ଭୁବନେଶ୍ୱରରୁ ଅପହରଣ , ବୌଦ୍ଧରେ ଧରାପଡ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ଅପହରଣ। ବୌଦ୍ଧରେ ଧରାପଡ଼ିଲା। ଅପହରଣ କରି ନିଆଯାଉଥିବା ଗାଡ଼ିକୁ ଧରିଲା ପୁଲିସ। ଗାଡ଼ି ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ଧରାପଡ଼ିଲେ ୮ ଜଣ ଅପହର୍ତ୍ତା। ସୂଚନା ଅନୁସାରେ, ଭୁବନେଶ୍ୱରରୁ ଗୋଟିଏ ଗାଡ଼ିକୁ ଅପହରଣ କରି ନିଆଯାଉଥିଲା। ଡ୍ରାଇଭର ସନ୍ଦେହ କରି କୌଶଳ କ୍ରମେ ମାଲିକଙ୍କୁ ଖବର ଦେଇଥିଲେ। ଭୁବନେଶ୍ୱରର ଗାଡ଼ି ମାଲିକ ପୁଲିସକୁ ଜଣାଇଥିଲେ। ପୁଲିସ ଆଗରୁ ପ୍ରସ୍ତୁତ ରହିଥିବା ସହ ବୌଦ୍ଧ ଜିଲ୍ଲା କଣ୍ଟିଆଣି ନିକଟରେ ଇନୋଭାକୁ ଧରିଥିଲା। ପୁରୁଣାକଟକ ପୁଲିସ […]

703274-kidnap-1399059969-737-640x480

Tapas Behera
  • Published: Sunday, 13 December 2020
  • , Updated: 13 December 2020, 09:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ଅପହରଣ। ବୌଦ୍ଧରେ ଧରାପଡ଼ିଲା। ଅପହରଣ କରି ନିଆଯାଉଥିବା ଗାଡ଼ିକୁ ଧରିଲା ପୁଲିସ। ଗାଡ଼ି ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ଧରାପଡ଼ିଲେ ୮ ଜଣ ଅପହର୍ତ୍ତା। ସୂଚନା ଅନୁସାରେ, ଭୁବନେଶ୍ୱରରୁ ଗୋଟିଏ ଗାଡ଼ିକୁ ଅପହରଣ କରି ନିଆଯାଉଥିଲା। ଡ୍ରାଇଭର ସନ୍ଦେହ କରି କୌଶଳ କ୍ରମେ ମାଲିକଙ୍କୁ ଖବର ଦେଇଥିଲେ। ଭୁବନେଶ୍ୱରର ଗାଡ଼ି ମାଲିକ ପୁଲିସକୁ ଜଣାଇଥିଲେ। ପୁଲିସ ଆଗରୁ ପ୍ରସ୍ତୁତ ରହିଥିବା ସହ ବୌଦ୍ଧ ଜିଲ୍ଲା କଣ୍ଟିଆଣି ନିକଟରେ ଇନୋଭାକୁ ଧରିଥିଲା।

ପୁରୁଣାକଟକ ପୁଲିସ ଗାଡ଼ି ଡ୍ରାଇଭରଙ୍କୁ ଉଦ୍ଧାର ସହ ୮ ଅପହର୍ତ୍ତାଙ୍କୁ ଅଟକ ରଖିଛି ପୁଲିସ। ଗାଡ଼ି ଭିତରୁ ଗୋଟିଏ ମାଉଜର, ୨ଟି ଖଣ୍ଡା ଓ ମୁଖା ଜବତ କରାଯାଇଛି। ଡକାୟତି ଉଦ୍ଦେଶ୍ୟରେ ଗାଡ଼ିକୁ ଅପହରଣ କରାଯାଇଥିବା ସୂଚନା ମିଳିଛି। ୮ ଜଣ ଡକାୟତ ଗାଡ଼ିକୁ ଭଡ଼ା ସୂତ୍ରରେ ନେଇଯାଉଥିଲେ।

 

Related story