ଲୋକଙ୍କ ସହିତ ମିଶି ରାସ୍ତା କାମ କଲେ ପୁଲିସ ବାବୁ

ମାଲକାନଗିରି: ମାଓବାଦୀ ଉପଦ୍ରୁତ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଲିସ ବାବୁଙ୍କ ନିଆରା ପଦକ୍ଷେପ ଦେଖିବାକୁ ମିଳିଛି। ଯନ୍ତାପାଇ ଏବଂ ପାପେରମେଟଲା ଗାଁକୁ ଯୋଡୁଥିବା ଲାଉଗୁଡ଼ା ଅନ୍ତର୍ଗତ ଲୁହାରେ ତିଆରି ପୋଲ ସଂଲଗ୍ନ ରାସ୍ତାକୁ ପାପେରମେଟାଲା ଥାନା ଇନଚାର୍ଜ ଲକ୍ଷ୍ମୀନାରାୟଣ ମୁଦୁଲି ମରାମତି କରିଛନ୍ତି। ୭ ରୁ ୮ଟି ଗାଁକୁ ସଂଯୋଗ କରୁଥିବା ଏହି ରାସ୍ତାଟି ଦୀର୍ଘ ଦିନ ଧରି ଖରାପ ଅବସ୍ଥାରେ ପଡ଼ି ରହିଥିଲା। ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୌଣସି ସୁବିଧା ମିଳିନଥିଲା। ନାନା […]

900

900

Puspanjali Panda
  • Published: Sunday, 01 September 2019
  • Updated: 01 September 2019, 05:28 PM IST

ମାଲକାନଗିରି: ମାଓବାଦୀ ଉପଦ୍ରୁତ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଲିସ ବାବୁଙ୍କ ନିଆରା ପଦକ୍ଷେପ ଦେଖିବାକୁ ମିଳିଛି। ଯନ୍ତାପାଇ ଏବଂ ପାପେରମେଟଲା ଗାଁକୁ ଯୋଡୁଥିବା ଲାଉଗୁଡ଼ା ଅନ୍ତର୍ଗତ ଲୁହାରେ ତିଆରି ପୋଲ ସଂଲଗ୍ନ ରାସ୍ତାକୁ ପାପେରମେଟାଲା ଥାନା ଇନଚାର୍ଜ ଲକ୍ଷ୍ମୀନାରାୟଣ ମୁଦୁଲି ମରାମତି କରିଛନ୍ତି।

୭ ରୁ ୮ଟି ଗାଁକୁ ସଂଯୋଗ କରୁଥିବା ଏହି ରାସ୍ତାଟି ଦୀର୍ଘ ଦିନ ଧରି ଖରାପ ଅବସ୍ଥାରେ ପଡ଼ି ରହିଥିଲା। ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୌଣସି ସୁବିଧା ମିଳିନଥିଲା। ନାନା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଗତକାଲି ଇନଚାର୍ଜ ଲକ୍ଷ୍ମୀନାରାୟଣ ମୁଦୁଲି ଥାନାର କିଛି କର୍ମଚାରୀ ଓ ଗାଁ ଲୋକଙ୍କ ସହିତ ମିଶି ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ରାସ୍ତା ମରାମତି କରିବା ସହ ଶ୍ରମଦାନ କରିଛନ୍ତି। ପୁଲିସ ବାବୁଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos