ମାଓବାଦୀ ବିରୋଧରେ ଜାରି ରହିଛି ଲଢ଼େଇ: ଡିଜିପି

Ordigital Desk
  • Published: Tuesday, 13 March 2018
  • , Updated: 13 March 2018, 01:27 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭୁବନେଶ୍ୱରରେ ୩ଦିନିଆ ପୋଲିସ ଅଧିକାରୀ ସମ୍ମିଳନୀକୁ ଉଦ୍&zwnj;ଘାଟନ କରିଛନ୍ତି ପୋଲିସ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା। ଏହି ଅବସରରେ ସେ ପୋଲିସ ଓ ପବ୍ଲିକ୍ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି,&ldquo;ମାଓବାଦୀ ପାଲଟିଥିବା ଯୁବକମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପୋଲିସର ନୈତିକ କର୍ତ୍ତବ୍ୟ। ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ମୁଖ୍ୟସ୍ରୋତକୁ ଆଣିବାକୁ ଉଦ୍ୟମ କରିବା ଉଚିତ। ମାଓବାଦୀ ବିରୋଧରେ ପୋଲିସର ଲଢ଼େଇ ଜାରି ରହିଛି। ବିଭିନ୍ନ ସ୍ଥାନରେ ମାଓ ହିଂସା ଦେଖିବାକୁ ମିଳୁଛି। ତେଣୁ ମାଓ ଦମନ ପାଇଁ ପୋଲିସକୁ ଆହୁରି ସଜାଗ ରହିବାକୁ ପଡ଼ିବ।&rdquo;</p> <p>ଏଥିସହ ପ୍ରତି ଜିଲ୍ଲାରେ ମଡେଲ ଥାନା ପ୍ରତିଷ୍ଠା ହେବା ନେଇ ସେ ଗୁରୁତ୍ୱ ଦେଇଛନ୍ତି। ସେ ଆହୁରି କହିଛନ୍ତି,&ldquo;ମହିଳା ପୀଡ଼ିତାଙ୍କ ପାଇଁ କାଉନସେଲିଂ ସେଣ୍ଟର ପ୍ରତିଷ୍ଠା ହେବ। ଫାଇଲ ଚାଷରୁ ମୁକ୍ତି ପାଇଁ ଇ-ଅଫିସ୍ ବ୍ୟବସ୍ଥା ଲାଗୁ ହେବ। ପ୍ରଥମେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଏବଂ ପରେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏହି ବ୍ୟବସ୍ଥା ଲାଗୁ ହେବ।&rdquo; &rsquo;</p> <p>ଏହି ସମ୍ମିଳନୀରେ ସମସ୍ତ&nbsp; ଜିଲ୍ଲାର ଏସ୍&zwnj;ପି, ଡିସିପି, ସଶସ୍ତ୍ର ବାଟାଲିୟନର କମାଣ୍ଡାଣ୍ଟ, ପୋଲିସ କମିଶନର, ରେଞ୍ଜ ଆଇଜି, ଡିଆଇଜି ଓ ପ୍ରଶିକ୍ଷଣ ନେଉଥିବା ଆଇପିଏସ୍ ଅଧିକାରୀ ସାମିଲ ହୋଇଛନ୍ତି। ସେହିପରି ସମସ୍ତ ପୋଲିସ ପ୍ରତିଷ୍ଠାନ ତଥା ଅଗ୍ନିଶମ ଓ ହୋମଗାର୍ଡ, ଭିଜିଲାନ୍ସ ଓ ଜେଲ ବିଭାଗ, ରାଜ୍ୟ ପୋଲିସ ଗୃହ ନିର୍ମାଣ&nbsp; ଓ କଲ୍ୟାଣ ନିଗମ ଆଦିର ଅଧିକାରୀ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି।</p>

Related story