ନକ୍ସଲ କ୍ୟାମ୍ପରୁ ବିପୁଳ ବିସ୍ଫୋରକ ସହ ଗର୍ଭ ନିରୋଧ ବଟିକା ଜବତ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଖଟୁଆପଦର ଗାଁ ନିକଟ ତୁଳସି ଜଙ୍ଗଲର ମାଟିତଳୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। ଏହାସହ କିଛି ନକ୍ସଲ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ମାଲକାନଗିରି ଏସ୍‌ଡିପିଓ ଶୁଭେନ୍ଦୁ ପତ୍ର ସୂଚନା ଦେଇଛନ୍ତି। ଜବତ ନକ୍ସଲ ସାମଗ୍ରୀ ମଧ୍ୟରେ ରହିଛି ୨ଟି ଦେଶୀ ବନ୍ଧୁକ, ୬ଟି ଲ୍ୟାଣ୍ଡମାଇନ, ତାର, ଗର୍ଭ ନିରୋଧ ଔଷଧ, ନକ୍ସଲ ପୋଷାକ ଓ ପୁସ୍ତକ। ଗତ୧୯ ତାରିଖରେ ତୁଳସି ଜଙ୍ଗଲରେ ନକ୍ସଲମାନେ […]

malkangiri

  • Published: Friday, 21 October 2022
  • , Updated: 21 October 2022, 03:48 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଖଟୁଆପଦର ଗାଁ ନିକଟ ତୁଳସି ଜଙ୍ଗଲର ମାଟିତଳୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। ଏହାସହ କିଛି ନକ୍ସଲ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ମାଲକାନଗିରି ଏସ୍‌ଡିପିଓ ଶୁଭେନ୍ଦୁ ପତ୍ର ସୂଚନା ଦେଇଛନ୍ତି। ଜବତ ନକ୍ସଲ ସାମଗ୍ରୀ ମଧ୍ୟରେ ରହିଛି ୨ଟି ଦେଶୀ ବନ୍ଧୁକ, ୬ଟି ଲ୍ୟାଣ୍ଡମାଇନ, ତାର, ଗର୍ଭ ନିରୋଧ ଔଷଧ, ନକ୍ସଲ ପୋଷାକ ଓ ପୁସ୍ତକ।

ଗତ୧୯ ତାରିଖରେ ତୁଳସି ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରିଥିବା ମାଲକାନଗିରି ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ମାଲକାନଗିରି ପୁଲିସ, ଡିଭିଏଫ୍  ଓ ଏସ୍‌ଓଜି ଯବାନମାନେ ଜଙ୍ଗଲରେ କୁମ୍ବିଂ ଅପରେସନ କରିଥିଲେ। ଏହି ସର୍ଚ୍ଚ ଅପରେସନ ସମୟରେ ନକ୍ସଲଙ୍କ କ୍ୟାମ୍ପରୁ ବିସ୍ଫୋରକ ସହ ବିଭିନ୍ନ ନକ୍ସଲ ସାମଗ୍ରୀ ଜବତ କରାଯାଇଥିଲା। ନକ୍ସଲମାନେ ଛତ୍ରଭଙ୍ଗ ଦେଇ ସେଠାରୁ ପଳାଇ ଯାଇଥିଲେ।

ମାଲକାନଗିରି ଏସ୍‌ଡିପିଓ ଶୁଭେନ୍ଦୁ ପତ୍ର କହିଛନ୍ତି, ତୁଳସି ଜଙ୍ଗଲରେ ଏବେବି କୁମ୍ବିଂ ଅପରେସନ ଚାଲିଛି। ଆହୁରି ମଧ୍ୟ ନକ୍ସଲ ସାମଗ୍ରୀ ଜବତ କରାଯିବ। ନକ୍ସଲମାନେ ଆତ୍ମସମର୍ପଣ କରି  ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ। ବିକାଶ ଧାରାକୁ ଆଗକୁ ନିଅନ୍ତୁ ବୋଲି ମାଲକାନଗିରି ଏସ୍‌ଡିପିଓ କହିଛନ୍ତି।

 

 

Related story