ହିନ୍ଦୀ ଭାଷାରେ ଏତଲା ଦେବାରୁ ପୁଲିସ କହିଲା ନା ! 

ଝାରସୁଗୁଡା(ଓଡ଼ିଶା ରିପୋର୍ଟର): ହିନ୍ଦୀ ଭାଷାରେ ଏତଲାକୁ ପୁଲିସର ନା। ଏମିତି ଏକ ଅଭିଯୋଗ ଝାରସୁଗୁଡ଼ାରୁ ଆସିଛି। ଝାରସୁଗୁଡା ଜିଲ୍ଲା ତାଳପଟିଆ ଫାଣ୍ଡି ଅନ୍ତର୍ଗତ ଓଏମପର ବାସିନ୍ଦା ଲକ୍ଷ୍ମୀ ନାଏକଙ୍କୁ  ନିଜ ପଡ଼ୋଶୀରେ ରହୁଥିବା ଜନୈକା ମହିଳା ଗାଳି ଗୁଳକ କରିବା ଓ ଗଣ୍ଡଗୋଳ କରିବାରୁ ଲକ୍ଷ୍ମୀ ତାଲପଟିଆ ଫାଣ୍ଡିକୁ ଯାଇ ହିନ୍ଦୀ ଭାଷାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଏହି ଲିଖିତ ଅଭିଯୋଗକୁ ହିନ୍ଦୀ ପରିବର୍ତ୍ତେ ଓଡ଼ିଆ କିମ୍ବା ଇଂଲିଶରେ ଲେଖିବାକୁ ଫାଣ୍ଡି ଅଧିକାରୀ କହିବାରୁ ଲକ୍ଷ୍ମୀ […]

uio

Tapas Behera
  • Published: Wednesday, 04 November 2020
  • , Updated: 04 November 2020, 05:12 PM IST

ଝାରସୁଗୁଡା(ଓଡ଼ିଶା ରିପୋର୍ଟର): ହିନ୍ଦୀ ଭାଷାରେ ଏତଲାକୁ ପୁଲିସର ନା। ଏମିତି ଏକ ଅଭିଯୋଗ ଝାରସୁଗୁଡ଼ାରୁ ଆସିଛି। ଝାରସୁଗୁଡା ଜିଲ୍ଲା ତାଳପଟିଆ ଫାଣ୍ଡି ଅନ୍ତର୍ଗତ ଓଏମପର ବାସିନ୍ଦା ଲକ୍ଷ୍ମୀ ନାଏକଙ୍କୁ  ନିଜ ପଡ଼ୋଶୀରେ ରହୁଥିବା ଜନୈକା ମହିଳା ଗାଳି ଗୁଳକ କରିବା ଓ ଗଣ୍ଡଗୋଳ କରିବାରୁ ଲକ୍ଷ୍ମୀ ତାଲପଟିଆ ଫାଣ୍ଡିକୁ ଯାଇ ହିନ୍ଦୀ ଭାଷାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଏହି ଲିଖିତ ଅଭିଯୋଗକୁ ହିନ୍ଦୀ ପରିବର୍ତ୍ତେ ଓଡ଼ିଆ କିମ୍ବା ଇଂଲିଶରେ ଲେଖିବାକୁ ଫାଣ୍ଡି ଅଧିକାରୀ କହିବାରୁ ଲକ୍ଷ୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ହିନ୍ଦୀ ଭାଷା ନିଜେ ଜାଣିଥିବାରୁ ସେ ଘଟଣା ସମ୍ପର୍କରେ ବିସ୍ତୃତ ରୂପେ ଲେଖିଥିଲେ । ମାତ୍ର ଫାଣ୍ଡି ଅଧିକାରୀ ମନା କରିବାରୁ ଅନ୍ୟ ଜଣଙ୍କୁ ଇଂରାଜୀରେ ଅଭିଯୋଗ ଲେଖାଇଥିବାରୁ ଠିକ୍‌ ରୂପେ ଲେଖାଯାଇ ପାରି ନଥିବା ଲକ୍ଷ୍ମୀ ଅଭିଯୋଗ କରିଛନ୍ତି।

ଇଂଲିସରେ ଲେଖାଥିବା ଏତଲାକୁ ଭିତ୍ତିକରି  ପୁଲିସ କେସ କରିଥିବାରୁ ହିନ୍ଦୀ ଭାଷାରେ ଲେଖାଥିବା ଅଭିଯୋଗକୁ ପୁଲିସ କାହିଁକି ମନା କଲେ ବୋଲି ଅଭିଯୋଗ କରିଛନ୍ତି ଲକ୍ଷ୍ମୀ। ଯେହେତୁ ହିନ୍ଦୀ ଜାଣନ୍ତି ତେଣୁ ହିନ୍ଦୀରେ ଲେଖିଥିବା କହିଛନ୍ତି।

Related story