କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ପ୍ରେମ, ପ୍ରତାରଣା ପରେ ଶେଷରେ ପୁଲିସର ହସ୍ତକ୍ଷେପ ପରେ ବାହାଘର। ଅଭିଯୋଗ ଅନୁଯାୟୀ, ନିଜ ପ୍ରେମିକାକୁ ଧୋକା ଦେଇ ଅନ୍ୟତ୍ର ବାହା ହେବାକୁ ଉଦ୍ୟମ କରୁଥିଲେ କେନ୍ଦ୍ରାପଡାର ପୁଲିସ ଏଏସ୍ଆଇ ରଞ୍ଜନ କୁମାର ବେହେରା । ଖବରପାଇ ପ୍ରେମିକା କୁଜଙ୍ଗ ପୁଲିସ ନିକଟରେ ନ୍ୟାୟ ଦାବି କରିଥିଲେ। ପରେ ପୁଲିସର ହସ୍ତକ୍ଷେପ ପରେ ଉଭୟଙ୍କ ବାହାଘର ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଳରାମପୁର ଗାଁର ଜଣେ ଯୁବତୀଙ୍କୁ ମାର୍ଶାଘାଇ ବଟିରା ଗାଁର ରଞ୍ଜନ କୁମାର ବେହେରା ପ୍ରେମ କରୁଥିଲେ।
ମାତ୍ର ତାଙ୍କୁ ନ କହି ଅନ୍ୟତ୍ର ବିବାହ କରିବାକୁ ଉଦ୍ୟମ କରିବା ଜାଣି ପ୍ରେମିକା କୁଜଙ୍ଗ ଥାନାରେ ରଞ୍ଜନଙ୍କ ବିରୋଧରେ ଏତଲା ଦେଇଥିଲେ। ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଉଭୟଙ୍କୁ କାଉନସେଲିଂ କରିଥିଲେ। ପରେ ଉଭୟଙ୍କ ସମ୍ପର୍କୀୟ, ଆଡଭୋକେଟ୍, ସ୍ଥାନୀୟ ଭଦ୍ରଲୋକ ଏବଂ ପୁଲିସ ଉପସ୍ଥିତିରେ କୁଜଙ୍ଗ ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି।
ନୋଟାରୀ ଏଗ୍ରିମେଂଟ କରିବା ସହ ମନ୍ଦିର କାର୍ଯ୍ୟାଳୟରେ ବିବାହ ହୋଇଥିଲା । ପରସ୍ପରକୁ ବରଣମାଳା ଦେଇ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନେଇଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
Miscellaneous
ବିଏମସି ନିଷ୍ପତ୍ତି: ମୃତ ସହଦେବଙ୍କ ପତ୍ନୀଙ୍କୁ ୫ଲକ୍ଷ ଟଙ୍କା ଓ ସୁପରଭାଇଜର ଚାକିରି
ବିଏମସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ତଥା ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୁପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ସହଦେବଙ୍କ ପରିବାରକୁ ଏହି ଅନୁକମ୍ପାମୂଳକ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି ।
Politics
ସହଦେବ ହତ୍ୟାକାଣ୍ଡ: ବିଜେଡି-ବିଜେପି ତୁତୁମେଁମେଁ, ସନ୍ଦେହ ଘେରରେ ମେୟରଙ୍କ ଭୂମିକା, ଫସିଯିବେ କି ଅନନ୍ତ
ସହଦେବଙ୍କ ପରିବାରକୁ ନ୍ୟାୟ ଦାବିରେ ସଫେଇ କର୍ମଚାରୀମାନେ ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଆଜି ପ୍ରତ୍ୟାହାର ପରେ ଭୁବନେଶ୍ୱର ମେୟର ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି ।
Politics
ବିଶାଲ ଦାସଙ୍କ ସମେତ ୧୪ ଜଣଙ୍କ ନାଁରେ ମାମଲା
ଆଇଜି କହିଥିଲେ, ନିଖୋଜ ମାମଲାର ଚାଲିଛି ଖୋଳତାଡ଼। ଏହାର କିଛି ଘଣ୍ଟା ପରେ ଅର୍ଥାତ ବିଳମ୍ବିତ ରାତିରେ କେତେକ ସରପଞ୍ଚ, ସମିତି ସଭ୍ୟ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରାଇପାଲିର ହୋଟେଲରେ ଥିବା ବେଳେ ନିଜେ ସମର୍ଥକଙ୍କ ସହ ପହଞ୍ଚିଥିଲେ ବିଶାଲ ଦାସ।
Crime
ହଂସିକା ଓ ଅନୀଲଙ୍କ ସମ୍ପତ୍ତି ଶହେ କୋଟି ପାର୍ କଲାଣି!
ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍ରେଟ୍ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା।