ଗରିବ ପଦ୍ମଶ୍ରୀ ବିଜେତାଙ୍କୁ ମାସିକ ୧୦ହଜାର ଟଙ୍କା ସହାୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଦ୍ମ ପୁରସ୍କାର ବିଜେତାଙ୍କ ଆର୍ଥିକ ସ୍ଥିତି ଠିକ୍ ନଥିଲେ କିମ୍ବା ସେମାନେ ଆର୍ଥିକ ଅନଗ୍ରସର ହୋଇଥିଲେ ରାଜ୍ୟ ସରକାରଙ୍କୁ ମାସିକ ୧୦ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେବେ। ଏନେଇ ଆଜି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏହି ଅର୍ଥ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଗରିବ ବ୍ୟକ୍ତିମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ବୋଲି ସୂଚନା ମିଳିଛି। ରାଜ୍ୟରେ ପଦ୍ମ ପୁରସ୍କାର ବିଜେତା ଦୈତାରୀ ନାଏକ ଓ କମଳା ପୂଜାରୀଙ୍କ […]

60

Tapas Behera
  • Published: Monday, 08 July 2019
  • , Updated: 08 July 2019, 09:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଦ୍ମ ପୁରସ୍କାର ବିଜେତାଙ୍କ ଆର୍ଥିକ ସ୍ଥିତି ଠିକ୍ ନଥିଲେ କିମ୍ବା ସେମାନେ ଆର୍ଥିକ ଅନଗ୍ରସର ହୋଇଥିଲେ ରାଜ୍ୟ ସରକାରଙ୍କୁ ମାସିକ ୧୦ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେବେ। ଏନେଇ ଆଜି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏହି ଅର୍ଥ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଗରିବ ବ୍ୟକ୍ତିମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ବୋଲି ସୂଚନା ମିଳିଛି।

ରାଜ୍ୟରେ ପଦ୍ମ ପୁରସ୍କାର ବିଜେତା ଦୈତାରୀ ନାଏକ ଓ କମଳା ପୂଜାରୀଙ୍କ ଭଳି ବ୍ୟକ୍ତିମାନେ ଆର୍ଥିକ ଦୁଃସ୍ଥିତି ମଧ୍ୟ ଦେଇ ଗତି କରୁଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହେବାପରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

Related story