ଭାଲେଣ୍ଟାଇନ୍ସ ଡେ’ରେ ‘ବିଛୁଆତି’ ବିପଦ ! ରାଜଧାନୀରେ ପ୍ରେମ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ପ୍ରେମ ସତ୍ୟ ଓ ଶାସ୍ୱତ। ଦୁଇଟି ଅକ୍ଷରର ଏହି ଶବ୍ଦ ପ୍ରତ୍ୟେକ ମନୁଷ୍ୟର ଭାବନାକୁ ବୁଝାଇଥାଏ। ପରସ୍ପର ମଧ୍ୟରେ ଥିବା ଅନୁରାଗର ଏକ ରୂପ ହେଉଛି ପ୍ରଣୟ ।  ସେହିଭଳି ପ୍ରେମୀ ଯୁଗଳ ଆଜି ପାଳନ କରୁଛନ୍ତି ଭାଲେଣ୍ଟାଇନ୍ସ ଡେ’। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଏହାର ବହୁତ କ୍ରେଜ୍ ରହିଛି। ପ୍ରେମ ସପ୍ତାହର ଶେଷ ଦିନରେ ଆଜି ନିଜର ମନର ମଣିଷକୁ ହୃଦୟର କଥା କୁହାଯିବ। ବିଭିନ୍ନ ଢଙ୍ଗରେ ପ୍ରେମୀ ଯୁଗଳ ନିଜର […]

790

Tapas Behera
  • Published: Thursday, 14 February 2019
  • , Updated: 14 February 2019, 08:59 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ପ୍ରେମ ସତ୍ୟ ଓ ଶାସ୍ୱତ। ଦୁଇଟି ଅକ୍ଷରର ଏହି ଶବ୍ଦ ପ୍ରତ୍ୟେକ ମନୁଷ୍ୟର ଭାବନାକୁ ବୁଝାଇଥାଏ। ପରସ୍ପର ମଧ୍ୟରେ ଥିବା ଅନୁରାଗର ଏକ ରୂପ ହେଉଛି ପ୍ରଣୟ ।  ସେହିଭଳି ପ୍ରେମୀ ଯୁଗଳ ଆଜି ପାଳନ କରୁଛନ୍ତି ଭାଲେଣ୍ଟାଇନ୍ସ ଡେ’। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଏହାର ବହୁତ କ୍ରେଜ୍ ରହିଛି। ପ୍ରେମ ସପ୍ତାହର ଶେଷ ଦିନରେ ଆଜି ନିଜର ମନର ମଣିଷକୁ ହୃଦୟର କଥା କୁହାଯିବ। ବିଭିନ୍ନ ଢଙ୍ଗରେ ପ୍ରେମୀ ଯୁଗଳ ନିଜର ପ୍ରେମ ପ୍ରକାଶ କରିବେ। ଏଥିପାଇଁ ପାର୍କ ପରି ପବ୍ଲିକ ପ୍ଲେସ୍‌ରେ ଅଧିକ ସଂଖ୍ୟାରେ ପ୍ରେମୀ ଯୁଗଳଙ୍କୁ ଦେଖିବାକୁ ମିଳିପାରେ। ସେପଟେ ଭାଲେଣ୍ଟାଇନ୍ସ୍‌ ଡେ’ କୁ ବିରୋଧ କରୁଥିବା ବଜରଙ୍ଗ ଦଳ ମଧ୍ୟ ଚଳିତ ବର୍ଷ ନିଜ ଷ୍ଟ୍ରାଟେଜୀ ପରିବର୍ତ୍ତନ କରିଛି । ବିଭିନ୍ନ ପାର୍କରେ ପ୍ଲାକାର୍ଡ ଏବଂ ହୋର୍ଡିଂ ଲଗାଯିବା ସହ ସୋଶାଲ ମିଡିଆରେ ସଚେତନ କରାଯାଇଥିବା କୁହାଯାଇଛି।

ବଜରଙ୍ଗ ଦଳ ରାଜ୍ୟ ସଂଯୋଜକ  ଆରପଟେ କଳିଙ୍ଗ ସେନା କହିଛି, ପ୍ରେମ ଦିବସକୁ ନୁହେଁ ବରଂ ପ୍ରେମ ଦିବସରେ ହେଉଥିବା ଅଶ୍ଳୀଳତାକୁ ସଂଗଠନ ବିରୋଧ କରିବ।  ଆପତ୍ତିଜନକ ଅବସ୍ଥାରେ ଯୁବକ ଯୁବତୀଙ୍କୁ ଦେଖିଲେ, ସେମାନଙ୍କ ଦେହରେ ବିଛୁଆତି ଲଗାଯିବ ବୋଲି ଚେତାବନୀ ଦେଇଛି କଳିଙ୍ଗ ନାରୀ ସେନା।

ସେପଟେ ଭାଲେଣ୍ଟାଇନସ୍‌ ଡେ’ ଅବସରରେ ରାଜଧାନୀରେ କମିଶନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଡିସିପି,ଏସିପି ଓ ଆଇଆଇସିଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର୍। ପାର୍କ, ମଲ୍‌ରେ ପୁଲିସ ଉପସ୍ଥିତ ରହିବେ। ଯିଏ ଆଇନକୁ ନିଜ ହାତକୁ ନେବ, ତା’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୁଲିସ କମିଶନର୍ ।

Related story