ଟ୍ୟାଙ୍କରରେ ଚାଲାଣ ହେଉଥିଲା ଗଞ୍ଜେଇ, ୪ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୋରା ଚାଲାଣର ନୂଆ ଫର୍ମୁଲା। କେଉଁଠି ସାର୍ଟ ବୋତାମ୍‌ରେ ସୁନା ଚାଲାଣ ହେଉଛି ତ ଆଉ କେଉଁଠି ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ କରାଯାଉଛି। ଯାହା ପୁଲିସ୍‌ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି। ଆଜି ଏମିତି ଘଟଣା ରାଜଧାନୀ ସମେତ ରାୟଗଡ଼ା ଓ କୋରାପୁଟ୍‌ ଜିଲ୍ଲାରେ ଘଟିଛି। ଚୋରଙ୍କ ସବୁ ଚାଲାକି ସତ୍ତ୍ୱେ ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ରାୟଗଡ଼ା ଜିଲ୍ଲା ପଦ୍ମପୁରରୁ ପାଣି ଟ୍ୟାଙ୍କରରେ ଗଞ୍ଜେଇ ପୁଡ଼ୁଚେରି ଚାଲାଣ ହେଉଥିଲା। ଏ ସମ୍ପର୍କରେ […]

ganja

Manoranjan Sial
  • Published: Friday, 22 February 2019
  • , Updated: 22 February 2019, 11:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୋରା ଚାଲାଣର ନୂଆ ଫର୍ମୁଲା। କେଉଁଠି ସାର୍ଟ ବୋତାମ୍‌ରେ ସୁନା ଚାଲାଣ ହେଉଛି ତ ଆଉ କେଉଁଠି ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ କରାଯାଉଛି। ଯାହା ପୁଲିସ୍‌ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି। ଆଜି ଏମିତି ଘଟଣା ରାଜଧାନୀ ସମେତ ରାୟଗଡ଼ା ଓ କୋରାପୁଟ୍‌ ଜିଲ୍ଲାରେ ଘଟିଛି। ଚୋରଙ୍କ ସବୁ ଚାଲାକି ସତ୍ତ୍ୱେ ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଛି।

ରାୟଗଡ଼ା ଜିଲ୍ଲା ପଦ୍ମପୁରରୁ ପାଣି ଟ୍ୟାଙ୍କରରେ ଗଞ୍ଜେଇ ପୁଡ଼ୁଚେରି ଚାଲାଣ ହେଉଥିଲା। ଏ ସମ୍ପର୍କରେ ପୁଲିସ ଜାଣିପାରି ଟ୍ୟାଙ୍କରରୁ ଗଞ୍ଜେଇ ଜବତ କରିଥିଲା। ଯାହାର ଓଜନ ୪୩୩ କେଜି ହେବ। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଲିଙ୍କରେ ପୁଲିସ ୪ଜଣଙ୍କୁ ଗିରଫ କରିଛି।

ସେହିପରି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ଦେଇ ରାଜଧାନୀକୁ ସୁନା ଚାଲାଣ ହେଉଛି। ବ୍ୟାଙ୍କକରୁ କୋଲକାତା ଆସୁଥିବା ଜଣେ ଯାତ୍ରୀଙ୍କଠାରୁ କଷ୍ଟମ ବିଭାଗ ୨୮୩ ଗ୍ରାମ ସୁନା ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଜଣେ ମହିଳା ସିଲଭର କୋଟିଂ ଥିବା ସୁନାକୁ ଧରି ବିମାନରେ ଆସୁଥିଲେ ଭୁବନେଶ୍ୱର। ଶେଷରେ ଏସବୁକୁ ଜବତ କରିଛି କଷ୍ଟମ ବିଭାଗ।

Related story