ମୋବାଇଲ ଟ୍ରାକିଂ କରି ନବମ ଶ୍ରେଣୀ ଛାତ୍ରୀଙ୍କ ବାହାଘର ସ୍ଥାନରେ ପହଞ୍ଚିଲା ପୁଲିସ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ନିଜର ବିରୋଧ ସତ୍ତ୍ୱେ ନବମ ଶ୍ରେଣୀ ଝିଅର ବାହାଘର ଠିକ୍‌ କରିଥିଲେ ପରିବାର ଲୋକେ। ଏକଥା ଜାଣି ପୁଲିସ ଓ ଚାଇଲ୍‌ଡ ଲାଇନ୍‌ ହେଲ୍‌ପ ଲାଇନ୍‌ର କର୍ମକର୍ତ୍ତା ବାହାଘର ହେଉଥିବା ସ୍ଥାନରେ ପହଞ୍ଚିଥିଲେ। ମାତ୍ର ତା’ପୂର୍ବରୁ ସେମାନେ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ପରେ ପୁଲିସ ବର କନ୍ୟାଙ୍କ ମୋବାଇଲ ଫୋନକୁ ଟ୍ରାକିଂ କରି ଝିଅ ପାଖରେ ପହଞ୍ଚିଥିଲା। ଏପରି ଘଟଣା ଝାରସୁଗୁଡ଼ାରେ ଘଟିଛି। ପୂରା ଘଟଣା ଏମିତି। ବଲାଙ୍ଗିର ଜିଲ୍ଲା ଦେଓଗାଁର ୧୪ […]

child-marriage

Manoranjan Sial
  • Published: Monday, 13 May 2019
  • , Updated: 13 May 2019, 06:48 PM IST

ଝାରସୁଗୁଡ଼ା(ଭାଗିରଥୀ ସାହୁ): ନିଜର ବିରୋଧ ସତ୍ତ୍ୱେ ନବମ ଶ୍ରେଣୀ ଝିଅର ବାହାଘର ଠିକ୍‌ କରିଥିଲେ ପରିବାର ଲୋକେ। ଏକଥା ଜାଣି ପୁଲିସ ଓ ଚାଇଲ୍‌ଡ ଲାଇନ୍‌ ହେଲ୍‌ପ ଲାଇନ୍‌ର କର୍ମକର୍ତ୍ତା ବାହାଘର ହେଉଥିବା ସ୍ଥାନରେ ପହଞ୍ଚିଥିଲେ। ମାତ୍ର ତା’ପୂର୍ବରୁ ସେମାନେ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ପରେ ପୁଲିସ ବର କନ୍ୟାଙ୍କ ମୋବାଇଲ ଫୋନକୁ ଟ୍ରାକିଂ କରି ଝିଅ ପାଖରେ ପହଞ୍ଚିଥିଲା। ଏପରି ଘଟଣା ଝାରସୁଗୁଡ଼ାରେ ଘଟିଛି।

ପୂରା ଘଟଣା ଏମିତି। ବଲାଙ୍ଗିର ଜିଲ୍ଲା ଦେଓଗାଁର ୧୪ ବର୍ଷର ଝିଅ ପଦ୍ମା (ଛଦ୍ମନାମ) ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ପାଠରେ ସେ ମଧ୍ୟ ଭଲ କରୁଥିଲେ। ତାଙ୍କର ବିରୋଧ ସତ୍ତ୍ୱେ ପରିବାର ଲୋକେ ତାଙ୍କର ବିବାହ ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଜୁନାଡିହି ଅଞ୍ଚଳରେ ଠିକ୍ କରିଥିଲେ। ନାବାଳିକା ହୋଇଥିବାରୁ ଘରେ ବାହାଘର କଲେ ଘଟଣା ଧରା ପଡ଼ିଯିବା ଭୟରେ ଝାରସୁଗୁଡା ଜୁନାଡ଼ିହି ଜଗନ୍ନାଥ ମନ୍ଦିରରେ ବାହାଘର କରିବା ପାଇଁ ଉଭୟ ପରିବାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଥିଲା। ଏପରିକି ବରଘର ପକ୍ଷରୁ ନିମନ୍ତ୍ରଣପତ୍ର ମଧ୍ୟ ବଣ୍ଟା ଯାଇଗଲା।

ଧାର୍ଯ୍ୟଲଗ୍ନ ଅନୁସାରେ ୧୨ ତାରିଖରେ ବାହାଘର ହୋଇଥାଆନ୍ତା। ସେଥିପାଇଁ ଜଗନ୍ନାଥ ମନ୍ଦିରରେ ସମସ୍ତ ପ୍ରସ୍ତୁତି ସରିଥିଲା। ଉଭୟ ପରିବାର ଲୋକେ ଆସି ଭଡ଼ା ଘରେ ଡେରା ପକାଇଥିଲେ। ତେବେ ଜଣେ ଅଜଣା ବ୍ୟକ୍ତି 1098ରେ ଚାଇଲ୍‌ଡ ଲାଇନ୍‌କୁ ଫୋନ୍‌ କରି ନାବାଳିକାର ବାହାଘର ସମ୍ପର୍କରେ ସୂଚନା ଦେଇଥିଲା। ଖବର ପାଇ ଚାଇଲ୍‌ଡ୍‌ ଲାଇନ କର୍ମକର୍ତ୍ତା ଗତକାଲି ସକାଳେ ମନ୍ଦିରରେ ପହଞ୍ଚି ଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ ଚଢ଼ଉ ଆଶଙ୍କା କରି ବିବାହର ସ୍ଥାନ ପରିବର୍ତ୍ତନ କରିଦେଇଥିଲେ ଉଭୟ ପକ୍ଷ। ତେଣୁ ଚାଇଲ୍‌ଡ ଲାଇନ୍‌ ଓ ପୁଲିସକୁ ନିରାଶ ହେବାକୁ ପଡ଼ିଥିଲା।

ପରେ ପୁଲିସ ବର ଓ କନ୍ୟାଙ୍କ ମୋବାଇଲ୍ ଟ୍ରାକିଂ କରି ସେମାନେ ଲୋକେଶନ୍‌ ଜାଣିବାକୁ ପାଇଥିଲା। ତା’ପରେ ପୁଲିସ ଓ ଚାଇଲ୍‌ଡ ଲାଇନ୍‌ କର୍ମକର୍ତ୍ତା ଝାରସୁଗୁଡା ସଦର ବ୍ଲକର ହଂସାମୁରା କଟାପାଲି ଗାଁରେ ଚଢ଼ଉ କରି ଉଭୟଙ୍କୁ ଉଦ୍ଧାର କରିଥିଲା। ତେବେ ପୁଲିସ ଓ ଚାଇଲ୍‌ଡ ଲାଇନ୍‌ କର୍ମକର୍ତ୍ତାଙ୍କୁ ଦେଖି ଉଭୟ ପରିବାରର ସବୁ ସଦସ୍ୟ ଫେରାର୍ ହୋଇଯାଇଥିଲେ।

ନାବାଳିକାକୁ ଉଦ୍ଧାର କରି ଜିଲ୍ଲା ଶିଶୁ ସୁରକ୍ଷା ସମିତିରେ ଉପସ୍ଥାପନ କରାଯିବା ପରେ ଉଭୟଙ୍କ ପରିବାରକୁ ଡ଼କାଯାଇଥିଲା। ମାତ୍ର କେହି ସହଯୋଗ ନକରିବାରୁ ନାବାଳିକାକୁ ବଲାଙ୍ଗୀର CWCରେ ହାଜର କରାଯିବା ପାଇଁ ପଠାଯିବ ବୋଲି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ କହିଛନ୍ତି।

Related story