ଏବେ 'ୟେସ୍ ବସ୍' ହେଉଛି ବିଜେଡିର ବୀଜମନ୍ତ୍ର, ବନ୍ଧାପଡ଼ିଛି ସ୍ୱାଭିମାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶାସକ ବିଜେଡି ଦଳର ଅଭିଧାନରେ ସ୍ଵାଭିମାନ ବା ଆତ୍ମ ମର୍ଯ୍ୟାଦା ଆଦି ଆଉ ଗ୍ରହଣୀୟ ଶବ୍ଦ ହୋଇ ରହି ନାହିଁ। ଏଠାରେ ସ୍ୱାର୍ଥ ହାସଲ ପାଇଁ ଦଳୀୟ ନେତାମାନେ ନିଜର ସ୍ୱାଭିମାନ ସହ ସାଲିସ୍ କରିବାରେ ଲାଗିଛନ୍ତି। ସାଂଗଠନିକ କାର୍ଯ୍ୟରେ ସାମାନ୍ୟତମ ଅଭିଜ୍ଞତା ନଥିବା ବ୍ୟକ୍ତିମାନେ ଏବେ ବିଜେଡି ସଂଗଠନର ସର୍ବେସର୍ବା ବୋଲାଉଥିବାବେଳେ ଦଳର ଅଭିଜ୍ଞ ତଥା ପ୍ରଭାବଶାଳୀ ନେତାମାନେ ନିଜର ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି। ଏହି […]

8

8

Sampad Mahapatra
  • Published: Friday, 26 October 2018
  • Updated: 26 October 2018, 09:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶାସକ ବିଜେଡି ଦଳର ଅଭିଧାନରେ ସ୍ଵାଭିମାନ ବା ଆତ୍ମ ମର୍ଯ୍ୟାଦା ଆଦି ଆଉ ଗ୍ରହଣୀୟ ଶବ୍ଦ ହୋଇ ରହି ନାହିଁ। ଏଠାରେ ସ୍ୱାର୍ଥ ହାସଲ ପାଇଁ ଦଳୀୟ ନେତାମାନେ ନିଜର ସ୍ୱାଭିମାନ ସହ ସାଲିସ୍ କରିବାରେ ଲାଗିଛନ୍ତି। ସାଂଗଠନିକ କାର୍ଯ୍ୟରେ ସାମାନ୍ୟତମ ଅଭିଜ୍ଞତା ନଥିବା ବ୍ୟକ୍ତିମାନେ ଏବେ ବିଜେଡି ସଂଗଠନର ସର୍ବେସର୍ବା ବୋଲାଉଥିବାବେଳେ ଦଳର ଅଭିଜ୍ଞ ତଥା ପ୍ରଭାବଶାଳୀ ନେତାମାନେ ନିଜର ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି।

ଏହି ସୁଯୋଗରେ ବିଜେଡିରେ ଗୋଟିଏ ପରେ ଗୋଟିଏ କ୍ଷମତାକେନ୍ଦ୍ର ସୃଷ୍ଟି କରାଯାଇ ସେମାନଙ୍କ ପାଖରେ ନତମସ୍ତକ ହେବା ବା ସେମାନଙ୍କୁ ‘ବସ୍ ’ ବୋଲି ସ୍ୱୀକାର କରିବା ନିମନ୍ତେ ଦଳୀୟ ନେତାମାନଙ୍କୁ ଏକରକମ ବାଧ୍ୟ କରାଯାଉଛି। ଆଉ ଆରମ୍ଭରୁ ଦଳ ସହ ଜଡ଼ିତ ଥିବା ନେତାମାନେ କ୍ଷମତା ନିଶାରେ ନିଜର ସ୍ୱାଭିମାନକୁ ବଳି ପକାଇ ଏସବୁକୁ ଆଖିବୁଜି ସହି ଯାଉଥିବା ଦେଖିବାକୁ ମିଳୁଛି।

ଦଳରେ ନମ୍ବର-ୱାନ୍ (ସୁପ୍ରିମୋ ନବୀନ ପଟ୍ଟନାୟକ)ଙ୍କ ବଦଳରେ ‘ନମ୍ବର-ଟୁ’(ତାଙ୍କ ବ୍ୟକ୍ତିଗତ ସଚିବ) ଅଧିକ ପାୱାରଫୁଲ୍ ହୋଇଥିବାବେଳେ ନମ୍ବର-ଥ୍ରୀ, ନମ୍ବର-ଫୋର୍, ନମ୍ବର-ଫାଇଭ୍ ଭଳି ସ୍ଥାନରେ ଏବେ ରାଜନୀତିକ ଅଭିଜ୍ଞତା ନଥିବା ବ୍ୟକ୍ତିମାନେ ଆସୀନ ହୋଇଛନ୍ତି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୧୨ ମେ’ ୨୯ରେ ପ୍ୟାରୀମୋହନ ମହାପାତ୍ର ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହେବାପରଠୁ ବିଜେଡିରେ ‘ନମ୍ବର-ଟୁ’ ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। କିନ୍ତୁ ଘଟଣାକ୍ରମରେ ୨୦୧୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଦିବଂଗତ କଳ୍ପତରୁ ଦାସ ମାତ୍ରାଧିକ ପ୍ରଭାବଶାଳୀ ହୋଇପଡ଼ିଥିଲେ ମଧ୍ୟ ‘ନମ୍ବର-ଟୁ ’ସ୍ଥାନ ନେବାରେ ସକ୍ଷମ ହୋଇନଥିଲେ। ସରକାରୀ ଜମି ଓ ଫ୍ଲାଟ୍ ଜବରଦଖଲ ଘଟଣାରେ କଳ୍ପତରୁ ବିବାଦୀୟ ହେବାପରେ ପ୍ରଚ୍ଛଦପଟ୍ଟରେ ରହି ରାଜନୀତିକ ଗୋଟିଚାଳନା କରୁଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ କ୍ରମଶଃ ପ୍ରଭାବଶାଳୀ ହୋଇପଡ଼ିଥିଲେ। ଆଉ ଗଣମାଧ୍ୟମର ଆଢ଼ୁଆଳରେ ରହି ଖୁବ କମ୍ ସମୟ ମଧ୍ୟରେ ସେ ବିଜେଡି ଓ ସରକାରର ‘ନମ୍ବର-ଟୁ’ ଭାବେ ପରିଗଣିତ ହୋଇ ଏବେ ପୂର୍ଣ୍ଣ କ୍ଷମତା ଉପଭୋଗ କରୁଛନ୍ତି।

୨୦୧୬ ମସିହାରେ ନବୀନ ପଟ୍ଟନାୟକ ସରକାରରୁ ପ୍ରଭାବଶାଳୀ ଯୁବମନ୍ତ୍ରୀମାନଙ୍କୁ ବିଦା, ସମସ୍ତଙ୍କୁ ପଛରେ ପକାଇ ଦାମୋଦର ରାଉତଙ୍କୁ ଚେକ୍ ଦେବା ପାଇଁ ବିଷ୍ଣୁ ଦାସଙ୍କୁ ରାଜ୍ୟସଭା ପଠାଇବା ଓ ପଞ୍ଚାୟତ ନିର୍ବାଚନ ପ୍ରଚାର କାର୍ଯ୍ୟରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦୂରେଇ ରଖିବା ଭଳି ପ୍ରମୁଖ ନିଷ୍ପତ୍ତି ନେଇ ଶ୍ରୀ ପାଣ୍ଡିଆନ୍ ଦଳରେ ନିଜର କ୍ଷମତାକୁ ଜାହିର କରାଇଥିଲେ। ଆଉ ଦଳର ନେତାମାନେ ମଧ୍ୟ ତାଙ୍କୁ ବାଧ୍ୟବାଧକତାରେ ‘ନମ୍ବର-ଟୁ’ ବୋଲି ସ୍ୱୀକାର କରିଥିଲେ, ଯାହା ଏବେ ବି ବଳବତ୍ତର ରହିଛି। ନବୀନଙ୍କ ଅତ୍ୟନ୍ତ ବିଶ୍ୱସ୍ତ ହୋଇ ସେ ଉଭୟ ଦଳ ଓ ସରକାରର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସକ୍ଷମ ହେଉଛନ୍ତି। ବିଜେପୁର ଉପନିର୍ବାଚନ, ବୈଜୟନ୍ତ ପଣ୍ଡା ଓ ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଶ୍ରୀ ପାଣ୍ଡିଆନ୍ ଦଳ ଓ ସରକାର ଉପରେ ଥିବା ତାଙ୍କର ନିୟନ୍ତ୍ରଣର ପ୍ରମାଣ ବାରମ୍ବାର ଦେଇସାରିଛନ୍ତି।

ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ରାଜନୀତିକ ବାଧ୍ୟବାଧକତା ପାଇଁ ଦଳରେ ‘ନମ୍ବର-ଥ୍ରୀ’ ପାୱାର ସେଣ୍ଟର ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ଆଗକୁ ଛଡ଼ାଯାଇଛି। ଶ୍ରୀ ପାଣ୍ଡିଆନଙ୍କ ବିଶ୍ୱସ୍ତ ତାଲିକାର ଶୀର୍ଷରେ ଥିବା ପ୍ରଣବ ଏବେ ଦଳର ପ୍ରାୟତଃ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହ ଜଡ଼ିତ ରହୁଛନ୍ତି। ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ମଧ୍ୟ ବବିଙ୍କ ଭୂମିକା ସ୍ପଷ୍ଟ ପ୍ରତିଫଳିତ ହେଉଛି।

ନିକଟରେ ସାମୁଦ୍ରିକ ଝଡ଼ ‘ତିତଲି’ ପ୍ରଭାବିତଙ୍କୁ ରିଲିଫ୍ ଓ ଥଇଥାନ କାର୍ଯ୍ୟର ତଦାରଖ ପାଇଁ ୫ଜଣ ମନ୍ତ୍ରୀ ମହେଶ୍ୱର ମହାନ୍ତି, ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, ରମେଶ ମାଝୀ ଓ ଶଶୀଭୂଷଣ ବେହେରାଙ୍କୁ ପଠାଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବବି ଗଜପତି ଜିଲ୍ଲାରେ ଡେରା ପକାଇଥିଲେ। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନ ଓ ତୃତୀୟ ମହଲା ମଧ୍ୟରେ ବବି ମୁଖ୍ୟ ସଂଯୋଜକ ପାଲଟିଥିଲେ।

ସାଧାରଣ ନିର୍ବାଚନରେ ବବିଙ୍କୁ ଆଗରେ ରଖି ରାଜନୀତିକ ଗୋଟିଚାଳନା କରିବା ମଧ୍ୟ ନମ୍ବର-ଟୁଙ୍କ ପାଇଁ ସହଜ ହେବ। ତେଣୁ ଏବେଠୁ ବବିଙ୍କୁ ଦଳରେ ‘ନମ୍ବର-ଥ୍ରୀ’ ପୋଜିସନ୍ ଦିଆଯାଇଛି। ବବିଙ୍କ ପ୍ରଭାବବିସ୍ତାରକୁ ଦଳର କିଛି ନେତା ସହ୍ୟ କରୁନଥିଲେ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ତାଙ୍କୁ ‘ନମ୍ବର-ଥ୍ରୀ’ ଭାବେ ଗ୍ରହଣ କରିବାରେ ଲାଗିଲେଣି।

ସେହିପରି ବିଜେଡିର ‘ନମ୍ବର- ଫୋର୍’ ଭାବେ ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେ ପ୍ରମୁଖ ଭୂମିକା ତୁଲାଉଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ କାର୍ଯ୍ୟରତ ଶ୍ରୀ କୁଟ୍ଟେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେଡିର ଦ୍ୱିତୀୟ ଧାଡ଼ିର ନେତାମାନଙ୍କୁ(ନୂଆ ପ୍ରାର୍ଥୀ) ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ସୂତ୍ର ଅନୁସାରେ, ଯେଉଁ ସବୁ ସ୍ଥାନରେ ବିଜେଡି ନୂଆ ପ୍ରାର୍ଥୀ ଦେବାକୁ ଯୋଜନା କରିଛି, ସେଠାରେ ଥିବା ଦଳର ଅଧିକ ପ୍ରଭାବଶାଳୀ ନେତାଙ୍କୁ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ପ୍ରୋତ୍ସାହିତ କରାଯାଉଛି। ତାଙ୍କୁ ପ୍ରଶାସନିକ ଓ ଦଳୀୟ ସହଯୋଗ ସବୁକିଛି ଯୋଗାଇ ଦିଆଯାଉଥିବାବେଳେ ବରିଷ୍ଠ ନେତାମାନଙ୍କୁ ଡାକି ମ୍ୟାନେଜ୍ କରିବା କାର୍ଯ୍ୟରେ ଶ୍ରୀ କୁଟ୍ଟେ ନିଯୋଜିତ ଥିବା ଜଣାପଡ଼ିଛି।

ସେହିପରି ଦଳରେ ଏବେ ‘ନମ୍ବର-ଫାଇଭ୍’ ଭାବେ ଅବସରପ୍ରାପ୍ତ ଏଜି ଅମର ପଟ୍ଟନାୟକ ଉଭା ହୋଇଛନ୍ତି। ମାତ୍ର କିଛିଦିନ ପୂର୍ବରୁ ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିବା ଶ୍ରୀ ପଟ୍ଟନାୟକ ଅଚାନକ କିଭଳି ଦଳରେ ଅଧିକ ପ୍ରଭାବଶାଳୀ ହେଲେ, ତା’ର ଟେର୍ ଦଳୀୟ ନେତାମାନେ ପାଉନଥିଲେ ମଧ୍ୟ ଗତମାସରେ ଜିଲ୍ଲାୱାରୀ ସମୀକ୍ଷାବେଳେ ସେ ନିଜର ପାୱାର ଶୋ’ କରାଇବାରେ ସକ୍ଷମ ହୋଇଛନ୍ତି।

ଜିଲ୍ଲା ସଂଗଠନର ସମୀକ୍ଷା ପାଇଁ ନବୀନ ନିବାସରେ ବିଜେଡି ସୁପ୍ରିମୋ ବୈଠକ ଡାକିଥିଲେ ମଧ୍ୟ ଦଳର ବରିଷ୍ଠ ନେତାମାନଙ୍କୁ ଅମର ହିଁ ଗୁରୁମନ୍ତ୍ର ଦେଇଥିଲେ। ପ୍ରଶାସନିକ କ୍ଷେତ୍ରରୁ ଆସିଥିବା ଅମରଙ୍କର ରାଜନୀତିରେ ଅଭିଜ୍ଞତା କମ୍ ଥିଲେ ମଧ୍ୟ ଦଳର ବରିଷ୍ଠ ନେତାମାନେ ତାଙ୍କର କଥାକୁ ନିରବ ରହି ଶୁଣିବାକୁ ବାଧ୍ୟ ହୋଇଥିଲେ। କାରଣ, ସୁପ୍ରିମୋ ଓ ନମ୍ବର-ଟୁଙ୍କ ଭୟରେ ଦଳରେ ଅମରଙ୍କ ପ୍ରଭାବକୁ ଗ୍ରହଣ କରିନେବା ଛଡ଼ା ବିଜେଡି ନେତାମାନଙ୍କ ପାଖରେ ବିକଳ୍ପ ବି ନାହିଁ।

ଦଳକୁ କ୍ୟାଡ଼ରଭିତ୍ତିକ କରିବା ପରିବର୍ତ୍ତେ ଏକାଧିକ କ୍ଷମତାକେନ୍ଦ୍ର ସୃଷ୍ଟି କରାଯିବା ଦଳୀୟ ନେତା ଓ କର୍ମୀମାନଙ୍କୁ ‘ଆଲୋ ସଖୀ ଆପଣା ମହତ ଆପେ ରଖି’ ନୀତି ଗ୍ରହଣ କରିବାକୁ ଏକରକମ ବାଧ୍ୟ କରିଛି। ବିଜେଡି ଜନ୍ମ ହେବାଦିନଠୁ ଦଳ ସହ ଜଡ଼ିତ ଥିବା ନେତାମାନେ ଏବେ ଧୀରେଧୀରେ ନିଜକୁ ଅସୁରକ୍ଷିତ ମଣିବା ସହ ଟିକେଟ୍ ଆଶାରେ ସ୍ୱାଭିମାନ ସହ ସାଲିସ୍ କରି ଏହି କ୍ଷମତାକେନ୍ଦ୍ରମାନଙ୍କୁ ଗ୍ରହଣ କରିନେଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story