ପି କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଡିଜିପି ସମ୍ମିଳନୀ ପାଇଁ ଟ୍ରାଫିକ କଟକଣା; ମୋ ବସ ଚଳାଚଳ ବାଧାପ୍ରାପ୍ତ
୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି ହୋଇଛି।
Miscellaneous
ଆଜିଠୁ ଭୁବନେଶ୍ୱରରେ ସର୍ବଭାରତୀୟ ଡିଜିପି ସମ୍ମିଳନୀ
ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି ସମ୍ମିଳନୀ ପାଇଁ ସୁରକ୍ଷା ବ୍ଲାଙ୍କେଟରେ ରାଜଧାନୀ।
Politics
ଆଜି ପହଞ୍ଚିବେ ପିଏମ୍ ମୋଦି ଓ ଅମିତ ଶାହ, ସୁରକ୍ଷା ବଳୟରେ ରାଜଧାନୀ
ଆଜିଠୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ ବି ଏହି ସମ୍ମିଳନୀରେ ଯୋଗ ଦେବେ। ସେଥିନିମନ୍ତେ ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ।
Miscellaneous
ଓଏଏସ୍ ବଦଳି: ଯସ୍ମିନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳସଚିବ, ମନୋଜ ପାଢ଼ୀ ଶିକ୍ଷକ ପ୍ରତିଷ୍ଠାନ ନିର୍ଦ୍ଦେଶକ
ବରିଷ୍ଠ ଓଏଏସ୍ ପୁରିନ୍ଦର ଧରୁଆଙ୍କୁ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ଓଏଏସ୍ ରୀନା ମହାପାତ୍ରଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛି ।
Miscellaneous
୧.୩୬ଲକ୍ଷ କୋଟି ଟଙ୍କାର ଶିଳ୍ପପ୍ରକଳ୍ପକୁ ମଞ୍ଜୁରୀ ଦେଲେ ମୋହନ ସରକାର
ବିଜେପି ସରକାର କ୍ଷମତାକୁ ଆସିବା ପରେ ଦ୍ୱିତୀୟ ଏଚଏଲସିଏ ବୈଠକରେ ମଞ୍ଜୁରୀ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୭୪୩୫୦ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।