ପୁରୀ ଟ୍ରିପଲ୍‌ ମର୍ଡର ଘଟଣା: ୧୨ ଘଣ୍ଟା ପରେ ବି ପୁଲିସ୍‌ର ହାତ ଖାଲି

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ପଟ୍ଟନାୟକିଆ ଛକରେ ଟ୍ରିପଲ୍‌ ମର୍ଡର ଘଟଣାରେ ୧୨ ଘଣ୍ଟା ପରେ ବି କୌଣସି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନି ପୁଲିସ। ଏହି ଘଟଣାରେ ମୋଟ ୭ ଜଣଙ୍କ ନାଁରେ ଥାନାରେ ଏତଲା ଦାଏର କରାଯାଇଛି। ତେବେ ପୁଲିସ୍ କେବଳ ଅଭିଯୁକ୍ତଙ୍କ ପରିବାରର ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଅନ୍ୟ ପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି। ତେଣୁ […]

murdermmmmmmmmm

Tapaswini Nayak
  • Published: Monday, 15 July 2019
  • , Updated: 15 July 2019, 02:42 PM IST

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ପଟ୍ଟନାୟକିଆ ଛକରେ ଟ୍ରିପଲ୍‌ ମର୍ଡର ଘଟଣାରେ ୧୨ ଘଣ୍ଟା ପରେ ବି କୌଣସି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନି ପୁଲିସ। ଏହି ଘଟଣାରେ ମୋଟ ୭ ଜଣଙ୍କ ନାଁରେ ଥାନାରେ ଏତଲା ଦାଏର କରାଯାଇଛି। ତେବେ ପୁଲିସ୍ କେବଳ ଅଭିଯୁକ୍ତଙ୍କ ପରିବାରର ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ଅନ୍ୟ ପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି। ତେଣୁ ମୃତକଙ୍କ ଗାଁ ଓ ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି ରୋକିବାକୁ ପୁଲିସ୍‌ ମୁତୟନ କରାଯାଇଛି। ଗୋଟିଏ ପରିବାରର ୩ଜଣଙ୍କୁ ବିଭତ୍ସ ହତ୍ୟା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପଟ୍ଟନାୟକିଆ ଛକ ଜନଶୂନ୍ୟ ହୋଇ ପଡ଼ିଥିବା ବେଳେ ସବୁ ଦୋକାନ ବଜାର ବନ୍ଦ ରହିଛି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ପଟ୍ଟନାୟକିଆ ଛକ ନିକଟରେ ବିଚ୍ ରାସ୍ତାରେ ତିନି ଜଣ ଯୁବକଙ୍କୁ ଗୋଡାଇ ଗୋଡ଼ାଇ ହତ୍ୟା କରାଯାଇଥିଲା। ମୃତକମାନେ ହେଲେ ସ୍ଥାନୀୟ ସଦାନନ୍ଦପୁରର କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା। ଏହି ତିନିଜଣ କୌଣସି କାର୍ଯ୍ୟରେ ପଟ୍ଟନାୟିକିଆକୁ ଆସିଥିଲେ। ଏହି ସମୟରେ ଗୋଟିଏ ଦୋକାନରେ ଛପି ରହିଥିବା ଦୁର୍ବୃତ୍ତମାନେ ସେମାନଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଓ ଏହା ଅତ୍ୟନ୍ତ ଭୟଙ୍କର ଥିଲା। ଘଟଣାସ୍ଥଳରେ ହିଁ କୃଷ୍ଣ, ପଞ୍ଚୁ ଓ ପୂର୍ଣ୍ଣଙ୍କର ମୃତ୍ୟୁ ଘଟିଥିଲା। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Related story