ବାଣ ମାରିଲେ କେନ୍ଦ୍ର ମନ୍ତ୍ରୀ: କହିଲେ ରାଜ୍ୟ ସରକାରଙ୍କ ଔଷଧରେ ଚକଡ଼ା ମରୁନି ବରଂ ବଢୁଛି

ବରଗଡ଼/ସୋନପୁର/ଭୁବନେଶ୍ୱର: କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀଙ୍କ ବିସ୍ଫୋରକ ବୟାନ।   କହିଛନ୍ତି ଚକଡ଼ା ଦମନ ପାଇଁ ବ୍ୟବହୃତ  ଥାଇମେଟ୍ ଔଷଧ, ପୋକ ମାରେ ନାହିଁ ବରଂ ବଂଶ ବୃଦ୍ଧି କରିଥାଏ । ବରଗଡ଼ରେ ଫସଲ  କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ୍।   ଏଥିସହି ମୃତ ଚାଷୀ ବୃନ୍ଦାବନ ସାହୁଙ୍କ ଘରେ ପହଞ୍ଚି ପରିବାରକୁ ସମବେଦନା  ଜଣାଇଥିଲେ।  ସେପଟେ ବୃନ୍ଦାଙ୍କ ଘରକୁ କେନ୍ଦ୍ରମନ୍ତ୍ରୀ ଯିବା ପ୍ରସଙ୍ଗରେ କୃଷିମନ୍ତ୍ରୀ  ଦାମୋଦର ରାଉତଙ୍କ ବୟାନ ପୁଣି ବିବାଦ […]

minister

Rakesh Mallick
  • Published: Monday, 13 November 2017
  • , Updated: 13 November 2017, 10:17 PM IST

ବରଗଡ଼/ସୋନପୁର/ଭୁବନେଶ୍ୱର: କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀଙ୍କ ବିସ୍ଫୋରକ ବୟାନ।   କହିଛନ୍ତି ଚକଡ଼ା ଦମନ ପାଇଁ ବ୍ୟବହୃତ  ଥାଇମେଟ୍ ଔଷଧ, ପୋକ ମାରେ ନାହିଁ ବରଂ ବଂଶ ବୃଦ୍ଧି କରିଥାଏ । ବରଗଡ଼ରେ ଫସଲ  କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ୍।   ଏଥିସହି ମୃତ ଚାଷୀ ବୃନ୍ଦାବନ ସାହୁଙ୍କ ଘରେ ପହଞ୍ଚି ପରିବାରକୁ ସମବେଦନା  ଜଣାଇଥିଲେ।  ସେପଟେ ବୃନ୍ଦାଙ୍କ ଘରକୁ କେନ୍ଦ୍ରମନ୍ତ୍ରୀ ଯିବା ପ୍ରସଙ୍ଗରେ କୃଷିମନ୍ତ୍ରୀ  ଦାମୋଦର ରାଉତଙ୍କ ବୟାନ ପୁଣି ବିବାଦ ସୃଷ୍ଟି କରିଛି। ବରଗଡ଼ର ଚର୍ଚ୍ଚିତ କଳାପାଣି ଗାଁରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶେଖାଓ୍ୱତ  ପହଞ୍ଚି ମୃତ ବୃନ୍ଦା ସାହୁଙ୍କ ପରିବାରକୁ ସମବେଦନା  ଜଣାଇଥିଲେ।

ଦୁଇ ଝିଅଙ୍କଠାରୁ ବାପାଙ୍କ ଦୁଃଖ କାହାଣୀ ଶୁଣିବା ପରେ ଏବେ ସେମାନଙ୍କୁ କିଭଳି  ସହାୟତା ଦିଆଯିବ ସେନେଇ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଥିଲେ ।  ପରେ  କ୍ଷତିଗ୍ରସ୍ତ ଅନ୍ୟ ଚାଷୀଙ୍କ ସହ ଆଲୋଚନା କରି ସାମ୍ବାଦିକ ସମ୍ମିଳନୀରେ ବିସ୍ଫୋରକ ତଥ୍ୟ  ଦେଇଛନ୍ତି ଶେଖାଓ୍ୱତ୍ଅ।  କହିଛନ୍ତି ଚକଡ଼ା ପୋକ ମାରିବାକୁ ବ୍ୟବହାର ହୋଇଥିବା ଥାଇମେଟ୍  ବିଷ ଠିକ୍ ନ ଥିଲା।  ଏହା ପୋକ ମାରେ ନାହିଁ ବରଂ ବଂଶ ବୃଦ୍ଧି କରିଥାଏ ତେବେ ବରଗଡ଼  ଯିବା ପୂର୍ବରୁ ମନ୍ତ୍ରୀ ଆଜି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଯାଇ ମଧ୍ୟ କ୍ଷତିଗ୍ରସ୍ତ ଧାନ  କ୍ଷେତ ପରିଦର୍ଶନ କରିଥିଲେ।

ସେପଟେ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ପୁଣି ଏକ ବିବାଦୀୟ ମନ୍ତବ୍ୟକୁ ନେଇ  ଝଡ଼ । ମୃତ ଚାଷୀ ବୃନ୍ଦାଙ୍କ ପରିବାରକୁ ଆକ୍ଷେପ କରି ଦାମ କହିଛନ୍ତି ସେ ମୋ ଦଳୀୟ  ଲୋକ ନୁହଁନ୍ତି।  ସେଠାକୁ ମୁଁ କାହିଁକି ଯିବି? ବୃନ୍ଦା କେନ୍ଦ୍ର କୃଷିମନ୍ତ୍ରୀଙ୍କ ଦଳୀୟ ଲୋକ ବୋଲି  ସେମାନେ ସେଠାକୁ ଯାଇଥିବେ।  ତା’ସହ କୃଷି ଋଣ ଛାଡ଼ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ  ଉପରେ ବର୍ଷିଛନ୍ତି ଦାମ । ସେପଟେ ଦାମଙ୍କ ଏଭଳି ମନ୍ତବ୍ୟକୁ ନାପସନ୍ଦ କରିବା ସହ ନିଜକୁ  ଜଣେ ଚାଷୀ ପରିବାରର ସଦସ୍ୟ କହୁଥିବା କୃଷିମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ଆଦୌ  ଶୋଭନୀୟ ନୁହେଁ ବୋଲି କହିଛନ୍ତି ବୃନ୍ଦାଙ୍କ ଝିଅ।

ସେପଟେ ବିଜେପି କେନ୍ଦ୍ରୀୟ ଟିମ୍ ୩ ଦିନ ଭିତରେ ୮ ଜିଲ୍ଲାର ୩୬ଟି ସ୍ଥାନ  ବୁଲିବା ପରେ ଆଜି ଭୁବନେଶ୍ୱରରେ ସରକାରଙ୍କୁ ଚାର୍ଗେଟ୍ କରିଛନ୍ତି । ଏମଏସ୍ପି ଠାରୁ  ଆରମ୍ଭ କରି ଚକଡ଼ା ମୁକାବିଲା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରାଜ୍ୟ ସରକାର ଫେଲ୍  ମାରିଥିବା ସେମାନେ ଅଭିଯୋଗ କରିଛନ୍ତି।

https://www.youtube.com/watch?v=MsBciviDgos

Related story