ଧନ୍ୟ ଆମ ରାଜନୈତିକ ଦଳ, ରାଷ୍ଟ୍ରପତିଙ୍କୁ ବି ଛାଡ଼ିଲେନି

Ordigital Desk
  • Published: Friday, 16 March 2018
  • , Updated: 16 March 2018, 09:01 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାତରେ ଆଉ ମାତ୍ର କେଇ ଘଣ୍ଟା। ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ତାଙ୍କର ଏକାଧିକ କାର୍ଯ୍ୟକ୍ରମକୁ ନେଇ ବିଜେଡି ଓ ବିଜେପି ବୟାନବାଜି ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ରକ୍ଷା କରି ବିଜୁ ସଂଗ୍ରାହାଳୟ ଲୋକର୍ପଣ ଉତ୍ସବରେ ଯୋଗଦେବା ପାଇଁ ଆସନ୍ତାକାଲି ରାଷ୍ଟ୍ରପତି ଓଡିଶା ଆସୁଛନ୍ତି। ଏଥିରୁ ଫାଇଦା ନେବା ପାଇଁ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରି ବିଜେପି ବାଃ ବାଃ ନେବାକୁ ଉଦ୍ୟମ କରୁଥିବା ବିଜେଡି ଅଭିଯୋଗ କରିଛି।</p> <p>&lt;a href=&quot;&quot;&gt;(image) &lt;/a&gt;ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଯେତିକି ପାଖେଇ ଆସୁଛି, ତାକୁ ନେଇ ସେତିକି ସରଗରମ ହେବାରେ ଲାଗିଛି ବିଜେଡି-ବିଜେପି ପୋଷ୍ଟର ଓ୍ୱାର। ଏପରିକି ଉଭୟ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ଆରୋପ ଓ ପ୍ରତ୍ୟାରୋପ ରାଜନୀତି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ରାଷ୍ଟ୍ରପତି ଆସନ୍ତାକାଲି କଟକରେ ଆନନ୍ଦ ଭବନକୁ ବିଜୁ ପଟ୍ଟନାୟକ ମ୍ୟୁଜିୟମ ଭାବେ ଲୋକାର୍ପିତ କରିବେ। ତେବେ ତା&rsquo; ପୂର୍ବରୁ ନେତାଜୀ ମ୍ୟୁଜିୟମ ବୁଲି ଦେଖିବେ। ପରେ ନ୍ୟାସନାଲ ଲ&rsquo; ୟୁନିଭରସିଟିରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ତା&rsquo;ପର ଦିନ ଭୁବନେଶ୍ୱରରେ ଆଇସିଟି ମୁମ୍ବାଇର ଇଣ୍ଡିଆନ ଅଏଲ ଓଡ଼ିଶା କ୍ୟାମ୍ପସର ଉଦ୍&zwnj;ଘାଟନ କରିବେ ରାଷ୍ଟ୍ରପତି। ତେବେ କଟକ ଓ ଭୁବନେଶ୍ୱରରେ ହଠାତ ରାଷ୍ଟ୍ରପତିଙ୍କ ଏତେ ସବୁ କାର୍ଯ୍ୟକ୍ରମ ଆୟୋଜନ କରି ବିଜେପି ବାଃ ବାଃ ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛି ବିଜେଡି। ଏମିତିକି ଦଳର ବରିଷ୍ଠ ନେତା ଦାମୋଦର ରାଉତ ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ତେରଛା ବାଣ ଛାଡିଥିବା ବେଳେ ବିଜେପି ରଖିଛି କଡ଼ା ଜବାବ।</p> <p>ଆସନ୍ତା କାଲି ଦିନ ୧୦ ଟା ୪୫ରେ ଭୁବନେଶ୍ୱର ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେଠାରୁ ସିଧା ଯିବେ କଟକ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା। ରାଷ୍ଟ୍ରପତିଙ୍କ କାର କେଡ଼ ଅଭ୍ୟାସ ସହ ବିଜୁ ସଂଗ୍ରହାଳୟ ଓ ନେତାଜୀ ଜ୍ୟୁଜିୟମ୍&zwnj;ର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଡିସିପି। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ କମିଶନରେଟ ପୋଲିସ ପକ୍ଷରୁ ନିୟୋଜିତ ହେବେ ୭୧ ପ୍ଲାଟୁନ୍ ଫୋର୍ସ ସହ ୨୭ ଜଣ ଏସ୍&zwnj;ପି। ସେପଟେ ଲୋକାର୍ପଣ ପୂର୍ବରୁ ଆନନ୍ଦ ଭବନକୁ ଯାଇ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା।</p> <p>https://youtu.be/IQJkuV5v8jY</p>

Related story