୨୨ ପେଟି କଫ୍ ସିରପ ଜବତ, ୫ ଅଟକ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଆଜି ଭୋର ସମୟରେ ପୁଲିସ ବଲାଙ୍ଗିର ରେଲୱେ ଷ୍ଟେସନରେ ଚଢ଼ଉ କରି ୨୨ ପେଟି ଏକ୍ସକଫ କମ୍ପାନୀର କଫ୍‌ ସିରପ୍ ଜବତ କରିଛି। ଏଥି ସହିତ ଏକ ମେକ୍ସ ପିକ୍‌ଅପ୍‌ ଭ୍ୟାନ୍ ଓ ସ୍କର୍ପିଓ ଗାଡ଼ିକୁ ଜବତ କରିଛି। ଏହି ଘଟଣାରେ ପୁଲିସ ୫ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି। ପିକଅପ ଭ୍ୟାନଟି ଭୁବନେଶ୍ୱର ଓ ସ୍କର୍ପିଓ ବଲାଙ୍ଗିରର ହୋଇଥିବା ଜଣାପଡ଼ିଛି। ଏତେ ପରିମାଣର କଫ୍‌ ସିରପ୍ କେଉଁଠୁ […]

police-seize-22-boxes-of-cough-syrup-in-balangir

Manoranjan Sial
  • Published: Thursday, 21 March 2019
  • , Updated: 21 March 2019, 05:03 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଆଜି ଭୋର ସମୟରେ ପୁଲିସ ବଲାଙ୍ଗିର ରେଲୱେ ଷ୍ଟେସନରେ ଚଢ଼ଉ କରି ୨୨ ପେଟି ଏକ୍ସକଫ କମ୍ପାନୀର କଫ୍‌ ସିରପ୍ ଜବତ କରିଛି। ଏଥି ସହିତ ଏକ ମେକ୍ସ ପିକ୍‌ଅପ୍‌ ଭ୍ୟାନ୍ ଓ ସ୍କର୍ପିଓ ଗାଡ଼ିକୁ ଜବତ କରିଛି। ଏହି ଘଟଣାରେ ପୁଲିସ ୫ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ପିକଅପ ଭ୍ୟାନଟି ଭୁବନେଶ୍ୱର ଓ ସ୍କର୍ପିଓ ବଲାଙ୍ଗିରର ହୋଇଥିବା ଜଣାପଡ଼ିଛି। ଏତେ ପରିମାଣର କଫ୍‌ ସିରପ୍ କେଉଁଠୁ କେଉଁଠିକୁ ଯାଉଥିଲା, ତାହା ଜଣାପଡ଼ିନଥିବା ବେଳେ ଏହାର ମାଷ୍ଟରମାଇଣ୍ଡ କିଏ ଜଣାପଡ଼ି ନାହିଁ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କଫ ଓ କାଶ ରୋଗ ପାଇଁ ଏହି କଫ୍‌ ସିରପ୍ ଔଷଧ ଭାବେ ବ୍ୟବହାର ହେବା କଥା। କିନ୍ତୁ ଏହାକୁ ନିଶାଡ଼ିମାନେ ନିଶା ହେବା ପାଇଁ ବ୍ୟବହାର କରୁଥିବା ଜଣାପଡିଛି।

Related story