ତାସ୍‌ ଖେଳୁଥିଲେ, ପୁଲିସ ଉଠାଇନେଲା

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): କରୋନାର ମୁକାବିଲା ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଏହି ସମୟରେ ଘରୁ ନ ବାହାରିବା ପାଇଁ ଲୋକମାନଙ୍କୁ ମନା କରିବା ସହ ଅତ୍ୟାବଶ୍ୟକ ଦୋକାନକୁ ଗୁଡ଼ିକୁ ଛାଡ଼ି ଅନ୍ୟ ଦୋକାନଗୁଡ଼ିକ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହେଲେ କିଛି ଲୋକ ଏହି ନିୟମର ଉଲ୍ଲଂଘନ କରୁଛନ୍ତି। ଗତକାଲି ଝାରସୁଗୁଡ଼ା ଜିଲ୍ଲାରେ କିଛି ପାଇପ ଦୋକାନ ଖୋଲା ରହିବା ସହ କିଛି ଲୋକ ଏକତ୍ରିତ ବସି ତାସ ଖେଳୁ ଥିଲେ। ଏହି […]

hhhhhhhhhhhh0000000000000

Tapaswini Nayak
  • Published: Thursday, 26 March 2020
  • , Updated: 26 March 2020, 03:03 PM IST

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): କରୋନାର ମୁକାବିଲା ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଏହି ସମୟରେ ଘରୁ ନ ବାହାରିବା ପାଇଁ ଲୋକମାନଙ୍କୁ ମନା କରିବା ସହ ଅତ୍ୟାବଶ୍ୟକ ଦୋକାନକୁ ଗୁଡ଼ିକୁ ଛାଡ଼ି ଅନ୍ୟ ଦୋକାନଗୁଡ଼ିକ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହେଲେ କିଛି ଲୋକ ଏହି ନିୟମର ଉଲ୍ଲଂଘନ କରୁଛନ୍ତି।

ଗତକାଲି ଝାରସୁଗୁଡ଼ା ଜିଲ୍ଲାରେ କିଛି ପାଇପ ଦୋକାନ ଖୋଲା ରହିବା ସହ କିଛି ଲୋକ ଏକତ୍ରିତ ବସି ତାସ ଖେଳୁ ଥିଲେ। ଏହି ସମୟରେ ପୁଲିସ୍ ଚଢ଼ଉ କରି ୨୨ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ନାଁରେ ୬ଟି ମାମଲା ରୁଜୁ କରିଥିଲା। ଏହାସହ ଗିରଫ ଅଭିଯୁକ୍ତଙ୍କୁ ଥାନା ବାହାରେ ଠିଆ କରି ବୁଝାସୁଝା କରିଥିଲା।

Related story