ମାଛ ମାର୍କେଟରୁ ବାଇକ୍‌ ଉଠାଇ ନେଲା ପୁଲିସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଛ କିଣିବା ହେଲା ମହଙ୍ଗା। ଏକାଧିକ ବାଇକକୁ ଉଠାଇ ନେଲା ପୁଲିସ। ଭୁବନେଶ୍ୱର ୪ ନମ୍ବର ମାର୍କେଟରୁ ଏକାଧିକ ବାଇକ ଜବତ କରିଛି କମିଶନରେଟ ପୁଲିସ। ବାଇକଗୁଡିକୁ କ୍ରେନ୍‌ ସହାୟତାରେ ଉଠାଇ ନେଇଛି ପୁଲିସ। ‘କରୋନା’କୁ ନେଇ କଟକଣା ଜାରି ହୋଇଥିବା ବେଳେ ବଜାରକୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବାଇକ ଧରି ଆସିବାକୁ ମନା କରାଯାଇଛି। ଏହି ନିର୍ଦ୍ଦେଶ ସତ୍ତ୍ୱେ ଅନେକ ଗ୍ରାହକ ବାଇକ ଧରି ବଜାରକୁ ପରିବା ଓ ମାଛ […]

bike

Manoranjan Sial
  • Published: Wednesday, 15 April 2020
  • , Updated: 15 April 2020, 05:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଛ କିଣିବା ହେଲା ମହଙ୍ଗା। ଏକାଧିକ ବାଇକକୁ ଉଠାଇ ନେଲା ପୁଲିସ। ଭୁବନେଶ୍ୱର ୪ ନମ୍ବର ମାର୍କେଟରୁ ଏକାଧିକ ବାଇକ ଜବତ କରିଛି କମିଶନରେଟ ପୁଲିସ। ବାଇକଗୁଡିକୁ କ୍ରେନ୍‌ ସହାୟତାରେ ଉଠାଇ ନେଇଛି ପୁଲିସ।

‘କରୋନା’କୁ ନେଇ କଟକଣା ଜାରି ହୋଇଥିବା ବେଳେ ବଜାରକୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବାଇକ ଧରି ଆସିବାକୁ ମନା କରାଯାଇଛି। ଏହି ନିର୍ଦ୍ଦେଶ ସତ୍ତ୍ୱେ ଅନେକ ଗ୍ରାହକ ବାଇକ ଧରି ବଜାରକୁ ପରିବା ଓ ମାଛ କିଣିବାକୁ ଆସିଥିଲେ। ଆଇନ୍‌ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ୪ ନମ୍ବର ମାର୍କେଟ୍‌ରୁ ବାଇକ ଗୁଡିକୁ ଜବତ କରିଛି କମିଶନରେଟ ପୁଲିସ।

ସୂଚନାରୁ ପ୍ରକାଶ, କରୋନାରେ ଆଜି ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବା ୫୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୮ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ତେବେ ସ୍ଥିତିକୁ ଦେଇ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ବଜାରକୁ ଗଲା ବେଳେ ବାଇକ ନେଇ ନଯିବାକୁ ପରାମର୍ଶ ଦେଇଥିଲେ। ମାତ୍ର କେତେକ ଅମାନିଆ ସରକାରଙ୍କ ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରି ମାର୍କେଟିଂ କରିବା ପାଇଁ ବାଇକ୍‌ ଯାଉଛନ୍ତି। ଯେଉଁପାଇଁ ପୁଲିସ ଆଜି ସେହି ବାଇକ୍‌ ଗୁଡ଼ିକୁ ଉଠାଇ ନେଇଛି।

Related story