ବୋହୂକୁ ନିର୍ଯାତନା ମାମଲା: ଥାନାରେ ହାଜର ହେଲେ ସନାତନ ମହାକୁଡ

ଭୁବନେଶ୍ୱର: ବୋହୂକୁ ନିର୍ଯାତନା ଦେବା ମାମଲାରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ପରେ  ଭୁବନେଶ୍ୱର ମହିଳା ଥାନାରେ ହାଜର ହୋଇଥିଲେ। ତାଙ୍କୁ ପ୍ରାୟ ୧୦ରୁ ୧୫ ମିନିଟ୍‌ ପଚରାଉଚରା କରାଯାଇଥିଲା। ଆଜି ପୁଣି ଥରେ ସେ ମହିଳା ଥାନାରେ ହାଜର ହୋଇଥିଲେ। ତାଙ୍କୁ ୨ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ମହିଳା ଥାନାରୁ ବାହାରିବା ପରେ ମହାକୁଡ଼ କହିଛନ୍ତି, “ଅଭିଯୋଗ ଭିତ୍ତିହୀନ। ଦରକାର ପଡ଼ିଲେ ମୁଁ କୋର୍ଟକୁ ଯିବି।” କବିତା […]

police

Rakesh Mallick
  • Published: Tuesday, 20 September 2016
  • , Updated: 20 September 2016, 10:23 PM IST

ଭୁବନେଶ୍ୱର: ବୋହୂକୁ ନିର୍ଯାତନା ଦେବା ମାମଲାରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ପରେ  ଭୁବନେଶ୍ୱର ମହିଳା ଥାନାରେ ହାଜର ହୋଇଥିଲେ। ତାଙ୍କୁ ପ୍ରାୟ ୧୦ରୁ ୧୫ ମିନିଟ୍‌ ପଚରାଉଚରା କରାଯାଇଥିଲା। ଆଜି ପୁଣି ଥରେ ସେ ମହିଳା ଥାନାରେ ହାଜର ହୋଇଥିଲେ। ତାଙ୍କୁ ୨ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା।

ମହିଳା ଥାନାରୁ ବାହାରିବା ପରେ ମହାକୁଡ଼ କହିଛନ୍ତି, “ଅଭିଯୋଗ ଭିତ୍ତିହୀନ। ଦରକାର ପଡ଼ିଲେ ମୁଁ କୋର୍ଟକୁ ଯିବି।”

କବିତା ମହାକୁଡ ନାମକ ଜଣେ ମହିଳା ନିଜକୁ ସନାତନଙ୍କ ବୋହୂ ବୋଲି ଦାବି କରୁଛନ୍ତି। ସନା ମହାକୁଡ଼ ନିଜ ପୁଅ ତଥା ତାଙ୍କ ସ୍ୱାମୀଙ୍କୁ ଘରେ ଜୋରଜବରଦସ୍ତ ରଖିଥିବା କବିତା ଥାନାରେ ଅଭିଯୋଗ କରିଥିଲେ।

Related story