ପିକ୍‌ଅପ୍‌ ଭ୍ୟାନ୍‌ରୁ ମିଳିଲା ୬୦ ଲକ୍ଷ ମୂଲ୍ୟର ଜିନିଷ

ମୋହନା (ମିହିର ଯତି): ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ପୁଲିସ୍‌ କାନକଟା ଚେକ ଗେଟରେ ଚଢ଼ାଉ କରି ଏକ ପିକ୍‌ଅପ୍‌ ଭ୍ୟାନରୁ ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ଅଡ଼ବା ଥାନା ଗୁଣ୍ଡିମା ଗାଁର କରୁଣା ଗମାଙ୍ଗ, ପୁରୀ ଜିଲ୍ଲା ବ୍ରହ୍ମଗିରିର ସର୍ତ ଦେ ଓ ପ୍ରମୋଦ ମଲ୍ଲିକ। ସମ୍ପୃକ୍ତ ଅଭିଯୁକ୍ତମାନେ ଆର.ଉଦୟଗିରି ଅଞ୍ଚଳରୁ ଗାଡ଼ିରେ ୫୨ ବସ୍ତାରେ ୧୨ କୁଇଣ୍ଟାଲ […]

ganja-1

Niharika Rout
  • Published: Friday, 21 August 2020
  • , Updated: 21 August 2020, 02:36 PM IST

ମୋହନା (ମିହିର ଯତି): ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ପୁଲିସ୍‌ କାନକଟା ଚେକ ଗେଟରେ ଚଢ଼ାଉ କରି ଏକ ପିକ୍‌ଅପ୍‌ ଭ୍ୟାନରୁ ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ଅଡ଼ବା ଥାନା ଗୁଣ୍ଡିମା ଗାଁର କରୁଣା ଗମାଙ୍ଗ, ପୁରୀ ଜିଲ୍ଲା ବ୍ରହ୍ମଗିରିର ସର୍ତ ଦେ ଓ ପ୍ରମୋଦ ମଲ୍ଲିକ।

ସମ୍ପୃକ୍ତ ଅଭିଯୁକ୍ତମାନେ ଆର.ଉଦୟଗିରି ଅଞ୍ଚଳରୁ ଗାଡ଼ିରେ ୫୨ ବସ୍ତାରେ ୧୨ କୁଇଣ୍ଟାଲ ଗଞ୍ଜେଇ ନେଇ ପୁରୀ ଜିଲ୍ଲା ଯାଉଥିଲେ। ପୁଲିସ୍‌ ଚେକ୍‌ ଗେଟ୍ ନିକଟରେ ଗାଡ଼ି ଯାଞ୍ଚ କରି ଏହି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

Related story