ପୁଣି ଥରେ ବ୍ୟବଚ୍ଛେଦ ଲାଗି କବର ଖୋଳିଲା ପୋଲିସ୍‌

ସମ୍ବଲପୁର(ଓଡିଶା ରିପୋର୍ଟର): ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ ଅଭିଯୋଗ ପରେ କବର ସ୍ଥାନରୁ ପୁଣି ଥରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ମରଶରୀର। ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ହୋଇଛି ଏଭଳି କାର୍ଯ୍ୟାନୁଷ୍ଠାନ। ସମ୍ବଲପୁର ଜିଲା ବୁର୍ଲା ଥାନା ପୋଲିସ ଉପସ୍ଥିତିରେ ସମ୍ବଲପୁର ସେନ ପାର୍କ ନିକଟ କବରସ୍ଥାନରୁ ମୃତଦେହ ବାହାର କରାଯାଇଥିଲା । ପରେ ବୁର୍ଲା ମେଡିକାଲକୁ ପଠାଯାଇଛି । ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ମୃତର ଜଣକ ହେଲେ ୨୦ ବର୍ଷୀୟ ସାହାନା ଖାତୁନ । ସେ ଓଢଣୀରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ତେବେ ପୋଲିସକୁ ନ ଜଣାଇ ତାଙ୍କ ପରିବାର ଲୋକେ ମୃତ ଦେହକୁ କବର ଦେଇଥିଲେ । ପୋଲିସ ଏ ସମ୍ପର୍କରେ ଖବର ପାଇବା ପରେ ଯୁବତୀଙ୍କ ବାପାଙ୍କୁ ପଚରା ଉଚୁରା କରୁଛି ।