ପୋଲିସ୍‌ ହାଜତରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

ଜଗତସିଂହପୁର: ପୋଲିସ୍‌  ହାଜତରେ ଜଣେ ବୃଦ୍ଧ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲାରୁ। ଅଭିଯୋଗ ଅନୁସାରେ ଏକ ବଳାତ୍କାର ମାମଲାରେ ପଚରାଉଚରା ପାଇଁ ମଣିଜଙ୍ଗା ଗାଁରୁ ଗତକାଲି ରାତିରେ କିଶନନଗର ପୋଲିସ୍‌ ଗୁଣନିଧି ନାୟକଙ୍କୁ ଉଠାଇ ନେଇଥିଲା। ପରେ ଥାନାରେ ବୃଦ୍ଧାଙ୍କ ମତ୍ୟୁ ଘଟିଥିଲା। ପୋଲିସ୍‌ ନିର୍ଯାତନା ସହି ନ ପାରି ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଗୁଣନିଧି ଅସୁସ୍ଥ ହୋଇପଡିବାରୁ ଆଜି ସକାଳେ ତାଙ୍କୁ […]

oldman

Rakesh Mallick
  • Published: Wednesday, 07 December 2016
  • , Updated: 07 December 2016, 03:57 PM IST

ଜଗତସିଂହପୁର: ପୋଲିସ୍‌  ହାଜତରେ ଜଣେ ବୃଦ୍ଧ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲାରୁ। ଅଭିଯୋଗ ଅନୁସାରେ ଏକ ବଳାତ୍କାର ମାମଲାରେ ପଚରାଉଚରା ପାଇଁ ମଣିଜଙ୍ଗା ଗାଁରୁ ଗତକାଲି ରାତିରେ କିଶନନଗର ପୋଲିସ୍‌ ଗୁଣନିଧି ନାୟକଙ୍କୁ ଉଠାଇ ନେଇଥିଲା। ପରେ ଥାନାରେ ବୃଦ୍ଧାଙ୍କ ମତ୍ୟୁ ଘଟିଥିଲା।

ପୋଲିସ୍‌ ନିର୍ଯାତନା ସହି ନ ପାରି ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଗୁଣନିଧି ଅସୁସ୍ଥ ହୋଇପଡିବାରୁ ଆଜି ସକାଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ଘଟିଛି ବୋଲି ପୋଲିସ୍‌ କହିଛି।

Related story