ଶାନ୍ତନୁ ପାତ୍ର ଆତ୍ମହତ୍ୟା ଘଟଣା: ପତ୍ନୀ ଓ ଅଭିଯୁକ୍ତ ପ୍ରେମିକଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ୍‌

Ordigital Desk
  • Published: Monday, 13 November 2017
  • , Updated: 13 November 2017, 12:24 PM IST
<p>ପୁରୀ(ଓଡିଶା ରିପୋର୍ଟର): ପୁରୀ ଜିଲ୍ଲା ଗଡ଼ଭିଙ୍ଗୁରା ଗାଁର ଶାନ୍ତନୁ ପାତ୍ରଙ୍କ ଆତ୍ମହତ୍ୟା ଘଟଣାରେ ପତ୍ନୀ ଓ ଅଭିଯୁକ୍ତ ପ୍ରେମିକଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ସଦର ପୋଲିସ। ଏହି ଘଟଣାରେ ପୂର୍ବରୁ ଅଟକ ଥିବା ଏହି ଦୁଇ ଜଣଙ୍କୁ ପୁରୀ ପୋଲିସ ପଚରାଉଚରା ଜାରି ରଖିଛି। ଉଭୟଙ୍କ ବିରୋଧରେ ଆଇପିସିର ୩୦୬, ୫୦୬, ୩୪ ଧାରାରେ ମାମଲା ରୁଜୁ କରିଛି ପୋଲିସ।</p> <p>କିଛି ଦିନ ତଳେ ଫେସବୁକରେ ବୟାନ ଦେଇ ଶାନ୍ତନୁ ପାତ୍ର ଆତ୍ମହତ୍ୟା କରିଥିଲେ।&nbsp; ଏହି ଘଟଣାରେ ଶାନ୍ତନୁଙ୍କ ପତ୍ନୀ ଏବଂ ତାଙ୍କ ପ୍ରେମିକ କୁହାଯାଉଥିବା ଯୁବକ ଅମରେଶ ସ୍ୱାଇଁଙ୍କୁ ପୁରୀ ସଦର ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଥିଲା।</p> <p>ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ଗଡ଼ଭିଙ୍ଗୁରାର ଶାନ୍ତନୁ ସାକ୍ଷୀଗୋପାଳ ଅଞ୍ଚଳର ଉକ୍ତ ଯୁବତୀଙ୍କୁ ବିବାହ କରିବାର ମାତ୍ର କେଇଟା ଦିନ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଅନ୍ୟଜଣେ ଯୁବକଙ୍କ ସହ ପତ୍ନୀର ଅନୈତିକ ସମ୍ପର୍କ ଅଭିଯୋଗ ଉଠିବା ପରେ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା।</p>

Related story