ପରୀ ପରେ ସାମ୍ନାକୁ ଆସିଲା ସ୍ୱାତୀ ଘଟଣା

ନୟାଗଡ଼ (ଓଡ଼ିଶା ରିପୋର୍ଟର) ପରୀ ପରେ ସ୍ୱାତୀ।  ନୟାଗଡ଼ର ପରୀ ଘଟଣା ଭଳି ପୁଣି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଏବେ ଆଉ ଜଣେ କୁନି ଝିଅ ସ୍ୱାତୀ ନିଖୋଜକୁ ନେଇ ଆରମ୍ଭ ହୋଇଛି ତନାଘନା। ଆଜି ପୁଣି ଥରେ ସ୍ୱାତୀର ଗାଁ ରଣପୁର ଥାନା ନରେନ୍ଦ୍ରପୁର ପଞ୍ଚାୟତ ବଧି ପାଟଣା ଗାଁରେ ପହଁଚିଛନ୍ତି ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକର। ନୟାଗଡ଼ ପୁଲିସର ୨ଟି ଟିମ୍ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ସ୍ୱାତୀକୁ ଖୋଜାଖୋଜି କରୁଛି  । […]

opo

Tapas Behera
  • Published: Sunday, 13 December 2020
  • , Updated: 13 December 2020, 04:35 PM IST

ନୟାଗଡ଼ (ଓଡ଼ିଶା ରିପୋର୍ଟର) ପରୀ ପରେ ସ୍ୱାତୀ।  ନୟାଗଡ଼ର ପରୀ ଘଟଣା ଭଳି ପୁଣି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଏବେ ଆଉ ଜଣେ କୁନି ଝିଅ ସ୍ୱାତୀ ନିଖୋଜକୁ ନେଇ ଆରମ୍ଭ ହୋଇଛି ତନାଘନା। ଆଜି ପୁଣି ଥରେ ସ୍ୱାତୀର ଗାଁ ରଣପୁର ଥାନା ନରେନ୍ଦ୍ରପୁର ପଞ୍ଚାୟତ ବଧି ପାଟଣା ଗାଁରେ ପହଁଚିଛନ୍ତି ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକର।

ନୟାଗଡ଼ ପୁଲିସର ୨ଟି ଟିମ୍ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ସ୍ୱାତୀକୁ ଖୋଜାଖୋଜି କରୁଛି  । ଅନ୍ୟ ଏକ ଟିମ୍ ଗାଁରେ ଡେରା ପକାଇ ତଦନ୍ତ ଜାରି ରଖିଛି । ଘଟଣାକୁ ଗୁରୁତର ସହ ନେଇ ନିଜେ ଏସପି ତଦନ୍ତର ସମୀକ୍ଷା କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ସ୍ୱାତୀକୁ ଖୋଜି ପାଇବାରେ ପୁଲିସ ସଫଳତା ପାଇବ ବୋଲି ଆଶା ରଖିଛନ୍ତି ଏସପି । ସେପଟେ  ପରୀ ପରେ ସ୍ୱତୀ ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଗତକାଲି ରାତିରେ ରଣପୁର ବିଧାୟକ ପହଞ୍ଚି ଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ସୁରମା ପାଢ଼ୀ ମଧ୍ୟ ସ୍ୱାତୀଙ୍କ ପରିବାରକୁ ଭେଟିଛନ୍ତି ।

Related story