ପୁଲିସ୍‌ର ବାଇକ୍‌ ରାଲି; ଡିଆଇଜି, ଏସ୍‌ପି ପିନ୍ଧିଲେ ହେଲମେଟ

ରାଉରକେଲା( ସତ୍ୟାନନ୍ଦ ମହାନ୍ତି): ସଂଶୋଧିତ ମୋଟର ଯାନ ନିୟମ ଆସିବା ପରେ ରାଜ୍ୟ ସାରା ଦେଖା ଦେଇଥିଲା ଅଶାନ୍ତି । ସବୁଆଡେ ଏ ନିୟମକୁ ଲୋକେ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଆଖି ଆଗରେ ରଖି ରାଉରକେଲା ପୁଲିସ୍‌ ଓ ଆରଟିଓ ପକ୍ଷରୁ ଆଜି ଏକ ବାଇକ ରାଲି ଆୟୋଜିତ କରାଯାଇଛି। ରାଉରକେଲା ଏସ୍‌ପି  ଅଫିସ୍‌ ସମ୍ମୁଖରେ ଆଜି ସକାଳେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ । ପୁଲିସ୍‌ କର୍ମୀମାନେ ଦୁଇ ଚକିଆରେ ବାହାରିଥିଲେ […]

rkl

rkl

Niharika Rout
  • Published: Thursday, 12 December 2019
  • Updated: 12 December 2019, 02:21 PM IST

Sports

Latest News

ରାଉରକେଲା( ସତ୍ୟାନନ୍ଦ ମହାନ୍ତି): ସଂଶୋଧିତ ମୋଟର ଯାନ ନିୟମ ଆସିବା ପରେ ରାଜ୍ୟ ସାରା ଦେଖା ଦେଇଥିଲା ଅଶାନ୍ତି । ସବୁଆଡେ ଏ ନିୟମକୁ ଲୋକେ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଆଖି ଆଗରେ ରଖି ରାଉରକେଲା ପୁଲିସ୍‌ ଓ ଆରଟିଓ ପକ୍ଷରୁ ଆଜି ଏକ ବାଇକ ରାଲି ଆୟୋଜିତ କରାଯାଇଛି।

ରାଉରକେଲା ଏସ୍‌ପି  ଅଫିସ୍‌ ସମ୍ମୁଖରେ ଆଜି ସକାଳେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ । ପୁଲିସ୍‌ କର୍ମୀମାନେ ଦୁଇ ଚକିଆରେ ବାହାରିଥିଲେ । ସମସ୍ତଙ୍କ ମୁଣ୍ଡରେ ଥିଲା ହେଲମେଟ । ଗାଡିର ପଛ ସିଟ୍‌ରେ ବସିଥିବା ଅଧିକାରୀଙ୍କ ମୁଣ୍ଡରେ ମଧ୍ୟ ହେଲମେଟ ଥିଲା । ଏ ରାଲିରେ ପଶ୍ଚିମାଞ୍ଚଳ ଡିଆଇଜି, ରାଉରକେଲା ଏସପି, ଅତିରିକ୍ତ ଏସ୍‌ପିଙ୍କ ସମେତ ଜିଲ୍ଲାର ସମସ୍ତ ପୁଲିସ୍‌ ଅଧିକାରୀ ସାମିଲ ହୋଇଥିଲେ ।

ଡିଆଇଜି କବିତା ଜାଲାନ ପତାକା ଦେଖାଇ ରାଲିକୁ ଶୁଭାରମ୍ଭ କରିଥିଲେ । ହାତରେ ପ୍ଳାକାର୍ଡ ଧରି ରାଲିରେ ବାହାରିଥିଲେ ସମସ୍ତେ । ନିଜେ ଡିଆଇଜି, ଏସପି ଓ ଆରଟିଓ ମଧ୍ୟ ଏ ରାଲିରେ ବାହାରିଥିଲେ । ଉଦ୍ଦେଶ୍ୟ ଥିଲା ସହରବାସୀଙ୍କୁ ନୂତନ ମୋଟର ଯାନ ଆଇନ ଉପରେ ସଚେତନ କରିବା ।

ରାଲି ଏସ୍‌ପି ଅଫିସରୁ ବାହାରି ସହର ସାରା ପରିକ୍ରମା କରିଥିଲା । ସହରର ବିଭିନ୍ନ ଛକ , ସ୍କୁଲ , କଲେଜ ଆଦି ସ୍ଥାନ ମାନଙ୍କରେ ରହି ସଚେତନ କରିଥିଲେ ଅଧିକାରୀ । ଲୋକଙ୍କୁ ଲିପଲେଟ ଦେଇ ସଚେତନ କରାଯାଇଥିଲା । ପ୍ରାୟ ୩ ଶହ ବାଇକ୍‌ ଏହି ରାଲିରେ ବାହାରିଥିଲା। ସହରବାସୀଙ୍କୁ ଏ ରାଲି ମାଧ୍ୟମରେ ସଚେତନ କରିବା ସହିତ ହେଲମେଟ ପିନ୍ଧିବା, ସିଟବେଲଟ ବାନ୍ଧିବା ସହିତ ଟ୍ରାଫିକ ନିୟମ ଉପରେ ସଚେତନ କରାଯାଇଥିଲା । ଏହାକୁ ସହରବାସୀ ମଧ୍ୟ ସ୍ୱାଗତ କରିଥିଲେ। ରାଲିରେ ରାଉରକେଲା ପୁଲିସ୍‌  ଜିଲ୍ଲା, ଆରଟିଓ ଅଧିକାରୀ, ସାଇ ପରିବାର ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାମିଲ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos