୭ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗର ଜବତ କଲା ପୁଲିସ

ଜଳେଶ୍ୱର (ଅଜିତ ଦାସ): ଜଳେଶ୍ୱରରୁ ପୁଣି ଧରାପଡ଼ିଲା ବ୍ରାଉନସୁଗର। ପଶ୍ଚିମବଙ୍ଗରୁ ଜଳେଶ୍ୱର ଆସୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି ଏହି ବ୍ରାଉନ୍ ସୁଗର। ଯାହାର ଓଜନ ୭୦ ଗ୍ରାମ ହେବ। ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ। ପୁଲିସ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କର ଘର ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଅଭିଯୋଗରୁ ପ୍ରକାଶ, ଦିନକୁ ଦିନ ନିଶା କାରବାରର ଆଡ୍ଡା ସ୍ଥାଳ ପାଲଟୁଛି ଜଳେଶ୍ୱର। ଏଠାକୁ ବାଂଲାଦେଶରୁ ଭାୟା ପଶ୍ଚିମବଙ୍ଗ ଦେଇ […]

brown-sugar

brown-sugar

Manoranjan Sial
  • Published: Thursday, 17 October 2019
  • Updated: 17 October 2019, 06:41 PM IST

Sports

Latest News

ଜଳେଶ୍ୱର (ଅଜିତ ଦାସ): ଜଳେଶ୍ୱରରୁ ପୁଣି ଧରାପଡ଼ିଲା ବ୍ରାଉନସୁଗର। ପଶ୍ଚିମବଙ୍ଗରୁ ଜଳେଶ୍ୱର ଆସୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି ଏହି ବ୍ରାଉନ୍ ସୁଗର। ଯାହାର ଓଜନ ୭୦ ଗ୍ରାମ ହେବ। ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ। ପୁଲିସ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କର ଘର ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

ଅଭିଯୋଗରୁ ପ୍ରକାଶ, ଦିନକୁ ଦିନ ନିଶା କାରବାରର ଆଡ୍ଡା ସ୍ଥାଳ ପାଲଟୁଛି ଜଳେଶ୍ୱର। ଏଠାକୁ ବାଂଲାଦେଶରୁ ଭାୟା ପଶ୍ଚିମବଙ୍ଗ ଦେଇ ନିଶା ଆସୁଛି। ପରେ ଏଠାରୁ ରାଜ୍ୟର କୋଣ ଅନୁକୋଣକୁ ନିଶା ଚାଲାଣ କରାଯାଉଛି। ଯାହା ଗତ କିଛି ଦିନ ତଳେ ଗିରଫ ହୋଇଥିବା ଡ୍ରଗ୍ସ ମାଫିଆ ସ୍ୱୀକାର କରିଛନ୍ତି। ଏହା ପରେ ବାଲେଶ୍ୱର ପୁଲିସ ଖାନତଲାସି ଅଭିଯାନକୁ ଜୋରଦାର କରିଥିଲା। ଏହି ଅଭିଯାନରେ ଆଜି ଜଳେଶ୍ୱର ପୁଲିସ ଚଢ଼ଉ କରି ୭୦ ଗ୍ରାମ ବ୍ରାଉନ୍‌ ସୁଗର ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos