ସମସ୍ତେ ଯନ୍ତ୍ରଣା ଦେଖୁଥିଲେ, କିନ୍ତୁ ଦେବଦୂତ ସାଜିଲେ ପୁଲିସ ଭାଇ

ଭଦ୍ରକ( ପାର୍ଥ ସାରଥୀ ନାୟକ):ଭଦ୍ରକ ଟ୍ରାଫିକ ପୁଲିସ ଦେଖାଇଲା ମାନବିକତା। ନିଜ ଡ୍ୟୁଟି ସମୟରେ  କର୍ତ୍ତବ୍ୟ ସମ୍ପାଦନ କରିବା ସହ ଜଣେ ଅସୁବିଧାରେ ପଡ଼ିଥିବା ଭିନ୍ନକ୍ଷମଙ୍କୁ ସାହାଯ୍ୟ କରିଥିଲା ପୁଲିସ। ସୂଚନା ଅନୁଯାୟୀ, ଭଦ୍ରକର ଆଜି ବନ୍ତ ଛକ  ନିକଟରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଗୋଡ଼ରେ ଏକ ଲୁହା କଣ୍ଟା ପଶିଥିଲା। ଯାହାକି ସେ କଷ୍ଟ ଅନୁଭବ କରିଥିଲେ।  ମଧ୍ୟାହ୍ନ ସମୟରେ ଭଦ୍ରକ ବନ୍ତଛକ ପୋଲ ତଳେ ଗୁରୁଣ୍ଡି ଗୁରୁଣ୍ଡି  ଆସୁଥିବା ବେଳେ ତାଙ୍କ ପାଦ ରକ୍ତ […]

6890

Tapas Behera
  • Published: Thursday, 23 January 2020
  • , Updated: 23 January 2020, 05:06 PM IST

ଭଦ୍ରକ( ପାର୍ଥ ସାରଥୀ ନାୟକ):ଭଦ୍ରକ ଟ୍ରାଫିକ ପୁଲିସ ଦେଖାଇଲା ମାନବିକତା। ନିଜ ଡ୍ୟୁଟି ସମୟରେ  କର୍ତ୍ତବ୍ୟ ସମ୍ପାଦନ କରିବା ସହ ଜଣେ ଅସୁବିଧାରେ ପଡ଼ିଥିବା ଭିନ୍ନକ୍ଷମଙ୍କୁ ସାହାଯ୍ୟ କରିଥିଲା ପୁଲିସ।

ସୂଚନା ଅନୁଯାୟୀ, ଭଦ୍ରକର ଆଜି ବନ୍ତ ଛକ  ନିକଟରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଗୋଡ଼ରେ ଏକ ଲୁହା କଣ୍ଟା ପଶିଥିଲା। ଯାହାକି ସେ କଷ୍ଟ ଅନୁଭବ କରିଥିଲେ।  ମଧ୍ୟାହ୍ନ ସମୟରେ ଭଦ୍ରକ ବନ୍ତଛକ ପୋଲ ତଳେ ଗୁରୁଣ୍ଡି ଗୁରୁଣ୍ଡି  ଆସୁଥିବା ବେଳେ ତାଙ୍କ ପାଦ ରକ୍ତ ଜୁଡୁବୁଡୁ ହୋଇଯାଇଥିଲା। ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ସମସ୍ତଙ୍କ ନଜର ଉକ୍ତ ବ୍ୟକ୍ତିଙ୍କ ଉପରେ ପଡୁଥିଲେ ମଧ୍ୟ ସମସ୍ତେ ନିଜ ନିଜ ବାଟରେ ଚାଲିଯାଉଥିଲେ।

କିନ୍ତୁ ଠିକ ସେହି ସମୟରେ ଦେବଦୂତ ସାଜି  ଭଦ୍ରକ ଟ୍ରାଫିକ ପୁଲିସଭାଇ ମାନେ ଭିନ୍ନକ୍ଷମ ବ୍ୟକ୍ତି ପାଖରେ ପହଞ୍ଚି ଲୁହା କଣ୍ଟା ଟିକୁ କାଢିଥିଲେ।  ଯନ୍ତ୍ରଣାରେ ଛଟପଟ ହେଉଥିବା ଭିନ୍ନକ୍ଷମ ବ୍ୟକ୍ତିଟି କଷ୍ଟରୁ ଉପଶମ ପାଇଥିଲା। ଟ୍ରାଫିକ ପୁଲିସଙ୍କ ଏମିତି ମାନବିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି।

Related story