୨୦୨୦: ସଲାସୁତୁରା ଯୋଗୁଁ ବଢ଼ିବ ରାଜନୀତିକ ଅସନ୍ତୋଷ

ଭୁବନେଶ୍ୱର (ପ୍ରକାଶ ସେଠୀ) : ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ଓ ଅନ୍ୟ ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ପାଇଁ ୨୦୨୦ ମସିହାର ରାଜନୀତିକ ସ୍ୱାସ୍ଥ୍ୟ କିଭଳି ରହିବ ତାକୁ ନେଇ ଅଙ୍କକଷା ଓ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ରାଜ୍ୟରେ ଅସ୍ତିତ୍ୱ ଫେରିପାଇବା ପାଇଁ କଂଗ୍ରେସ ସଂଘର୍ଷ କରୁଥିବା ବେଳେ ଶାସକ ବିଜେଡିର ‘ବିଜେପି’ ପ୍ରୀତି ରାଜ୍ୟ ରାଜନୀତିକୁ ସ୍ଥାଣୁ କରିଦେବାର ଆଶଙ୍କା ରହିଛି। ବିଶେଷକରି ରାଜ୍ୟରେ […]

political-parties-new-year-vision

political-parties-new-year-vision

Manoranjan Sial
  • Published: Tuesday, 31 December 2019
  • Updated: 31 December 2019, 09:12 PM IST

ଭୁବନେଶ୍ୱର (ପ୍ରକାଶ ସେଠୀ) : ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ଓ ଅନ୍ୟ ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ପାଇଁ ୨୦୨୦ ମସିହାର ରାଜନୀତିକ ସ୍ୱାସ୍ଥ୍ୟ କିଭଳି ରହିବ ତାକୁ ନେଇ ଅଙ୍କକଷା ଓ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ରାଜ୍ୟରେ ଅସ୍ତିତ୍ୱ ଫେରିପାଇବା ପାଇଁ କଂଗ୍ରେସ ସଂଘର୍ଷ କରୁଥିବା ବେଳେ ଶାସକ ବିଜେଡିର ‘ବିଜେପି’ ପ୍ରୀତି ରାଜ୍ୟ ରାଜନୀତିକୁ ସ୍ଥାଣୁ କରିଦେବାର ଆଶଙ୍କା ରହିଛି। ବିଶେଷକରି ରାଜ୍ୟରେ କଂଗ୍ରେସ ନିଜର ସଂଗଠନକୁ ସୁଦୃଢ଼ କରିବା ପରିବର୍ତ୍ତେ ସଭାପତି ପଦକୁ ହାତେଇବା ପାଇଁ ଦଳୀୟ ନେତାମାନଙ୍କ ମଧ୍ୟରେ ଛକାପପ୍ତା କଂଗ୍ରେସ ପାଇଁ ପତନର କାରଣ ହେବାକୁ ଯାଉଥିବାବେଳେ ରାଜ୍ୟସ୍ତରର ନେତାଙ୍କୁ ବିଶ୍ୱାସକୁ ନନେଇ ବିଜେପି ଜାତୀୟ ନେତୃତ୍ୱଙ୍କ ସହ ବିଜେଡି ମୁଖିଆ ଘନିଷ୍ଠତା ବଢ଼ାଇବା ବିଜେଡି ମଧ୍ୟରେ ଅସନ୍ତୋଷର କାରଣ ପାଲଟିବ। ବିଜେଡି ଓ ବିଜେପି ମଧ୍ୟରେ ରାଜନୀତିକ ସଲାସୁତୁରା ପାଇଁ ରାଜ୍ୟରେ ଉଭୟ ଦଳର କର୍ମୀ ଓ ନେତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେବେ ୨୦୨୦ ମସିହାରେ ଏହି ୩ ପ୍ରମୁଖ ଦଳର ସାଂଗଠନିକ ନିର୍ବାଚନ ସମେତ ସମବାୟ ନିର୍ବାଚନ ଓ ପୌର ନିର୍ବାଚନ ରାଜନୀତିକ ଛକପପ୍ତାକୁ ସରଗରମ କରିବାର ସମ୍ଭାବନା ରହିଥିଲେ ମଧ୍ୟ ମୁଖ୍ୟ ବିରୋଧୀ ଦଳ ବିଜେପିର କୋହଳ ଆଭିମୁଖ୍ୟ ହିଁ ସାମଗ୍ରିକ ଭାବେ ରାଜ୍ୟ ରାଜନୀତିକୁ ସ୍ଥାଣୁ କରିବ ବୋଲି ଚର୍ଚ୍ଚା ହେଉଛି।

ବିଜେଡି ପାଇଁ ‘ବିଜେଡି’ ଚ୍ୟାଲେଞ୍ଜ

ସଫଳତାର ଶିଖରରେ ପହଞ୍ଚି ସାରିଥିବା ବିଜେଡିର ଭବିଷ୍ୟତ ପାଇଁ ୨୦୨୦ ମସିହା ରାଜନୀତିକ ଦୃଷ୍ଟିରୁ ବେଶ‌୍‍ ଗୁରୁତ୍ୱ ବହନ କରୁଛି। ଦଳର ପରିଚାଳନାକୁ ନେଇ ରହିଥିବା ଅସନ୍ତୋଷ ଚଳିତବର୍ଷ ତୀବ୍ର ହେବାର ଆଶଙ୍କା ରହିଛି। ବିଶେଷକରି ବର୍ଷ ଆରମ୍ଭରୁ ସାଂଗଠନିକ ନିର୍ବାଚନକୁ ନେଇ ଦଳୀୟ ନେତାମାନଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ଖୋଲାଖୋଲି ଭାବେ ପୌର ନିର୍ବାଚନରେ ଅନୁଭୂତ ହେବ। ବିଶେଷକରି ପ୍ରଭାବହୀନ ବିରୋଧୀଙ୍କ ଯୋଗୁ ବିଜେଡି ହିଁ ବିଜେଡି ପାଇଁ ଚ୍ୟାଲେଞ୍ଜ ପାଲଟିବ।

ବିଜେଡି ଚଳିତ ଥର ନିଜର ସାଂଗଠନିକ ପଦପଦବୀ ସଂଖ୍ୟାକୁ ସୀମିତ କରି କିଛି ନିର୍ଦ୍ଦିଷ୍ଟ ନେତାଙ୍କୁ ସେଥିରେ ଥଇଥାନ କରିବାକୁ ଲକ୍ଷ୍ୟ ରଖିଥିବାରୁ ଦଳ ଭିତରେ ଅସନ୍ତୋଷ ବଢ଼ିବ। ପୂର୍ବରୁ ମନ୍ତ୍ରିମଣ୍ଡଳରେ ଅନଭିଜ୍ଞ ଓ ଅପାରଗ ନେତାମାନଙ୍କୁ ସାମିଲ କରାଯାଇଥିବାକୁ ନେଇ ରହିଥିବା ଅସନ୍ତୋଷ ସାଂଗଠନିକ ନିର୍ବାଚନ ପରେ ଅଧିକ ବଢ଼ିବାର ଆଶଙ୍କା ରହିଛି। ଯାହାର ପ୍ରଭାବ ସମବାୟ ନିର୍ବାଚନ ଉପରେ ପଡ଼ିବାର ଆଶଙ୍କା ରହିଛି। ଯଦିଓ ସମବାୟ ନିର୍ବାଚନ ପାଇଁ ଆବଶ୍ୟକ ଗ୍ରାଉଣ୍ଡ ୱାର୍କ ଅବା ସଂଗଠନ ମୁଖ୍ୟ ବିରୋଧୀ ଦଳ ବିଜେପିର ନାହିଁ, ତଥାପି ଦଳୀୟ ନେତାମାନଙ୍କ ମଧ୍ୟରେ ଛକାପପ୍ତା ଯୋଗୁ ଅଧିକାଂଶ ସ୍ଥାନରେ ଅସନ୍ତୁଷ୍ଟ ଅବା ବିରୋଧୀ କଂଗ୍ରେସକୁ ଫାଇଦା ମିଳିବାର ସମ୍ଭାବନା ରହିଛି।

ପୌର ନିର୍ବାଚନକୁ ବିଜେଡି ଆସନ୍ତାବର୍ଷ ଅଗଷ୍ଟ-ସେପ୍ଟେମ୍ୱର ମାସରେ କରିବା ପାଇଁ ଯୋଜନା ରଖିଛି। ଦଳରେ ବଢ଼ୁଥିବା ଗୋଷ୍ଠୀକନ୍ଦଳ ଓ ଅସନ୍ତୋଷକୁ ପ୍ରଶମିତ ନକରି ନିର୍ବାଚନକୁ ଓହ୍ଲାଇବା ବିଜେଡି ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ବିଜେପି ଆଗାମୀ ପୌର ନିର୍ବାଚନରେ ବିଜେଡି ସହ ଲଢ଼େଇ କରିବାର ଥିଲେ ମଧ୍ୟ ଦୁଇ ଦଳର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଅଘୋଷିତ ବୁଝାମଣାକୁ ନେଇ ରହିଥିବା ସାଧାରଣ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱକୁ ଦୂର ନକରିବାର ଫଳ ବିଜେପିକୁ ଭୋଗିବାକୁ ପଡ଼ିବାର ଆଶଙ୍କା ରହିଛି।

ସେହିପରି ପଞ୍ଚମ ପାଳିର ସରକାର ଗଠନ ପରଠୁ ରାଜ୍ୟରେ କୌଣସି ନୂଆ ଯୋଜନା ଆଣିବାରେ ରାଜ୍ୟ ସରକାର ସକ୍ଷମ ହୋଇନାହାନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଲଟା କେତେକ ଯୋଜନାକୁ ସବୁଦିନ ପାଇଁ ବନ୍ଦ କରିଦେଇସାରିଲେଣି। ଏବେ କେବଳ ମଠମନ୍ଦିରର ଭଙ୍ଗାଗଢ଼ାରେ ନିଜକୁ ସୀମିତ ରଖିଥିବା ବିଜେଡି ସରକାର ପାଇଁ ନିଜର କର୍ମଚାରୀଙ୍କୁ ସନ୍ତୁଷ୍ଟ କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ। କର୍ମଚାରୀମାନେ ନିଜର ୬୦ ପ୍ରତିଶତ ବକେୟା ବର୍ଦ୍ଧିତ ଦରମା ପାଇନଥିବାରୁ ଆନ୍ଦୋଳନ ଦାନା ବାନ୍ଧିବାର ଆଶଙ୍କା ରହିଛି। ସରକାରରେ କିଛି ନିର୍ଦ୍ଦିଷ୍ଟ ଆଇଏଏସ ଅଫିସରଙ୍କ ମନମୁଖୀ କାର୍ଯ୍ୟ ବି ପ୍ରଶାସନରେ ବିଦ୍ରୋହର କାରଣ ପାଲଟିପାରେ। ବିଶେଷକରି ବିଭିନ୍ନ କାରଣ ପାଇଁ ୨୦୨୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଧିକାଂଶ ସମୟ ରାଜ୍ୟ ବାହାରେ ରହିବାକୁ ପଡ଼ିପାରେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।

ବିଜେପି ପାଇଁ କାଳ ହେବ ବିଜେଡି ସହ ସାଲିସ‌୍‍

ଜାତୀୟ ରାଜନୀତି ଓ କେନ୍ଦ୍ରରେ କ୍ଷମତାସୀନ ସରକାରକୁ ସୁବିଧାରେ ରଖିବା ନିମନ୍ତେ ବିଜେଡି ସହ ବିଜେପିର ଅଘୋଷିତ ବୁଝାମଣା ହିଁ ରାଜ୍ୟରେ ବିଜେପି ସଂଗଠନକୁ ତଳିତଳାନ୍ତ କରିବାରେ ଲାଗିଥିବା ଚର୍ଚ୍ଚା। ୨୦୧୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ପାଲଟିଥିବା ବିଜେପିର ଏହି ସାଲିସ‌୍‍ ରାଜନୀତି ହିଁ ରାଜ୍ୟରେ ଦଳକୁ ଉପରକୁ ଉଠିବା ପରିବତ୍ତେର୍ ତଳକୁ ତଳ ନେବାରେ ଲାଗିଛି। ଯଦିଓ ରାଜ୍ୟ ନେତାମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାକୁ କାର୍ଯ୍ୟକ୍ରମ କରିବେ, ତଥାପି ଦଳର ଜାତୀୟ ନେତୃତ୍ୱଙ୍କ ସଲାସୁତୁରା ହିଁ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କ ମନରେ ଅବିଶ୍ୱାସର ବାତାବରଣ ବଢ଼ାଇବ। ବିଜେଡିର ପଞ୍ଚମ ପାଳି ସରକାର ଗଠନ ପରଠୁ ବିଜେପି ସହ ପୁଣିଥରେ ବଢ଼ିଥିବା ଘନିଷ୍ଠତା ୨୦୨୦ ନଭେମ୍ୱରରେ ପରେ ହିଁ ନିର୍ଣ୍ଣାୟକ ମୋଡ଼ ନେଇପାରେ। ରାଜ୍ୟସଭାରେ ବିଜେପିକୁ ଆବଶ୍ୟକ ମ୍ୟାଜିକ‌୍‍ ସଂଖ୍ୟା ୨୦୨୦ ନଭେମ୍ୱର ମାସରେ ହିଁ ମିଳିବ। ସେପର୍ଯ୍ୟନ୍ତ ବିଜେଡି ସହ ସାଲିସ‌୍‍ ରାଜନୀତି କରିବା ପାଇଁ ବିଜେପି ଏକପ୍ରକାର ବାଧ୍ୟ ବୋଲି ଚର୍ଚ୍ଚା।

କଂଗ୍ରେସ ପାଇଁ ବୁମେରାଂ ‘ପିସିସି ସଭାପତି’

ଦୀର୍ଘ ୨୦ବର୍ଷ ଧରି ରାଜ୍ୟରେ କ୍ଷମତାରୁ ବାହାରେ ଥିବା କଂଗ୍ରେସ ନିଜର ସଂଗଠନକୁ ସଜାଡ଼ିବା ପରିବତ୍ତେର୍ ପରସ୍ପରର ଗୋଛିକଟା ରାଜନୀତିରେ ବ୍ୟସ୍ତ ରହିଛି। ଦଳର ବରିଷ୍ଠ ନେତାମାନଙ୍କ ପାଇଁ ‘ପିସିସି ସଭାପତି’ ପଦ ସବୁକିଛି ହୋଇଯାଇଛି। ଦଳୀୟ ସଂଗଠନ ନିଜର ଅସ୍ତିତ୍ୱ ହରାଇବାକୁ ବସିଥିବାବେଳେ ନେତାମାନଙ୍କ ମଧ୍ୟରେ ଏକଜୁଟତା ନଥିବା ଓ ତୀବ୍ର ଗୋଷ୍ଠୀକନ୍ଦଳ ଯୋଗୁ କର୍ମୀମାନେ ଦଳଠୁ ଦୂରେଇବାରେ ଲାଗିଛନ୍ତି। ଦୀର୍ଘବର୍ଷ ଧରି କଂଗ୍ରେସର ଚିନ୍ତାଧାରାରେ ରହିଥିବା ସାଧାରଣ ଲୋକମାନେ ଦଳୀୟ ନେତୃତ୍ୱଙ୍କ ଏଭଳି କାର୍ଯ୍ୟରେ ହତୋତ୍ସାହିତ ହେଉଛନ୍ତି। ବର୍ଷ ଆରମ୍ଭରୁ ପିସିସି ସଭାପତି ପରିବର୍ତ୍ତନ ସ୍ୱର ପୁଣିଥରେ ଶାଣିତ ହେବାର ଆଶଙ୍କା ଥିବାରୁ କଂଗ୍ରେସର ସଂଗଠନରେ ସୁଧାର ପରିବର୍ତ୍ତେ ଏହା ତଳକୁ ତଳ ଯିବା ଏକପ୍ରକାର ନିଶ୍ଚିତ ହୋଇପଡ଼ିଛି। ଶାସନବିରୋଧୀ ହାୱା ଥିବା ସତ୍ତ୍ୱେ ତା’ର ଫାଇଦା ନେବାରେ କଂଗ୍ରେସ ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିଲା ନାହିଁ କିମ୍ୱା ୨୦୨୦ରେ ମଧ୍ୟ ଦଳ ସେଭଳି ସ୍ଥିତିକୁ ଆସିବା ଭଳି ଦେଖାଯାଉ ନାହିଁ ବୋଲି ରାଜନୀତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story